Neglect: ୩୦ବର୍ଷ ପରେ ବି ସୁନାରୀସାହି ରାସ୍ତା ଓ ନାଳର ପୁନଃରୁଦ୍ଧାର ହୋଇନଥିବା ଅଭିଯୋଗ

1 hour ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଗାଁ ରାସ୍ତା ଠାରୁ ବି ଶୋଚନୀୟ ହୋଇ ପଡିଛି ସହରର ବହୁ ରାସ୍ତା। ଖାସ୍ କରି ସହରର ପ୍ରମୁଖ ରାସ୍ତା ଗୁଡିକର ଅବସ୍ଥା ଭଲ ନାହିଁ। ଏଥି ମଧ୍ୟରୁ ନବରଂଗପୁର ସହରର ସୁନାରୀସାହି, ଦଶହରାପଦା, ୧ନଂ ୱାର୍ଡ, ଚାଇନାମାର୍କେଟରୁ ସଂଜୟ ଦୈନିକ ବଜାର ଆଦି ରାସ୍ତା ଅବସ୍ଥା ଶୋଚନୀୟ। ନୂଆବନ୍ଧସାହି ରାସ୍ତା ଦେଢ଼ବର୍ଷ ହେବ ନିର୍ମାଣ ସରୁନି। 

ଏ ନେଇ ନୂଆବନ୍ଧସାହିର ବରିଷ୍ଟ ନାଗରିକ ଉମାଚରଣ ପାତ୍ର ମିଳିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ମଧୁମିତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣଙ୍କୁ ସହରର ସମସ୍ତ ରାସ୍ତାର ଅବସ୍ଥାକୁ ନେଇ ତୁରନ୍ତ ସମୀକ୍ଷା ବୈଠକ ଡାକି ସଜାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ୧୧ନଂ ୱାର୍ଡରେ ଥିବା ସୁନାରୀ ସାହି ରାସ୍ତା ଓ ନାଳ ଦୀର୍ଘ ୩୦ବର୍ଷ ହେବ ପ୍ରଶସ୍ତିକରଣ କିମ୍ବା ମରାମତି ହୋଇନଥିବା ଆଇନଜୀବୀ ସିରାଜଉଦ୍ଧିନ୍ ଅହମ୍ମଦ ଓସାହିବାସିନ୍ଦା ଅଭିଯୋଗ କରିଛନ୍ତି। 

ସହରର ପୁରାତନ ସାହିରେ ରାସ୍ତା ଥିବା ସମ୍ପର୍କରେ ପୌରପାଳିକା ଭୁଲିଯାଇଛି ବୋଲି କହିଛନ୍ତି ସିରାଜଉଦ୍ଧିନ୍।  ଜିଲ୍ଲାପାଳ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପରେ ଏହାରି ମଧ୍ୟରେ ସହରର ରାସ୍ତାକୁ ନେଇ ସମୀକ୍ଷା କରିଥିବା ସୂଚନା ମିଳିଛି। ଏଥିରେ  ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣି, ଆରଡି ବିଭାଗର ନିର୍ବାହୀଯନ୍ତ୍ରୀ, ପୌରପାଳିକାର ଯନ୍ତ୍ରୀ ଆଦିଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। 

Pension Applications: ଭତ୍ତା ଆବେଦନ ଅନୁମୋଦନ କରୁନାହାନ୍ତି ବାବୁ, ଶୋଚନୀୟ ଅବସ୍ଥାରେ ୫୮୦୯ଅସହାୟ

ପୌରପାଳିକାର ଅଧିକାଂଶ ରାସ୍ତାର ଟେଣ୍ଡର ସରିଛି। ଲଘୁଚାପ ବର୍ଷା, ବାତ୍ୟା ଆଦି ଲାଗି ରହିଥିବାରୁ ରାସ୍ତା କାମ ଧିମେଇଛି କିମ୍ବା ଆରମ୍ଭ ହୋଇପାରିନି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ଦୀର୍ଘ ଦିନ ଧରି ଟେଣ୍ଡର ପକାଯିବାରେ ସମସ୍ୟା ରହିଥିଲା। ବିଭିନ୍ନ ବୈଷୟିକ କାରଣରୁ ଠିକାଦାର ମାନେ ଟେଣ୍ଡର ପକାଉନଥିବା କହିଛନ୍ତି ନିର୍ବାହୀଅଧିକାରୀ। ଏହା ବାଦେ ବି ସହରର ଅଧିକାଂଶ ଏବଂ ଜରୁରୀ ରାସ୍ତାର ଟେଣ୍ଡର ସରିଛି। ମୀରାଅଟୋ ଛକରୁ - ଦଶହରାପଦା ରାସ୍ତା କାମ କିଛି ଆରମ୍ଭ ହୋଇଥିଲା। ଲଗାଣ ବର୍ଷା ଓ ବାତ୍ୟା ଯୋଗୁଁ ବନ୍ଦ ରହିଥିଲା। ଏବେ ପୁଣି ଆରମ୍ଭ ହେବ। ଅଳ୍ପ ଦିନ ମଧ୍ୟରେ ସବୁ କାମ ସାରିବୁ ବୋଲି କହିଛନ୍ତି ନିର୍ବାହୀଅଧିକାରୀ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.