ARTICLE AD BOX
ପାନାଜୀ:ବଲିଉଡ୍ର ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁ ପରେ ତାଙ୍କର ୪ ଦିନ ପୂର୍ବର ଏକ ଭାଷଣ ଚର୍ଚ୍ଚାକୁ ଆସିଛି। ଅକ୍ଟୋବର ୪ରେ ଗୋଆର ଡୋନା ପାଉଲାଠାରେ ଆୟୋଜିତ ସମ୍ରାଟ୍ କ୍ଲବ୍ ଇଣ୍ଟର୍ନ୍ୟାସନାଲ୍ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନାନା ଜୀବନ ଓ ମୃତ୍ୟୁ ସମ୍ପର୍କରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଥିଲେ। ସେତେବେଳେ ତାଙ୍କ କଥା ସାଧାରଣ ଭାବେ ନିଆଯାଇଥିଲେ ମଧ୍ୟ ଗୁରୁବାର ତାଙ୍କ ପରଲୋକ ପରେ ସେହି କଥା ଲୋକଙ୍କୁ ଭାବପ୍ରବଣ କରିଛି।
ଜୀବନରେ ଶାଳୀନତା ବଜାୟ ରଖିବା ଦରକାର
କାର୍ଯ୍ୟକ୍ରମରେ ନାନା ତାଙ୍କର ବନ୍ଧୁ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ମନେ ପକାଇଥିଲେ। ସ୍ବଳ୍ପ ଜୀବନକାଳ ମଧ୍ୟରେ ଜଣେ ବ୍ୟକ୍ତି କିପରି ବହୁତ କିଛି କରିପାରନ୍ତି, ସେ ସମ୍ପର୍କରେ କହିଥିଲେ। ଏହି ପ୍ରସଙ୍ଗରେ ନିଜ ଜୀବନକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ନାନା କହିଥିଲେ, ପ୍ରତ୍ୟେକ ମଣିଷଙ୍କୁ ଦିନେ ନା ଦିନେ ଏ ଦୁନିଆ ଛାଡ଼ିବାକୁ ପଡ଼ିବ।
‘ଆସନ୍ତାକାଲି ମୁଁ ଏଠାରେ ଥିବି କି ନାହିଁ, ତାହା ମୁଁ ଜାଣେନା। ପ୍ରତ୍ୟେକଙ୍କ ଜୀବନରେ ଦିନେ ନା ଦିନେ ସେହି ସମୟ ଆସିବ। କିନ୍ତୁ ସେହି ସମୟ ଆସିବା ପୂର୍ବରୁ ମୋତେ ନିଜକୁ ପଚାରିବାକୁ ହେବ ଯେ, ମୁଁ ଯାହା କରିବାକୁ ଚାହୁଥିଲି, ତାହା କରିପାରିଛି କି ନାହିଁ’। ପରିବାର ଓ ନିଜ ଚାରିପାଖର ସୀମିତ ଜୀବନ ବାହାରେ ସମାଜ ପାଇଁ ମଧ୍ୟ କିଛି କରିବାର ଆବଶ୍ୟକତା ରହିଛି ବୋଲି ନାନା ମତ ଦେଇଥିଲେ। ମତଭେଦ ଥିଲେ ମଧ୍ୟ ସାର୍ବଜନୀନ ଜୀବନରେ ଶାଳୀନତା ବଜାୟ ରଖିବା ଦରକାର ବୋଲି ସେ କହିଥିଲେ।
Kargil War : ରିଲ୍ ସହିତ ରିଏଲ ହିରୋ ଥିଲେ ନାନା
ଏହାର ମାତ୍ର ୪ ଦିନ ପରେ, ଆଜି ଭୋର ସମୟରେ ଗୋଆର ଡୋନା ପାଉଲାସ୍ଥିତ ବାସଭବନରେ ନାନା ପାଟେକର ଅଚେତ ହୋଇପଡ଼ିଥିଲେ। ତାଙ୍କୁ ମଣିପାଲ ହସ୍ପିଟାଲ୍ ନିଆଯାଇଥିଲା। ପ୍ରାୟ ୪୫ ମିନିଟ୍ ଧରି ଡାକ୍ତରମାନେ ସିପିଆର୍ ସହ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେଥିରେ ସଫଳତା ମିଳିନଥିଲା। ଭୋର ପ୍ରାୟ ୫ଟା ୨୦ରେ ୭୫ ବର୍ଷୀୟ ଏହି ଅଭିନେତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।

48 minutes ago
1


