Neglect: ରାସ୍ତା କାଟି ନିର୍ମାଣ ହେଉଛି ପୋଲ, ହିନସ୍ତା ହେଉଛନ୍ତି ଲୋକେ

1 hour ago 1
ARTICLE AD BOX

ଦଶରଥପୁର (ଚନ୍ଦ୍ରଶେଖର ସାହୁ): ଅବଧି ଶେଷ ହେବାର ତିନି ବର୍ଷ ପରେ ଯାଜପୁରଜିଲ୍ଲା ମଙ୍ଗଳପୁର-ନାରୀଗାଁ ଆରଡ଼ି ରାସ୍ତାରେ ନିର୍ମାଣ ହେଉଛି ପୋଲ। ମାତ୍ର ପୋଲ ନିର୍ମାଣ ହେଉଥିବା ଏକ ମାତ୍ର ରାସ୍ତାଟିକୁ ଠିକାଦାର ସମ୍ପୂର୍ଣ କାଟିଦେଇ ଥିବା ଅଭିଯୋଗ ହେଉଛି। ୩ ଦିନ ପ୍ରବଳ ବର୍ଷା ହେବା ଫଳରେ ଶୁଖିଲା ବିଲ ଦେଇ ଲୋକେ ଯାତାୟାତ କରୁଥିବା ରାସ୍ତା ବୁଡ଼ିଯାଇଛି। ଡ଼ାଇ ଭର୍ସନ ରାସ୍ତା ନଥିବାରୁ ଲୋକେ ଯାତାୟାତ କରିପାରୁନାହାନ୍ତି। ଫଳରେ ଲୋକେ ନହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ଲଗାଣ ବର୍ଷା ପାଇଁ ଚାଷ ଜମି ବୁଡିଯିବାରୁ ସମ୍ପୂର୍ଣ ଭାବେ ମଙ୍ଗଳପୁର-ବଡ଼ କୁଆଲ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହି ରାସ୍ତା ଦେଇ ଥାଲକୁଡି, ବିରିପଟା, ଜାଫରପୁର, ପାଲଟପୁର, ଖାନନଗର, ପାଲଟପୁର ପଞ୍ଚାୟତ ସମେତ କେନ୍ଦ୍ରାପଡ଼ା ଜିଲ୍ଲାକୁ ସଂଯୋଗ କରୁଥିଲା। ରାସ୍ତା ବିଛିନ୍ନ ହେବାରୁ ଲୋକେ ସମସ୍ତ ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି। 

ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ ପୋଲ ନିର୍ମାଣର ଠିକାଦାର ସୁଶାନ୍ତ ପରିଡ଼ଶ ରାସ୍ତା କାଟିବା ପୂର୍ବରୁ ଡ଼ାଇଭର୍ସନ ରାସ୍ତା ନିର୍ମାଣ କରି କାଟିବା କଥା। ମାତ୍ର ସେମିତି କରାଯାଇ ନାହିଁ। ଫଳରେ ସ୍ଥାନୀୟ ଲୋକେ ନହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ଠିକାଦାର କିଛି ଖଳ ପ୍ରକୃତିର ଲୋକ ଲଗାଇ ମାରିବାକୁ ଧମକ ଦେଉଥିବା ଅଭିଯୋଗ ହେଉଛି।  

ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମଂଗଳପୁର-ବଡକୁଆଁଲ ରାସ୍ତା ସଂପ୍ରସାରଣ ପାଇଁ ଆରଡି ବିଭଗ ପକ୍ଷରୁ ୨୦୨୨ ମସିହାରେ ବ୍ୟୟ ମଂଜୁରୀ କରାଯାଇଥିଲା। କାର୍ଯ୍ୟ ପାଇଁ ମେସର୍ସ ସତ୍ୟସାଇ କନଷ୍ଟ୍ରକସନ ସୁଶାନ୍ତ ପରିଡ଼ାଙ୍କୁ ବିଭାଗ ପକ୍ଷରୁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା। ୮ କିଲୋମିଟର ୫୫୦ ମିଟର ରାସ୍ତା ସଂପ୍ରାସାରଣ ପାଇଁ ୮ କୋଟି ୩୧ ଲକ୍ଷ ବ୍ୟୟ ବରାଦ କରାଯାଇଥିଲା। କାର୍ଯ୍ୟଟି ୨୬ ଅକ୍ଟୋବର ୨୦୨୨ ରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ୨୦୨୩ ରେ ଶେଷ ହେବା କଥା। ମାତ୍ର ଅବଧିର ୩ ବର୍ଷ ପରେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ ହୋଇନାହିଁ। ଯଦିଓ ରାସ୍ତାଟି ପିଚୁ ଏବଂ ଢଳାଇ ୯୦ ପ୍ରତିଶତ ଶେଷ ହୋଇଛି। ୨ ପାର୍ଶ୍ବ ୩ ଫୁଟ ଲେଖାଏଁ ମାଟି ମୋରମ ପଡ଼ିନାହିଁ। ୧୧ଟି ପୋଲ ମଧ୍ୟରୁ ୪ଟି ପୋଲ ନିର୍ମାଣ ହୋଇନାହିଁ । ଉକ୍ତ ପୋଲ ୨ଟି ନିର୍ମାଣ ହେଉଥିବାବେଳେ ରାସ୍ତା କଟାଯାଇଥିଲା। ଡ଼ାଇଭର୍ସନ ରାସ୍ତା ନିର୍ମାଣ ନହେବା କାଳ ସାଜିଛି। 

ଠିକାଦାରଙ୍କ ଏଭଳି ଦାଇତ୍ୱହୀନ କାର୍ଯ୍ୟ ଏବଂ ବିଭାଗୀୟ ଜେଇ କିପରି ବିନା ଡ଼ାଇଭର୍ସନ ରାସ୍ତା ନକରି ଏମିତି ଅନୁମତି ଦେଉଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି। ଡ଼ାଇଭର୍ସନ ରାସ୍ତା ପାଇଁ ସରକାର ଅର୍ଥ ଦେଉଥିବା ବେଳେ କିପରି ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଏହାଛଡା ନିର୍ମାଣ ହୋଇଥିବା ପୋଲର ଗାର୍ଡ ୱାଲ ନିମ୍ନମାନର ହୋଇଥିବାରୁ ଢଳାଇ ବାହାରି ଯାଉଛି। ଏ ବିଷୟରେ ବିଭାଗୀୟ ଏସଇ ଅବିନାଶ ବାରିକଙ୍କୁ ପଚାରିବାରେ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.