NEET: ପ୍ରକାଶ ପାଇଲା ନିଟ ୨୦୨୬ ପରୀକ୍ଷାଫଳ, ଏମିତି ଜାଣନ୍ତୁ ରେଜଲ୍ଟ

3 hours ago 1
ARTICLE AD BOX

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପୁନଃ ନିଟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୋରକାର୍ଡ ପ୍ରକାଶ ପାଇଛି।

 ପ୍ରକାଶ ପାଇଲା ନିଟ ୨୦୨୬ ପରୀକ୍ଷାଫଳ, ଏମିତି ଜାଣନ୍ତୁ ରେଜଲ୍ଟ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ପୁନଃ ନିଟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୋରକାର୍ଡ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ବର୍ତ୍ତମାନ ସେମାନଙ୍କର ସଂଶୋଧିତ ସ୍କୋରକାର୍ଡ ଅଫିସିଆଲ୍ ୱେବସାଇଟ୍ neet.nta.nic.in ମାଧ୍ୟମରେ ଅନଲାଇନରେ ଡାଉନଲୋଡ୍ କରିପାରିବେ। ଉଲ୍ଲେଖ ଥାଉ କି ପ୍ରକାଶ ପାଇଥିବା ନିଟ୍‌ ୟୁଜି ପରୀକ୍ଷାଫଳରେ ୧୧ ଲକ୍ଷ ୨୧ ହଜାର ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ | ୫୮ ପ୍ରତିଶତ ଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି | ୭୨୦ରୁ ୭୦୦ ନମ୍ବର ଆଣିଛନ୍ତି ୧୯ ଜଣ ପରୀକ୍ଷାର୍ଥୀ | 

  • ସ୍କୋରକାର୍ଡ କିପରି ଡାଉନଲୋଡ୍ କରିବେ?
    ଛାତ୍ରଛାତ୍ରୀମାନେ ନିଜର ଲଗଇନ୍ ବିବରଣୀ ବ୍ୟବହାର କରି ନିମ୍ନଲିଖିତ ପ୍ରକ୍ରିୟା ଅନୁସରଣ କରି ସ୍କୋରକାର୍ଡ ପାଇପାରିବେ:
    ଅଫିସିଆଲ୍ ନିଟ ୟୁଜି ୱେବସାଇଟ୍‌କୁ ଯାଆନ୍ତୁ।
    ୱେବସାଇଟ୍‌ରେ ଥିବା "Scorecard of NEET UG" ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
    ନିଜର ଆପ୍ଲିକେସନ୍ ନମ୍ବର, ଜନ୍ମ ତାରିଖ ଏବଂ ସିକ୍ୟୁରିଟି ପିନ୍ ଦିଅନ୍ତୁ | 
    ସବମିଟ ଉପରେ କ୍ଲିକ୍ କରନ୍ତୁ।
    ବର୍ତ୍ତମାନ ଆପଣଙ୍କର ସଂଶୋଧିତ ସ୍କୋରକାର୍ଡ ସ୍କ୍ରିନ୍‌ରେ ଦେଖାଯିବ। ଏହାକୁ ଡାଉନଲୋଡ୍ କରି ଏକ ପ୍ରିଣ୍ଟଆଉଟ୍ ବାହାର କରି ରଖନ୍ତୁ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.