ARTICLE AD BOX
ପୁରୀ: ବଳଗଣ୍ଡି ଛକରେ ପହଞ୍ଚିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । କାଳିଆ ସାଆନ୍ତଙ୍କ ରଥକୁ ଅଗଣିତ ଭକ୍ତ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ଟାଣି ନେଉଛନ୍ତି। ଆଉ କିଛି ସମୟ ମଧ୍ୟରେ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିବ। 'ଜୟ ଜଗନ୍ନାଥ' ଧ୍ୱନି, ହରିବୋଲ ନାମସଂକୀର୍ତ୍ତନ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଆଜିର ଏହି ପବିତ୍ର ରଥପଥରେ ସବୁଠି ଆନନ୍ଦର ମାହୋଲ।
ପଛରେ ଦେଖୁଛନ୍ତି ଭକ୍ତର ଅସୀମ ଭକ୍ତି
ଆଜି ସକାଳେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା। ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରଚିକୋଟ ଛକରୁ ଗଡ଼ିବା ଆରମ୍ଭ କରିଥିଲା। ଜୟ ମା' ସୁଭଦ୍ରା ଧ୍ୱନି ଓ ହରିବୋଲରେ ପରିବେଶ ମୁଖରିତ ହୋଇଥିବାବେଳେ ଭକ୍ତମାନେ ଅପାର ଭକ୍ତିଭାବରେ ରଥ ଟାଣୁଛନ୍ତି। ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡ଼ିବା ଆରମ୍ଭ କରିଛି। କାଲି ମାତ୍ର ଦୁଇ ହାତ ଗଡ଼ି ଅଟକିରହିଥିଲା ନନ୍ଦିଘୋଷ। ଘଣ୍ଟଘଣ୍ଟା ନାଦରେ ଫାଟିପଡ଼ୁଛି ବଡ଼ଦାଣ୍ଡ। ଲୋକାରଣ୍ୟ ଶ୍ରୀକ୍ଷେତ୍ର ମାଟି। ସିଂହଦ୍ବାରନିକଟରୁ ଗଡ଼ିଲା ହଟିଆଠାକୁରଙ୍କ ରଥ। ଗତକାଲି ଗୁମୁଟ ପାଖରୁ ରଥକୁ ଆସିବାକୁ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ଲଗାଇ ସମୟ ଲଗାଇଥିଲେ ସେହି ଅଚଳମେରୁ। ଭକ୍ତର ପରୀକ୍ଷା ନେବାରେ ତାଙ୍କୁ ବା କିଏ ପାରିବ। ଭାଇଭଉଣୀଙ୍କୁ ଆଗକୁ ପଠେଇ ପଛରେ ଦେଖୁଛନ୍ତି ଭକ୍ତର ଅସୀମ ଭକ୍ତି।
Rath Yatra: ଅପେକ୍ଷା କରିଛି ଗୁଣ୍ଡିଚା ବାଡ଼ି

1 hour ago
1


