Nandigram: ନନ୍ଦୀଗ୍ରାମ ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ହାଇକୋର୍ଟରେ ଝଟ୍‌କା

48 minutes ago 2
ARTICLE AD BOX

କୋଲକାତା: ନନ୍ଦୀଗ୍ରାମ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଶୁକ୍ରବାର କଲିକତା ହାଇକୋର୍ଟରେ ଝଟ୍‌କା ଲାଗିଛି। ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଏକକ ବେଞ୍ଚ ପୂର୍ବରୁ ଦେଇଥିବା ସୁରକ୍ଷା ଆଦେଶକୁ ମୁଖ୍ୟ ବିଚାରପତି ରବୀନ୍ଦ୍ର ବିଠଲରାଓ ଘୁଗେ ଓ ବିଚାରପତି ଓମ୍ ନାରାୟଣ ରାୟଙ୍କ ଡିଭିଜନ୍ ବେଞ୍ଚ ଖାରଜ କରିଛନ୍ତି। ଏଥିସହ ମିଲନଙ୍କୁ ଆଇନ ଅନୁସାରେ ଜାମିନ ପାଇଁ ଆବେଦନ କରିବାକୁ କହିଛନ୍ତି।

ଆହୁରି ପଢନ୍ତୁ: Protest: ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ନିଯୁକ୍ତି ଦାବିରେ ରାଲି, ବିକ୍ଷୋଭ

ମିଲନଙ୍କ ବିରୋଧରେ ୨୦୦୭ ମସିହାର ନନ୍ଦୀଗ୍ରାମ ଓ ଖେଜୁରି ଥାନାରେ ମାମଲା ରହିଛି। ସେପ୍ଟେମ୍ବର ୧୮ରେ ତାଙ୍କୁ ଏକ ପୁରୁଣା ହତ୍ୟା ମାମଲାରେ ଗିରଫ କରାଯାଇଥିଲା। ପରେ ତାଙ୍କୁ ଆହୁରି କେତେକ ମାମଲାରେ ଗିରଫ ଦେଖାଯାଇଥିଲା। ନିମ୍ନ ଅଦାଲତ ତାଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଥିଲେ। ସେପ୍ଟେମ୍ବର ୨୪ରେ ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଏକକ ବେଞ୍ଚ ଖେଜୁରି ଥାନାର ୨୦୦୭ର ଏକ ମାମଲାରେ ମିଲନଙ୍କ ଗିରଫ ଉପରେ ରୋକ୍ ଲଗାଇଥିଲେ। ଅକ୍ଟୋବର ୧୨ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କଠୋର ପୁଲିସ ପଦକ୍ଷେପ ନ ନେବାକୁ ମଧ୍ୟ କହିଥିଲେ। ଏହି ଆଦେଶକୁ ରାଜ୍ୟ ସରକାର ଡିଭିଜନ୍ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ।

ଆହୁରି ପଢନ୍ତୁ: Odisha assembly: ରାଜ୍ୟର ୩ ହଜାର ମନ୍ଦିର, ସ୍ମାରକୀରୁ ମାତ୍ର ୨୯୪ଟି ସଂରକ୍ଷିତ କୀର୍ତ୍ତିରାଜି ଘୋଷିତ

ଶୁକ୍ରବାର ଶୁଣାଣି ସମୟରେ ରାଜ୍ୟ ପକ୍ଷରୁ ଅତିରିକ୍ତ ଆଡ୍‌ଭୋକେଟ୍ ଜେନେରାଲ୍ ରାଜଦୀପ ମଜୁମଦାର ଯୁକ୍ତି ରଖିଥିଲେ। ମିଲନଙ୍କ ପକ୍ଷରୁ ଆଇନଜୀବୀମାନେ ତାଙ୍କୁ ଉପନିର୍ବାଚନ ଲଢ଼ିବା ଓ ପ୍ରଚାର କରିବାର ସୁଯୋଗ ଦେବାକୁ ଯୁକ୍ତି ଦେଇଥିଲେ। ଡିଭିଜନ୍ ବେଞ୍ଚ କହିଥିଲେ ଯେ ନିର୍ବାଚନ ଓ ଆଇନ ପ୍ରକ୍ରିୟା ମଧ୍ୟରେ ବିରୋଧ ନାହିଁ ଏବଂ ସମସ୍ତଙ୍କ ପାଇଁ ଆଇନ ସମାନ। ଜାମିନ ପାଇଁ ଆବେଦନ କରିବାକୁ ମିଲନଙ୍କୁ କୁହାଯାଇଛି। ଅକ୍ଟୋବର ୬ରେ ନନ୍ଦୀଗ୍ରାମ ଉପନିର୍ବାଚନ ହେବ। ଏହି ଆସନରୁ ଶୁଭେନ୍ଦୁ ଅଧିକାରୀ ବିଧାନସଭା ଆସନ ଛାଡ଼ିବା ପରେ ଉପନିର୍ବାଚନ ହେଉଛି। ଅକ୍ଟୋବର ୯ରେ ଭୋଟ୍‌ ଗଣତି ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.