NEET: ନିଟ୍‌ ଆନ୍ଦୋଳନକାରୀଙ୍କୁ ସମର୍ଥନ କଲେ ମୁରଲୀ ମନୋହର ଯୋଶୀ

3 hours ago 2
ARTICLE AD BOX

ନୂଆଦିଲ୍ଲୀ : ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ବିରୋଧ କରି ଆନ୍ଦୋଳନ କରୁଥିବା ଛାତ୍ରଙ୍କୁ ଆଜି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋହର ଯୋଶୀ ସମର୍ଥନ କରିଛନ୍ତି। ଏହି ମାମଲାରେ ଏକ ବିରଳ ହସ୍ତକ୍ଷେପ କରି ଯୋଶୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାକୁ ନେଇ ଛାତ୍ରମାନେ ଯେଉଁ ଚିନ୍ତା ପ୍ରକଟ କରିଛନ୍ତି ତାହା ବାସ୍ତବିକ। ଛାତ୍ରମାନଙ୍କ ଉପରେ ବଳପ୍ର‌‌ୟୋଗ ନକରି ସହାନୁଭୂତି ରଖିବା ଉଚିତ।

ଦିଲ୍ଲୀ‌ରେ ଆନ୍ଦୋଳନରତ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ଯୋଶୀ କହିଛନ୍ତି, ଏହା ଅତ୍ୟନ୍ତ ଦୟାହୀନ। ଏଭଳି ବଳପ୍ରୟୋଗ କଲେ ସରକାରଙ୍କ ‘ବିକଶିତ ଭାରତ’ ଭିଜନ୍‌ରୁ ସମାଜର ଏକ ବଡ଼ ଅଂଶ ବିମୁଖ ‌ହେବେ। ଏକ୍ସରେ ପୋଷ୍ଟ୍‌ କରି ଯୋଶୀ କହିଛନ୍ତି, ‘ ଦେଶର ବିଭିନ୍ନ ଅଂଶରୁ ଛାତ୍ରମାନେ ଦୀର୍ଘ ଦିନ ଧରି ଦିଲ୍ଲୀ ରାସ୍ତାରେ ରୁଣ୍ଡ ହୋଇଥିବା ଦେଖି କଷ୍ଟ ଲାଗୁଛି। ପରୀକ୍ଷା ବ୍ୟବସ୍ଥାକୁ ନେଇ ସେମାନେ ‌ଯେଉଁ ଚିନ୍ତା ପ୍ରକଟ କରିଛନ୍ତି ତାହା ଅତ୍ୟନ୍ତ ବାସ୍ତବିକ । 

ଆହୁରି ପଢନ୍ତୁ: Ama Odisha Tribeni Mahotsav ଭୁବନେଶ୍ବରରେ ଆମ ଓଡ଼ିଶାର ତ୍ରିବେଣୀ ‌ମହୋତ୍ସବ

ସହାନୁଭୂତି ରଖି ଏହାର ମୁକାବିଲା କରିବା ଏବଂ ସମାଧାନ ବାହାର କରିବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପଟେ ପରୀକ୍ଷାରେ ଅନିୟମିତତା ବିରୋଧରେ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ବରିଷ୍ଠ ସାମାଜିକ କର୍ମୀ ଆନ୍ନା ହଜାରେ ଗୁରୁବାର ମହାରାଷ୍ଟ୍ରର ଅହଲ୍ୟାନଗରରେ ମୌନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଛାତ୍ର ଆନ୍ଦୋଳନକୁ ଆନ୍ନା ସମର୍ଥନ କରିଛନ୍ତି ଏବଂ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ପରୀକ୍ଷାରେ ଅନିୟମିତତା ବିଷୟକୁ ନେଇ ଯେଉଁ ଚିନ୍ତା ପ୍ରକଟ ହୋଇଛି ତାକୁ ସରକାର ଦୂର କରିବା ପାଇଁ ଏବଂ ଶିକ୍ଷା ବ୍ୟବସ୍ଥା ଉପରେ ପୁନଃ ବିଶ୍ବାସ ସ୍ଥାପନ କରିବା ପାଇଁ ଆନ୍ନା ହଜାରେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.