Neglect: ବାରଣ୍ଡାର ଆଶ୍ରୟ ନେଉଛନ୍ତି ନାରାଣପୁର ପଞ୍ଚାୟତବାସୀ

2 hours ago 1
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ୧୦ ଲକ୍ଷ ଟଙ୍କାର ରେଷ୍ଟ ଗୃହରେ ପଡ଼ିଛି ତାଲା। ପଞ୍ଚାୟତବାସୀ ବାରଣ୍ଡାରେ ବିଶ୍ରାମ ନେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ନାରାଣପୁର ଗ୍ରାମପଞ୍ଚାୟତରେ। 

ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତ କାର୍ଯାଳୟ ପରିସରରେ ଲୋକଙ୍କ ବିଶ୍ରାମ ନିମନ୍ତେ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏକ ଫେସିଲିଟି ସେଣ୍ଟର (ବିଶ୍ରାମ ଗୃହ) ନିର୍ମାଣ ହୋଇଛି କିନ୍ତୁ ତାହା ଲୋକଙ୍କ କାମରେ ଆସୁନି। ପରିଣାମ ସ୍ୱରୂପ ଶତାଧିକ ହିତାଧିକାରୀ ରାସନ ନେବା ପାଇଁ ଆସି ବସିବାକୁସ୍ଥାନ ପାଇନଥିବା ବେଳେ ଟିଣ ଆଜବେଷ୍ଟସ ବାରଣ୍ଡାରେ ବସି ଅପେକ୍ଷା କରିଛନ୍ତି। 

ତେବେ ହିତାଧିକାରୀ ଓ ଜନ ସାଧାରଣଙ୍କ ଉକ୍ତ ଫେସିଲିଟି ସେଣ୍ଟରଟି ଯେବେଠାରୁ ନିର୍ମାଣ ହୋଇଛି ସେହି ଦିନଠାରୁ ତାଲା ପଡିଛି ଵୋଲି ହିତାଧିକାରୀ ପ୍ରତିକ୍ରିୟା ରଖିଛନ୍ତି।ତେବେ ସେଠାରେ ଉପସ୍ଥିତ ଥିବା ପଞ୍ଚାୟତର ପିଅନ ମାନିକା ହାଁସଦାଙ୍କୁ ପଚାରିବାରୁ ବେଳେ ସେ ଉତ୍ତରରେ କହିଛନ୍ତି ତାହା ଏକ ସୋଲାର ଏଜେନସିକୁ ଦିଆଯାଇଛି। 

Inauguration: ତାଲା ଭାଙ୍ଗି କଲ୍ୟାଣ ମଣ୍ଡପ ଉଦ୍‌ଘାଟନ କଲେ ଏନ୍‌ଏସି ଅଧ୍ୟକ୍ଷ

ଏଠାରେ ପ୍ରଶ୍ନ ଉଠୁଛି ପଞ୍ଚାୟତକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକଙ୍କ ବିଶ୍ରାମ ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ସେଣ୍ଟର କାହା ନିର୍ଦ୍ଦେଶରେ ସୋଲାର ଏଜେନ୍ସିକୁ ଦେଇଛନ୍ତି ଏବଂ ଯଦି ଦେଇଛନ୍ତି ତେବେ କିଏ ଦେଇଛି ନିର୍ଦ୍ଦେଶ ଏବଂ ଲୋକଙ୍କ କହିବା ଅନୁଯାୟୀ ୨୦୨୪ ମସିହାରେ ନିର୍ମାଣ ହୋଇଥିବା ଫେସିଲିଟି ସେଣ୍ଟର ୨୦୨୬ ମସିହା ଅଧା ସାରିବାକୁ ବସିଲାଣି ହେଲେ ସୁଦ୍ଧା କାହିଁକି ଖୋଲା ଯାଉନି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ତେବେ ଦେଖିବାକୁ ବାକି ରହିଲା ଜନ ସାଧାରଣଙ୍କ କାର୍ଯ୍ୟରେ କେବେ ଆସୁଛି ଉକ୍ତ ବିଶ୍ରାମ ଗୃହ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.