Narendra Modi: ମାନିଲାରେ ‘ମେଡ୍‌ ଇନ୍‌ ପାକିସ୍ତାନ’ ଅଟୋରେ ମୋଦୀ ବସିଥିବା ଦାବି : ଯାଞ୍ଚ ପରେ ଜଣାପଡ଼ିଲା ସତ୍ୟତା

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆୟୋଜିତ ଆସିଆନ୍‌ ଶିଖର ସମ୍ମିଳନୀ ଅବସରରେ ଏକ ସୁସଜ୍ଜିତ ଅଟୋରିକ୍ସାରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ କିଛି ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏହା ‘ମେଡ୍‌ ଇନ୍‌ ପାକିସ୍ତାନ’ ଗାଡ଼ି ବୋଲି ଦାବି କରାଯାଇଥିଲା। ତେବେ ଯାଞ୍ଚରୁ ଏହି ଦାବି ମିଥ୍ୟା ବୋଲି ଜଣାପଡ଼ିଛି। ମୋଦୀ ଯେଉଁ ତିନିଚକିଆ ଯାନରେ ଯାତ୍ରା କରିଥିଲେ, ତାହା ପାକିସ୍ତାନର ନୁହେଁ, ବରଂ ଭାରତୀୟ କମ୍ପାନି ବଜାଜ୍‌ ଅଟୋ ଦ୍ୱାରା ନିର୍ମିତ।

ଆହୁରି ପଢନ୍ତୁ :Bhajaman Behera’s Autobiography ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଆତ୍ମଜୀବନୀ ଲୋକାର୍ପିତ

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୭ରେ ମାନିଲାରେ ଆସିଆନ୍‌ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ଏକ ରାତ୍ରିଭୋଜନ କାର୍ଯ୍ୟକ୍ରମକୁ ବିଶ୍ୱର ବିଭିନ୍ନ ଦେଶର ନେତାମାନେ ସ୍ୱତନ୍ତ୍ର ଭାବେ ସଜାଯାଇଥିବା ତିନିଚକିଆ ଯାନରେ ଯାଇଥିଲେ। ଏହି ଗାଡ଼ିଗୁଡ଼ିକୁ ଫିଲିପାଇନ୍ସର ପାରମ୍ପରିକ ଜିପ୍ନି କଳାକୃତି ଶୈଳୀରେ ରଙ୍ଗବେରଙ୍ଗ ଚିତ୍ରରେ ସଜାଯାଇଥିଲା। ମୋଦୀ ମଧ୍ୟ ଏଭଳି ଏକ ଗାଡ଼ିରେ ଯାତ୍ରା କରିଥିଲେ। ଏହି ସମୟରେ ସେ ଫିଲିପାଇନ୍ସର ପାରମ୍ପରିକ ପୋଷାକ ‘ବାରୋଙ୍ଗ ଟାଗାଲଗ୍‌’ ପିନ୍ଧିଥିଲେ।

ଆହୁରି ପଢନ୍ତୁ :CSK: ଧୋନିଙ୍କୁ ପେନ୍ସନ ଦେବ କି ସିଏସକେ?

ମୋଦୀଙ୍କ ଅଟୋଯାତ୍ରାର ଭିଡିଓ ଭାଇରାଲ୍‌ ହେବା ପରେ ଲାହୋରର ଜଣେ ସାମ୍ବାଦିକ ହମ୍ମାଦ ହସନ ସୋସିଆଲ ମିଡିଆରେ ଏହାକୁ ‘ମେଡ୍‌ ଇନ୍‌ ପାକିସ୍ତାନ’ ଗାଡ଼ି ବୋଲି ଦାବି କରିଥିଲେ। କିନ୍ତୁ ଯାଞ୍ଚରୁ ଏହା ବଜାଜ୍‌ ଅଟୋ ଦ୍ୱାରା ନିର୍ମିତ ବୋଲି ସ୍ପଷ୍ଟ ହୋଇଥିଲା। ଏହି ପ୍ରସଙ୍ଗରେ ପାକିସ୍ତାନର ଅଟୋମୋବାଇଲ୍‌ କମ୍ପାନି ସାଜ୍‌ଗର ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି। ଏହି କମ୍ପାନି ଗତ ମାସରେ ଫିଲିପାଇନ୍ସର ଲାଗୁନାରେ ଏହାର ପ୍ରଥମ ବିଦେଶୀ ଉତ୍ପାଦନ କେନ୍ଦ୍ର ଖୋଲିଥିଲା। ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବସାୟ ବିସ୍ତାର କରିବା ଏହାର ଲକ୍ଷ୍ୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.