Attack: କଡ଼ା ଜବାବ ଦେଲା ସାଉଦି ଆରବ; ପ୍ରତିଶୋଧରେ ୟେମେନର ୮୨ ହୁତି ସାମରିକ ଠିକଣା ଧ୍ୱଂସ

33 minutes ago 1
ARTICLE AD BOX

ରିୟାଦ: ୟେମେନରେ ହୁତି ବିଦ୍ରୋହୀ ଓ ସାଉଦି ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ଯୁଦ୍ଧ ତୀବ୍ର ହେବା ମଧ୍ୟରେ ସାଉଦି ଆରବର ଦୁଇଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ମିସାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ ହୋଇଛି। ଅକ୍ଟୋବର ୬ ଓ ୭ରେ ରିୟାଦର କିଙ୍ଗ୍‌ ଖାଲିଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଦକ୍ଷିଣ-ପଶ୍ଚିମ ସାଉଦିର ଆଭା ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଶାଣ କରି ଏହି ଆକ୍ରମଣ କରାଯାଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ସହ ୩୬ ଜଣ ଆହତ ହୋଇଛନ୍ତି। ଇରାନ ସମର୍ଥିତ ହୁତିମାନେ ଏହି ଆକ୍ରମଣର ଦାୟିତ୍ୱ ନେଇଛନ୍ତି।

ଆକ୍ରମଣର କଡ଼ା ଜବାବ

ସାଉଦି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଆଭା ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ମରକ୍କୋ ଓ ଆଲଜେରିଆର ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ସେଠାରେ ୨୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ରିୟାଦର କିଙ୍ଗ୍‌ ଖାଲିଦ୍‌ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ସୁଦାନର ଜଣେ ନାଗରିକ ପ୍ରାଣ ହରାଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି ଏବଂ ବିମାନବନ୍ଦରଗୁଡ଼ିକରେ କ୍ଷୟକ୍ଷତିର ଯାଞ୍ଚ କରାଯାଉଛି। ସାଉଦି ଆରବ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ସାଉଦି ନେତୃତ୍ୱାଧୀନ ମେଣ୍ଟ ବାହିନୀ ୟେମେନର ସାଆଦା, ହୋଦେଇଦା, ଅଲ୍‌ ଜୌଫ୍‌ ଓ ମାରିବ୍‌ ପ୍ରଦେଶରେ ୮୨ଟି ହୁତି ସାମରିକ ଠିକଣା ଧ୍ୱଂସ କରିଥିବା ଘୋଷଣା କରିଛି। ଏଥିରେ ୧୧ଟି ବାଲିଷ୍ଟିକ୍‌ ମିସାଇଲ୍‌ ଭଣ୍ଡାର, କମାଣ୍ଡ ଓ କଣ୍ଟ୍ରୋଲ୍‌ କେନ୍ଦ୍ର, ଯୋଗାଯୋଗ ବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଗୋଦାମ ଓ ହୁତି ଯୋଦ୍ଧାଙ୍କ ସମାବେଶ ସ୍ଥଳ ରହିଛି। ସାଉଦି ମେଣ୍ଟର ମୁଖପାତ୍ର ମେଜର ଜେନେରାଲ୍‌ ତୁର୍କି ଅଲ୍‌-ମାଲିକି କହିଛନ୍ତି ଯେ ସାଧାରଣ ନାଗରିକ ଓ ନାଗରିକ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

Attack: ସାଉଦି ଆରବର ୨ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ, ତିନି ମୃତ

ଏହା ମଧ୍ୟରେ ଗୁରୁବାର ହୁତିମାନେ ପୁଣି ରିୟାଦର କିଙ୍ଗ୍‌ ଖାଲିଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ବାଲିଷ୍ଟିକ୍‌ ମିସାଇଲ୍‌ ମାଡ଼ କରିଥିବା ଦାବି କରିଛନ୍ତି। ଏହି ଦାବି ଉପରେ ସାଉଦି ସରକାରଙ୍କ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ୨୦୨୨ରେ ଯୁଦ୍ଧବିରତି ପରେ ୟେମେନରେ କିଛି ସମୟ ପାଇଁ ଲଢ଼େଇ କମିଥିଲା। ମାତ୍ର ଚଳିତ ବର୍ଷ ଏହା ପୁଣି ତୀବ୍ର ହୋଇଛି। ସେପ୍ଟେମ୍ବରରୁ ୟେମେନରେ ଦୁଇ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ରେଡ୍‌ ସି ଓ ବାବ୍‌ ଅଲ୍‌-ମନ୍ଦେବ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ ନିକଟରେ ଲଢ଼େଇ ବଢ଼ିବାରୁ ଏହି ସଂଘର୍ଷର ପ୍ରଭାବ ଆଞ୍ଚଳିକ ସୁରକ୍ଷା ସହ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ମଧ୍ୟ ପଡ଼ିବା ଆଶଙ୍କା ବଢ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.