ARTICLE AD BOX
ରାୟପୁର:ଦିନେ ହାତରେ ଥିଲା ବନ୍ଧୁକ, ଆଜି ସେହି ହାତରେ ହସ୍ତତନ୍ତ ପୋଷାକ। ଦିନେ ଜଙ୍ଗଲରେ ଥିଲା ଭୟର ପରିବେଶ, ଆଜି ରାମ୍ପରେ ଆତ୍ମବିଶ୍ୱାସର ପାଦଚିହ୍ନ। ରାୟପୁରରେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପୂର୍ବତନ ମହିଳା ନକ୍ସଲମାନଙ୍କ ଏହି ଅଭିନବ ପଦକ୍ଷେପ ଏବେ ଚର୍ଚ୍ଚାରେ। ହିଂସାର ରାସ୍ତା ଛାଡ଼ି ମୁଖ୍ୟଧାରାକୁ ଫେରିଥିବା ଏହି ମହିଳାମାନେ ପାରମ୍ପରିକ ହସ୍ତତନ୍ତ ପୋଷାକରେ ରାମ୍ପରେ ଚାଲି ଦେଲେ ଶାନ୍ତି, ପରି ବର୍ତ୍ତନ ଓ ଆତ୍ମନିର୍ଭରତାର ନୂଆ ବାର୍ତ୍ତା। ନକ୍ସଲ ସଂଗଠନ ସହ ଜଡ଼ିତ ଥିବା କିଛି ମହିଳା ଆଜି ନୂଆ ଜୀବନର ସ୍ୱପ୍ନ ଦେଖୁଛନ୍ତି। ରାୟପୁରର ଏହି କାର୍ଯ୍ୟକ୍ରମରେ ସେମାନେ ରଙ୍ଗବେରଙ୍ଗର ପାରମ୍ପରିକ ହସ୍ତତନ୍ତ ପୋଷାକ ପିନ୍ଧି ରାମ୍ପରେ ପାଦ ରଖିଥିଲେ। ସେମାନଙ୍କ ଆତ୍ମବିଶ୍ୱାସ ଦେଖି ଉପସ୍ଥିତ ଦର୍ଶକମାନେ କରତାଳି ଦେଇ ଉତ୍ସାହିତ କରିଥିଲେ। ରାମ୍ପରେ ବିଭିନ୍ନ ଅନ୍ଦାଜରେ, ବିଭିନ୍ନ ଢଙ୍ଗରେ ଚାଲି ନିଜର ଜଲୱା ଦେଖାଇଛନ୍ତି ନକ୍ସଲ ମହିଳା । ପାମ୍ପରିକ ପୋଷାକରେ ଖୁବ୍ସୁନ୍ଦର ଦିଶୁଥିଲେ ଏମୋନେ ।
ଏହି ରାମ୍ପ ୱାକ୍ କେବଳ ଫ୍ୟାଶନ ପ୍ରଦର୍ଶନ ନୁହେଁ। ଏହା ଥିଲା ଜୀବନ ବଦଳିବାର ଏକ ପ୍ରତୀକ। ହିଂସାର ରାସ୍ତା ଛାଡ଼ି ଏହି ମହିଳାମାନେ ଏବେ ଆତ୍ମନିର୍ଭର ହେବା ଦିଗରେ ଆଗକୁ ବଢ଼ୁଛନ୍ତି। ହସ୍ତତନ୍ତ ଓ ପାରମ୍ପରିକ କଳା ସହ ଯୋଡ଼ି ନିଜ ପାଇଁ ଏକ ନୂଆ ପରିଚୟ ଗଢ଼ିବାର ଚେଷ୍ଟା କରୁଛନ୍ତି। ରାମ୍ପରେ ସେମାନଙ୍କ ପ୍ରତ୍ୟେକ ପାଦ ଯେପରି କହୁଥିଲା ଜୀବନ ବଦଳିପାରେ, ରାସ୍ତା ବଦଳିପାରେ ଏବଂ ଭବିଷ୍ୟତ ମଧ୍ୟ ନୂଆ ହୋଇପାରେ। ସୁଯୋଗ ଓ ସହଯୋଗ ମିଳିଲେ ହିଂସାର ପଥରୁ ଫେରି ସମ୍ମାନଜନକ ଜୀବନ ଜିଇଁବା ସମ୍ଭବ ବୋଲି ଏହି ଘଟଣା ଏକ ବଡ଼ ସନ୍ଦେଶ ଦେଇଛି।
600 families missing: ୬୦୦ ପରିବାରର ସନ୍ଧାନ ମିଳୁନି: ନକ୍ସଲଙ୍କ ଦ୍ବାରା ହୋଇଥିଲେ ବିତାଡ଼ିତ
ଛତିଶଗଡ଼ରେ ନକ୍ସଲବାଦ ମୁକାବିଲା ସହିତ ପୁନର୍ବାସ ଓ ମୁଖ୍ୟଧାରାରେ ଫେରାଇ ଆଣିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଭଳି କାର୍ଯ୍ୟକ୍ରମ ସମାଜରେ ପରିବର୍ତ୍ତନ, ଶାନ୍ତି ଓ ବିକାଶର ବାର୍ତ୍ତା ପହଞ୍ଚାଇବାରେ ସହାୟକ ହୋଇପାରେ। ବନ୍ଧୁକରୁ ବୁଣାକାମ, ଜଙ୍ଗଲରୁ ରାମ୍ପ ଏହି ଯାତ୍ରା କେବଳ କିଛି ମହିଳାଙ୍କ କାହାଣୀ ନୁହେଁ, ବରଂ ପରିବର୍ତ୍ତନର ଏକ ଶକ୍ତିଶାଳୀ ବାର୍ତ୍ତା। ରାୟପୁରର ଏହି ରାମ୍ପ ୱାକ୍ ଦେଖାଇଦେଇଛି ଯେ ଶାନ୍ତି, ସୁଯୋଗ ଓ ଆତ୍ମନିର୍ଭରତାର ରାସ୍ତା ହିଁ ଏକ ନୂଆ ଭବିଷ୍ୟତର ଦ୍ୱାର ଖୋଲିପାରେ।

1 day ago
4


