Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ

1 hour ago 1
ARTICLE AD BOX

ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ କାନାକଟ ପଞ୍ଚାୟତ ବନ୍ଧଗୁଡ଼ା ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ କରାଯାଉ ନାହିଁ। ଫଳରେ ଯାତାୟାତ ସମୟରେ ଗ୍ରାମବାସୀ ହଇରାଣ ହେଉଛନ୍ତି। ପକ୍କା ରାସ୍ତା ପାଇଁ ବହୁବାର ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ କହିବା ପ୍ରକାରେ ପ୍ରାୟ ୫୦ ବର୍ଷ ତଳେ ବୁଆଲିବେଡ଼ା ଗ୍ରାମର କିଛି ଆଦିବାସୀ ସମ୍ପ୍ରଦାୟର ଲୋକେ ଏଠାରେ ବସତି ସ୍ଥାପନ କରିଥିଲେ। ପରେ ଉକ୍ତ ଅଞ୍ଚଳକୁ ବନ୍ଧଗୁଡା ବୋଲି ନାମ ଦେଇଥିଲେ।ବୁଆଲିବେଡ଼ା ଗ୍ରାମ ଯିବା ପରେ ପ୍ରାୟ ୨ଶହ ମିଟର ଦୂର ମାଟି ରାସ୍ତା ଦେଇ ଯିବା ପରେ ବନ୍ଧଗୁଡା ଗାଁ। ଉକ୍ତ ରାସ୍ତାକୁ ପକ୍କା ରାସ୍ତା କରିବା ପାଇଁ ଗ୍ରାମବାସୀ ବହୁବାର ବ୍ଲକ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସୁଫଳ ମିଳିନି। 

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉକ୍ତ ୨ଶହ ମିଟର ମାଟି ରାସ୍ତା ଖାଲଖମା ସହ ବର୍ଷା ପାଣି ଭର୍ତ୍ତି ହୋଇ ରହୁଛି। ଶୀତ ଓ ଖରା ଦିନରେ ଗ୍ରାମବାସୀ କୌଣସି ପ୍ରକାରେ ଯାତାୟାତ କରୁଛନ୍ତି। ବର୍ଷା ଦିନ ଗୁଡ଼ିକରେ ବର୍ଷା ପାଣି ରାସ୍ତାରେ ରହିବା ସହ କାଦୁଅ ରହୁଥିବାରୁ ଯିବା ଆସିବାରେ ସମସ୍ୟା ହେଉଛି। 

Heavy Rain: ବଲାଙ୍ଗୀରରେ ପ୍ରବଳ ବର୍ଷା; କାନ୍ଥ ଭୁଶୁଡ଼ି ବୃଦ୍ଧ ମୃତ

ସେହିପରି ବର୍ଷାଦିନରେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ। ଫଳରେ ଗ୍ରାମର ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ବୁଆଲିବେଡ଼ା ଗ୍ରାମ ପର୍ଯ୍ୟନ୍ତ ନେବା ପାଇଁ ପଡୁଛି। ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଉଛନ୍ତି। ଫଳରେ ରୋଗୀ ସଠିକ୍‌ ସମୟରେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ କହିଛନ୍ତି। ତେଣୁ ବର୍ଷାଦିନ ପୂର୍ବରୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ  ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମର ଭୁଜବଳ ମାଝୀ,ବନସିଂ ମାଝୀ,ମସୁ ମାଝୀ,ପଦୁ ରାମ ମାଝୀ, ରଘୁନାଥ ମାଝୀ, ରମେଶ ମାଝୀ, ତୁଳସୀ ମାଝୀ,ସମୀର ମାଝୀ ପ୍ରମୁଖ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.