Nandankanan: ଆଖିବୁଜିଲା ଜୟଶ୍ରୀ ଶାବକ: ଜନ୍ମ ପରେ ମରିଥିଲେ ୨ଛୁଆ

56 minutes ago 1
ARTICLE AD BOX

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଆଜି ଥିଲା ଏକ ଦୁଃଖଦ ଦିନ। ବାଘୁଣୀ ଜୟଶ୍ରୀର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ସାଧାରଣ ନାଲି ରଙ୍ଗର ଅଣ୍ଡିରା ଶାବକଟି ଆଜି ୯ମାସ ବୟସରେ ଆଖିବୁଜିଛି। ମା’ ବାଘୁଣୀ ଜୟଶ୍ରୀ ଛୁଆ ଜନ୍ମଦେବା ପରେ ପରେ ୨ଟି ଶାବକଙ୍କର ମୃତ୍ୟୁ ହୋଇଥିଲା ଏବଂ ଏହି ଛୁଆଟିକୁ ବହୁ ଯତ୍ନରେ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ରଖି ଲାଳନପାଳନ କରାଯାଉଥିଲା। ପ୍ରଥମରୁ ରୋଗିଣା ଥିବା ଏହି ଅଣ୍ଡିରା ଛୁଆଟିକୁ ବହୁ ସେବା ଯତ୍ନକରି ୯ମାସ ପର୍ଯ୍ୟନ୍ତ ଜନ୍ତୁରକ୍ଷକମାନେ ବଞ୍ଚାଇ ରଖିଥିଲେ ହେଁ ଆଜି ତା’ର ମୃତ୍ୟୁ ହୋଇଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। 

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

୨୦୨୫ ଡିସେମ୍ବର ୨୮ରେ ବାଘୁଣୀ ଜୟଶ୍ରୀର ପ୍ରଥମ ଗର୍ଭରୁ ୩ଟି ଶାବକ ଜନ୍ମ ନେଇଥିଲେ। ସାଧାରଣ ନାଲି ରଙ୍ଗର ବାଘୁଣୀ ଜୟଶ୍ରୀ ଓ ମହାବଳ ଅମିତର ମିଳନରୁ ଏହି ଶାବକମାନେ ଜନ୍ମ ନେଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉଭୟ ଜୟଶ୍ରୀ ଓ ଅମିତ୍ ଗୋଟିଏ ମାଆର ଛୁଆ ଥିଲେ। ଉଭୟେ ଗୋଟିଏ ଖୁଆଡ଼ରେ ରହୁଥିଲେ ଏବଂ ଅପରିପକ୍ୱ ବୟସରେ ଏମାନଙ୍କର ମିଳନ ହୋଇଥିଲା। ସମବଂଶୀ ବା ଏକକ ରକ୍ତଜିନିତ, ପୁଣି ଅପରିପକ୍ୱ ଗର୍ଭଧାରଣ ପରେ ଜୟଶ୍ରୀର ପ୍ରଥମ ଗର୍ଭରୁ ୩ଟି ଶାବକ ଜନ୍ମ ହୋଇଥିଲେ। ପ୍ରଥମ ଥର ପାଇଁ ମାଆ ହୋଇଥିବା ବାଘୁଣୀ ଜୟଶ୍ରୀ ନବଜାତ ଛୁଆଙ୍କ ଠିକ୍‌ ଯତ୍ନ ନ ନେବାରୁ ୨ଟି ଶାବକଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ଏକକ ରକ୍ତଜନିତ ଶାବକ ହୋଇଥିବାରୁ ୩ଟିଯାକ ଛୁଆ ରୋଗିଣା ହୋଇଥିଲେ। ତେଣୁ ବଞ୍ଚିଥିବା ସାଧାରଣ ନାଲି ରଙ୍ଗର ଅଣ୍ଡିରା ବାଘ ଛୁଆଟିକୁ ମାଆଠାରୁ ଅଲଗା କରାଯାଇଥିଲା। ଜନ୍ତୁପାଳକମାନେ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରଖି ଲାଳନପାଳନ କରୁଥିଲେ। ଉପଯୁକ୍ତ ସେବା ଓ ଯତ୍ନ କାରଣରୁ ଛୁଆଟି ୯ମାସ ବଞ୍ଚିଲା। ଲାଗୁଥିଲା ମାଆ ବାଘୁଣୀ ଜୟଶ୍ରୀର ପ୍ରଥମ ଗର୍ଭର ଶେଷ ସନ୍ତକଟି ବଞ୍ଚିଯିବ। କିନ୍ତୁ ତାହା ହୋଇପାରିଲା ନାହିଁ। ଏବେ ନନ୍ଦନକାନନର ବାଘ ସଂଖ୍ୟା ୨୬କୁ ହ୍ରାସ ପାଇଛି। ଏବେ ଏଠାରେ ସାଧାରଣ ନାଲି ରଙ୍ଗର ୧୭(ଅଣ୍ଡିରା ୧୧ ଓ ମାଈ ୭), ଧଳା ରଙ୍ଗର ୫ଟି (୩ ଅଣ୍ଡିରା ଓ ୨ ମାଈ ) ଓ ବିରଳ କଳା ରଙ୍ଗର ୪ଟି (୩ ଅଣ୍ଡିରା ଓ ୧ ମାଈ) ବାଘ ଅଛନ୍ତି।

Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.