ARTICLE AD BOX
ନୂଆଦିଲ୍ଲୀ : ଏସ୍ଆଇଆର୍ ( ସ୍ବତନ୍ତ୍ର ସଘନ ସଂଶୋଧନ)କୁ ନେଇ ନିର୍ବାଚନ କମିସନରଙ୍କ ମଧ୍ୟରେ ତୀବ୍ର ମତଭେଦଜନିତ ଖବର ବଡ଼ ଧରଣର ବିବାଦ ସୃଷ୍ଟି କରିଥିବାବେଳେ ଏବେ ପୁଣି ଏହି ପ୍ରସଙ୍ଗ ଏନ୍ଡିଏ ମେଣ୍ଟରେ ଦ୍ବନ୍ଦ୍ବ ବଢ଼ାଇଥିବା ଚର୍ଚ୍ଚା ହେଉଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଅସନ୍ତୋଷ ତେଜୁଥିବାବେଳେ ଏନ୍ଡିଏ ସହଯୋଗୀ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ବାନ ଏବଂ ଆର୍ଏଲ୍ଏମ୍ (ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା) ମୁଖ୍ୟ ଉପେନ୍ଦ୍ର କୁଶୱାହା କହିଛନ୍ତି ଯେ ନିର୍ବାଚନ କମିସନ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ସ୍ପଷ୍ଟୀକରଣ ଦେଇ ଲୋକଙ୍କ ସନ୍ଦେହ ଦୂର କରନ୍ତୁ ।
ଆହୁରି ପଢନ୍ତୁ :Jayshankar: ନାଗରିକ ଜାହାଜ ଉପରେ ଆକ୍ରମଣ ଅଗ୍ରହଣୀୟ: ୟୁଏନ୍ଜିଏରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା
ସିଇସି ଜ୍ଞାନେଶ କୁମାର ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ବୋଲି ଉଭୟ ନେତା ଅନୁରୋଧ କରିଛନ୍ତି । ପାଟନାରେ ସାମ୍ବାଦିକଙ୍କ ସହ କଥା ହୋଇ ପାଶ୍ବାନ କହିଛନ୍ତି, ନିର୍ବାଚନ କମିସନଙ୍କ ସ୍ଥିତି ସ୍ପଷ୍ଟ କରିବାର ଦାୟିତ୍ବ କମିସନ୍ର ଏବଂ ନିର୍ଦ୍ଦିଷ୍ଟ ଭାବେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କରା। ସେ କହିଛନ୍ତି, କେବଳ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନର ଜବାବ ଦେବା ଲକ୍ଷ୍ୟରେ ସ୍ପଷ୍ଟୀକରଣ ଦେବା ଉଚିତ ନୁହେଁ ବରଂ ନିର୍ବାଚନୀ ବ୍ୟବସ୍ଥାର ବିଶ୍ବସନୀୟତାକୁ ନେଇ ଭୋଟରଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର କରିବାପାଇଁ ଇସି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଅନ୍ତୁ।
ଆହୁରି ପଢନ୍ତୁ :Mustaq Khan: ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ: ଅନୁପମ ଖେର, ଅନିସ୍ ବାଜମୀ, ସଞ୍ଜୟ ମିଶ୍ରଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ହାଜିପୁର ସାଂସଦ କହିଛନ୍ତି, ସରକାରର ଏକ ଅଂଶ ଭାବେ ମୁଁ ଏହା ସ୍ପଷ୍ଟ କରୁଛି ଯେ ମୁଁ ଏକ ସାମ୍ବିଧାନିକ ସଂସ୍ଥାର ପକ୍ଷ ନେବାକୁ ଚାହୁନି। ବିରୋଧୀମାନେ ଯେଉଁ ଅଭିଯୋଗ ଉଠାଇଛନ୍ତି ତାକୁ ନେଇ ମଧ୍ୟ ମୁଁ ବେଶୀ ଚିନ୍ତିତ ନୁହେଁ। ସିଇସି ଜନସାଧାରଣଙ୍କ ବିଶ୍ବାସ ରଖିବାପାଇଁ ସ୍ପଷ୍ଟୀକରଣ ଦିଅନ୍ତୁ । ଚିରାଗ ପାଶ୍ବାନ ପୁଣିଥରେ କହିଛନ୍ତି, ଯଦି ଲୋକମାନେ ନିର୍ବାଚନୀ ପ୍ରକ୍ରିୟାଉପରୁ ବିଶ୍ବାସ ହରାଇବେ ଏବଂ ଏହାକୁ ସନ୍ଦେହ କରିବେ ତେବେ ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ହେବ ହେବନାହିଁ। ତେଣୁ ମୁଁ ଭାବୁଛି ଯେ କମିସନ ନିଜର ସ୍ଥିତି ସ୍ପଷ୍ଟ କରିବା ଜରୁରୀ।
ଆହୁରି ପଢନ୍ତୁ :Protest: ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ନିଯୁକ୍ତି ଦାବିରେ ରାଲି, ବିକ୍ଷୋଭ
ରାଜ୍ୟସଭା ସାଂସଦ ଉପେନ୍ଦ୍ର କୁଶୱାହା କହିଛନ୍ତି, ସମଗ୍ରଘଟଣାକୁ ଭଲ ଭାବେ ସ୍ପଷ୍ଟ କରିବାର ଜରୁରୀ ଆବଶ୍ୟକତା ରହିଛି । ଭୋଟରମାନଙ୍କ ମନରୁ ଦ୍ବନ୍ଦ୍ବ ଦୂର କରିବାପାଇଁ କମିସନ୍ ତୁରନ୍ତ ଏକ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଆରଏଲଏମ୍ ମୁଖ୍ୟ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି। ସେହିପରି ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ବାଧୀନ ଟିଡିପି ମଧ୍ୟ ଏହି ସମାନ କଥା କହିଛି। ଟିଡିପିର ଲୋକସଭା ନେତା ଲଭୁ ଶ୍ରୀକ୍ରୀଷ୍ଣ କହିଛନ୍ତି, ଜ୍ଞାନେଶ କୁମାର ନିର୍ବାଚନ କମିସନ ସଂପର୍କିତ ବିବାଦୀୟ ସ୍ଥିତି ନେଇ ସ୍ପଷ୍ଟ କରିବା ଉଚିତ । ଲୋକଙ୍କ ମନରୁ ଦ୍ବନ୍ଦ୍ବ ଦୂର କରିବା ଉଚିତ ବୋଲି ସେ କହିଛନ୍ତି।

59 minutes ago
2


