Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା

1 hour ago 1
ARTICLE AD BOX

ଭଦ୍ରକ (ହରିହର ନାୟକ): ରାଜ୍ୟରେ ଅନେକ ସ୍ଥାନରେ ଡଙ୍ଗା ବୁଡ଼ି  ଘଟଣା ଯୋଗୁଁ ବହୁ ମୂଲ୍ୟବାନ ଜୀବନହାନି ଘଟୁଥିବା ବେଳେ ସରକାର ଡଙ୍ଗା ଘାଟଗୁଡ଼ିକରେ ସତର୍କତା ଅବଲମ୍ବନ କରୁ ନାହାନ୍ତି। ବିଭିନ୍ନ ନଦୀଘାଟରେ ଅସୁରକ୍ଷିତ ଜଳଯାତ୍ରା ଜୀବନ ନେଉଛି! ଏ ଦିଗରେ ରାଜ୍ୟ ସରକାର ଏବେ ଅଙ୍କୁଶ ଇଳାଇବା ପାଇଁ ନିୟମ କଡାକତି କରୁଛନ୍ତି। ନଦୀ ଘାଟଗୁଡିକରେ ଅନେକ  ଡଙ୍ଗା ଭାଙ୍ଗି ଗଲାଣି ତ ଆଉ କେଉଁ ଡଙ୍ଗା ଫୁଟି ଗଲାଣି। ଏହାକୁ   ଡଙ୍ଗାରେ  ବସି ଲୋକ  ବିପଦ ରେ ନଦୀ ପର ହେଉଛନ୍ତି। 

ଅନେକ ସମୟରେ ଡଙ୍ଗାରେ ଯେତିକି ଲୋକ ଓ ସାମଗ୍ରୀ ଯିବା କଥା ତା ଠାରୁ  ଅଧିକ ଲୋକ ଓ ଜିନିଷପତ୍ର ଯାଉଛି। ବୈତରଣୀ ନଦୀର ଆରଡି ଠାରେ ଥିବା ତିନି ତର ନଦୀଘାଟରେ  ପ୍ରତିଦିନ ହଜାର ହଜାର ଲୋକ ଅସୁରକ୍ଷିତ ଅବସ୍ଥାରେ ନଦୀ ପର  ହେଉଥିବା ବେଳେ ଚାନ୍ଦବାଲି ବୈତରଣୀ ନଦୀରେ ଭିତର କନିକାକୁ ବିପଦପୂର୍ଣ୍ଣ ଭାବରେ ଡଙ୍ଗାରେ  ନଦୀ ପାର ହେଉଛନ୍ତି।  

ସେହିପରି ମନ୍ତେଇ ନଦୀର ଚୌଧୁରୀଘାଟ'ରେ ପ୍ରତିଦିନ ଶହଶହ ଲୋକ ଅସୁରକ୍ଷିତ ଜଳଯାତ୍ରା ବର୍ଷ ବର୍ଷ ଧରି  କରୁଛନ୍ତି। ଭଦ୍ରକ ଜିଲ୍ଲାରେ ନଦୀକୂଳିଆ ଲୋକମାନେ ଏପରି ଅସୁରକ୍ଷିତ ଜଳଯାତ୍ରା କରୁଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ଦେଉ  ନାହାନ୍ତି। ନଦୀରେ ଓ ସମୁଦ୍ରରେ ଡଙ୍ଗା ଚାଳନା ପାଇଁ ଲାଇସେନସ୍ ଦେବା ପାଇଁ ତହସିଲ ଦାର ଓ ଅତିତିକ୍ତ ତହସିଲଦାରଙ୍କ ଉପରେ କ୍ଷମତା ନ୍ୟସ୍ତ କରାଯାଇଛି। ମାତ୍ର ଏ ଦିଗରେ ସଂପୃକ୍ତ ଅଧିକାରୀ ସେତେଟା ଦୃଷ୍ଟି ଦେଉ ନାହାନ୍ତି। କେବଳ ନଦୀଘାଟ ନୁହେଁ, ଭଦ୍ରଜ ସମୁଦ୍ର ଉପକୂଳରେ ମଧ୍ୟ ମାଛ ଧରାପାଇଁ ବିନା ଲାଇସେନସ୍‌ରେ ଡଙ୍ଗା ସମୁଦ୍ରରେ ଚାଲୁଛି ଯାହା ଆମର ଆଭ୍ୟନ୍ତରିଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଜିଲ୍ଲାରେ ସବୁ ନିୟମ କାନୁନ୍‌ଙ୍କୁ ଦେଖାତିର କରାଯାଇ ସମୁଦ୍ର ଓ ନଦୀରେ ଚାଲିଛି ଶହ ଶହ ଡଙ୍ଗା। 

ଧାମରାରେ ହଜାର ହଜାର  ସଂଖ୍ୟାରେ ଡଙ୍ଗା ଓ ଭୂତୁଭୂତି ସମୁଦ୍ର ଭିତରକୁ ବିନା ଭାଇସେନସ୍‌ରେ ଚଳାଇଛନ୍ତି। ତଟସୁରକ୍ଷା ବାହିନୀ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଆତଙ୍କବାଦୀମାନେ ଜଳପଥ ଦେଇ ଓଡିଶା ଆସିବାକୁ ଯୋଜନା କରୁଥିବା ବେଳେ ଲାଇସେନସ୍ ବିହୀନ ଡଙ୍ଗାକୁ ଆୟୁଧ କରି ଭିତରକୁ ପସିବାର ଯୋଜନା କରୁଛନ୍ତି। ଆଡଙ୍ଗାବାଦୀ ଓ ଅନୁପ୍ରବେଶକାରୀଙ୍କ ପଥରୋଧ କରିବାକୁ ସରକାର ଅଙ୍କୁଶ ଲାଗୁ କରିଛନ୍ତି।  କୌଣସି ଡଙ୍ଗା ବିନା  ଅନୁମତିରେ ସମୁଦ୍ର ଭିତରକୁ ଯାଇ ପାରିବ ନାହିଁ। 

Boat Capsized: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ଏନେଇ ନିର୍ଦ୍ଦେଶନାମା ସରକାରଙ୍କ ପକ୍ଷରୁ ଉପକୂଳରେ ଜାରି କରା ଯାଇଛି। କୋଷ୍ଟ କୋଷ୍ଟ ଗାର୍ଡ  ଓ ମେରା ଇନ୍ ପୁଲିସ ପକ୍ଷରୁ ଏଥିପ୍ରତି କଡା ନଜର ଦିଆଯାଉଛି। କିଛି ଡଙ୍ଗା ବିନା ଲାଇସେନ୍‌ସ୍ ରେ  ମାଛ ଧରୁଥିବା ବେଳେ ଏ ଦିଗରେ କିଛି ପଦକ୍ଷେପ  ନିଆଯାଉ ନାହିଁ। 
 ଜିଲ୍ଲାର ଉପକୂ ଆଞ୍ଚରେ  ୨ ହଜାରରୁ ଅଧିକ ଡଙ୍ଗା ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତ୍ର। ବେଆଇନ ଭାବରେ ଅନେକ ସମୟରେ କିଛି ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ  ମଧ୍ୟ ମାଛ ଧରିବାକୁ ଏହି ସବୁ ଅଞ୍ଚଳରେ ପ୍ରବେଶ କରୁଛନ୍ତି। 

ବାଂଲାଦେଶୀ ଅନୁପ୍ରବେଶ କାରୀମାନେ ଗଭୀର ସମୁଦ୍ରରେ  ମାଛ ଧରିବା ପାଇଁ  ଆସି ଆମ ଅଞ୍ଚଳ କୁ ଆସିବାକୁ ଯୋଜନା କରୁଛନ୍ତି। ବାଙ୍ଗଲାଦେଶୀ ଅନୁ ଦ୍ଵାରା ଅବାଧରେ ଏଇ ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଉଛି। ବାଂଲାଦେଶୀମାନେ ଓଡ଼ିଶା ସମୁଦ୍ର ସୀମାରେ  ପ୍ରବେଶ ରହୁଥିବା ବେଳେ ଏଇ ଅନୁପ୍ରବେଶକୁ ରୋକ  ଲଗାଯାଇ ପାରୁ ନାହିଁ। ଏ ଦିଗରେ ଦୃଷ୍ଟି ଦିଆ ନଗଲେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁ ଦିନ ଭଦ୍ରକ ଉପକୂଳରେ ବୃଦ୍ଧି ପାଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.