NEET: ଗମ୍ଭୀର ହେଲାଣି ନିଟ୍‌ ପ୍ରଶ୍ନ ଲିକ୍‌ ପ୍ରସଙ୍ଗ: ଚକ୍‌ମା ଦେଲେ ରାହୁଲ ଗାନ୍ଧୀ

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ଅସ୍ତ୍ର କରିଥିବା କଂଗ୍ରେସ ଦଳ ଆଜି ଦିଲ୍ଲୀରେ ସରକାରଙ୍କୁ ଚକ୍‌ମା ଦେଇଛି। ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଧାନମନ୍ତ୍ରୀ ରହୁଥିବା ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନ ନିକଟରେ ହଠାତ୍‌ ଧାରଣାରେ ବସି ଆନ୍ଦୋଳନ କରିଥିଲେ। ପୁଲିସ ଓ ଗୁଇନ୍ଦା ଏ ସଂପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲା। କଂଗ୍ରେସ ଦଳର ଏହି ରଣନୀତି କିଛି ସମୟ ପାଇଁ ସରକାର ଓ ପ୍ରଶାସନର ନିଦ ହଜାଇ ଦେଇଥିଲା।

Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍‌କୋର୍ଟ ବିଚାରପତି ଓହରିଲେ

ଅପରାହ୍ଣ ପ୍ରାୟ ସାଢ଼େ ୩ଟାରୁ କଂଗ୍ରେସ ନେତାମାନେ ଧାରଣା ଆରମ୍ଭ କରିଦେଇଥିଲେ। ଧାରଣାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ମଧ୍ୟ ଧାରଣାରେ ବସିଥିଲେ। କଂଗ୍ରେସ ସାଂସଦ ଓ ବରିଷ୍ଠ ନେତାମାନେ ସଡ଼କକୁ ଓହ୍ଲାଇବାର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ 
ଧାରଣାସ୍ଥଳରେ ପହଞ୍ଚି ରାହୁଲଙ୍କ ସହ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଯାଇଥିଲେ। ଶାହଙ୍କ ସହ ଆଲୋଚନା ପରେ ପୁଣି ସେ ରାହୁଲଙ୍କ ସହ କଥା ହୋଇଥିଲେ। 

ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ରାହୁଲଙ୍କ ଦାବି ଥିଲା ନିଟ୍‌ ପ୍ରସଙ୍ଗରେ ସଂସଦରେ ଆଲୋଚନା କରାଯାଉ। ରାହୁଲଙ୍କ ଉକ୍ତ ଦାବିକୁ ମଧ୍ୟ ଗ୍ରହଣ କରାଯାଇଥିଲା। କିନ୍ତୁ ରାହୁଲ ତାଙ୍କର ପୂର୍ବ କଥାରୁ ଓହରି ଯାଇ ଆମର ଦୁଇଟି ଦାବି ରହିଛି ବୋଲି କହୁଛନ୍ତି। ପ୍ରଥମ ଦାବି ସଂସଦରେ ନିଟ୍‌ ପ୍ରସଙ୍ଗରେ ଆଲୋଚନା ଏବଂ ଦ୍ବିତୀୟ ଦାବି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। ଆନ୍ଦୋଳନସ୍ଥଳରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମଧ୍ୟ ପହଞ୍ଚି ଉକ୍ତ ସ୍ଥାନ ଆନ୍ଦୋଳନ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଥିଲେ। ଏହାର ଉତ୍ତରରେ ରାହୁଲ କହିଥିଲେ ମୁଁ ଯେଉଁଠି ଚାହିବି ସେଠାରେ ବସି ପାରିବି। ଧାରଣାସ୍ଥଳରେ କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସ୍ଲୋଗାନ୍‌ ଦେଇଥିଲେ। ଧାରଣା ଚାଲିଥିବାବେଳେ ପୁଲିସ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, କଂଗ୍ରେସ ନେତା କହ୍ନେୟା କୁମାରଙ୍କ ସମେତ ଅନ୍ୟ ନେତାଙ୍କୁ ବସ୍‌ ଭିତରକୁ ନେଇଯାଇଥିଲେ। କଂଗ୍ରେସର ଏହି ପ୍ରଦର୍ଶନ ଅତ୍ୟନ୍ତ ଗୋପନୀୟ ରଖାଯାଇଥିଲା। ରାହୁଲଙ୍କ ସମେତ ସବୁ ନେତା ଦଳର ଅଧ୍ୟକ୍ଷ ଖଡ଼ଗେଙ୍କ ଘରୁ ଧାରଣା ସ୍ଥଳ ପର୍ଯ୍ୟନ୍ତ ଚାଲିଚାଲି ଆସିଥିଲେ। ଧାରଣାସ୍ଥଳରେ ରାହୁଲ ଓ ଖଡ଼ଗେ ହାତକୁ ଧଳା ଦଉଡ଼ିରେ ବାନ୍ଧିଥିବା ଦେଖାଯାଇଥିଲା।

ଆଜି ଥିଲା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଜନ୍ମଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭଳି ନେତାମାନେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଛାତ୍ର ଓ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ଲାଠିମାଡ଼କୁ ବିରୋଧ କରି ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଖଡ଼ଗେ ତୁରନ୍ତ ଘୋଷଣା କରିଥିଲେ। ଦିପହରରେ ରାହୁଲ, ପ୍ରିୟଙ୍କାଙ୍କ ସମେତ ଅନ୍ୟ ନେତାମାନେ ଖଡ଼ଗେଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ସୁରକ୍ଷା କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଧରି ନେଇଥିଲେ ଯେ ଖଡ଼ଗେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ କଂଗ୍ରେସ ନେତାମାନେ ତାଙ୍କ ବାସଭବନରେ ଏକାଠି ହୋଇଛନ୍ତି। ଖଡ଼ଗେଙ୍କ ବାସଭବନରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନର ଦୂରତା କେବଳ ୧ କିଲୋମିଟର। ଖଡ଼ଗେଙ୍କ ବାସଭବନରେ ବୈଠକ ସରିବା ପରେ ନେତାମାନେ ଗାଡ଼ିରେ ବସିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଚାଲିବା ଆରମ୍ଭ କରିଦେଇଥିଲେ। ଦିଲ୍ଲୀ ପୁଲିସ ଅଟକାଇବା ଓ ବ୍ୟାରିକେଡ୍‌ ଲଗାଇବା ବେଳକୁ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନର ନିକଟତର ହୋଇଯାଇଥିଲେ।

Horoscope 2026 July 22: ଜାଣନ୍ତୁ ଆଜିର ରାଶିଫଳ...

ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି‌ ଯେ, ଛାତ୍ରଙ୍କ ଉପରେ ଆକ୍ରମଣ ଅର୍ଥ, ପ୍ରତି ଭାରତୀୟଙ୍କ ପରିବାର ଉପରେ ଆକ୍ରମଣ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲାଗୁଛି ବିନା ଜବାବରେ ଓ ପରିଣାମର ସାମନା ନ କରି ସେ ଖସିଯିବେ। କିନ୍ତୁ ସେ ଏହା କରିପାରିବେ ନାହିଁ, ଏଥର ବିଲକୁଲ୍‌ ନୁହେଁ ବୋଲି ରାହୁଲ କହିଛନ୍ତି। ଛାତ୍ରଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ବୋଲି ଯେଉଁ ଛାତ୍ରମାନେ ଅନୁଭବ କରୁଛନ୍ତି ସେହି ଦେଶଭକ୍ତମାନଙ୍କୁ ମୁଁ ଆହ୍ବାନ କରୁଛି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଆମ ସହ ଧାରଣାରେ ସାମିଲ ହୁଅନ୍ତୁ। ଆନ୍ଦୋଳନସ୍ଥଳକୁ ଖାଲି କରିବା ପାଇଁ ସୁରକ୍ଷା କର୍ମୀମାନେ ପହଞ୍ଚିବା ପରେ ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଅନ୍ୟ‌ ନେତାମାନଙ୍କୁ ସେଠାରୁ ବଳପୂର୍ବକ ଉଠାଇ ନେଇଥିଲା। ରାହୁଲଙ୍କୁ ଉଠାଇ ନିଆଯିବା ସମୟରେ ଦେଶରେ ଏବେ ଗଣତନ୍ତ୍ର ଚାଲିଛି କି ବୋଲି ସେ କହିଥିଲେ। ଏଥିସହିତ ରାହୁଲଙ୍କ ନାକରୁ ରକ୍ତ ବାହାରିବା କେତେକ ଫଟୋରୁ ଦେଖିବାକୁ ମିଳିଥିଲା। ଦିଲ୍ଲୀ ପୁଲିସ ରାହୁଲଙ୍କ ସମେତ ଅନ୍ୟ ସାଂସଦ, ଦଳୀୟ ନେତା ଓ କର୍ମୀମାନଙ୍କୁ ଅଟକ ରଖିଥିଲା।

ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଧାରଣା ପାଇଁ ଅନୁମତି ଦିଆଯାଇ ନ ଥାଏ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ଭିଭିଆଇପିମାନେ ଏଠାରେ ରହୁଥିବାରୁ ଏହା ଅନ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏହି ଅଞ୍ଚଳରେ ବିଏନ୍‌ଏସ୍‌ର ଧାରା ୧୬୩ ଲାଗିଥାଏ। ଫଳରେ ୫ କିମ୍ବା ତା’ଠାରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବା କିମ୍ବା ଆନ୍ଦୋଳନ କରିବା ଉପରେ କଟକଣା ରହିଛି।

ସୋନମ ୱାଙ୍ଗଚୁକ୍‌ଙ୍କୁ ମେଦାନ୍ତ ପଠାଗଲା

ନୂଆଦିଲ୍ଲୀ: ଆଜକୁ ୨୪ ଦିନ ଧରି ଆମରଣ ଅନଶନ କରୁଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ଦିଲ୍ଲୀ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ, ମେଦାନ୍ତ ହସ୍ପିଟାଲର ଚିକିତ୍ସକମାନେ ୱାଙ୍ଗଚୁକ୍‌ଙ୍କ ଚିକିତ୍ସା କରିବେ ଏବଂ ତାଙ୍କୁ ପରାମର୍ଶ ପାଳନ କରିବାକୁ ହେବ। ୱାଙ୍ଗଚୁକ୍‌ଙ୍କ ପତ୍ନୀ ଗୀତା ଆଙ୍ଗମୋ ହାଇକୋର୍ଟର ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ଦୁଇଜଣିଆ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ କେନ୍ଦ୍ର ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ ଯେ, ୱାଙ୍ଗଚୁକ୍‌ଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲେ ସରକାରଙ୍କର କୌଣସି ଆପତ୍ତି ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା କୋର୍ଟରେ କହିଥିଲେ ଯେ, ୱାଙ୍ଗଚୁକ୍‌ଙ୍କୁ ଲଗାତାର ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରଖାଯିବା ଆବଶ୍ୟକ। ସେହିପରି ମେଦାନ୍ତ ହସ୍ପିଟାଲର ଚିକିତ୍ସକଙ୍କ ପରାମର୍ଶ ବିନା ତାଙ୍କୁ ଡିସ୍‌ଚାର୍ଜ ନ କରିବାକୁ ମଧ୍ୟ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ, ନିଟ୍‌ ପେପର ଲିକ୍‌ ଘଟଣାକୁ ନେଇ ସରକାର ବିରୋଧରେ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ତୀବ୍ର ହୋଇଥିବାବେଳେ ୱାଙ୍ଗଚୁକ୍‌ଙ୍କ ଆମରଣ ଅନଶନ ମଙ୍ଗଳବାର ୨୪ତମ ଦିନରେ ପହଞ୍ଚିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.