ARTICLE AD BOX
ଭୁବନେଶ୍ବର: ନେତୃତ୍ୱ ଉପରୁ ଲଦି ଦିଆଯାଇ ପାରିବନାହିଁ। ଏହା ତଳସ୍ତରରୁ ସ୍ୱାଭାବିକ ଭାବେ ଆସିବା ଦରକାର। କିଛି ଲୋକ ଜନ୍ମରୁ ନେତା ହୋଇ ଜନ୍ମ ହୁଅନ୍ତି। ଭଗବାନ ସେମାନଙ୍କୁ ସେହି ଗୁଣ ଦେଇଥାନ୍ତି। ଜଣେ ସଫଳ ମାଲିକ ବା ମ୍ୟାନେଜର କିଏ, ସେ ମଧ୍ୟ ଏକ ଦୃଷ୍ଟିକୋଣରୁ ଜଣେ ନେତା। ବିଜନେସ ମ୍ୟାନେଜ୍ମେଣ୍ଟ କ୍ଲାସରେ ଭଲ ମ୍ୟାନେଜର ଓ ଭଲ ନେତା ହେବା ପାଇଁ କ’ଣ ପଢ଼ାଯାଏ ମୁଁ ଜାଣେ ନା, କିନ୍ତୁ କର୍ପୋରେଟ ଦୁନିଆରେ ହେଉ ବା ସାମାଜିକ ଜୀବନରେ ହେଉ, ମା’ ଠାରୁ ସଫଳ ମ୍ୟାନେଜର ମୁଁ ଆଜି ଯାଏଁ ଦେଖିନାହିଁ ବୋଲି ଜୁନିୟର୍ ଚାମ୍ବର ଇଣ୍ଟରନ୍ୟାସନାଲ୍, ଭୁବନେଶ୍ବର ପକ୍ଷରୁ ୱେଲକମ୍ ହୋଟେଲରେ ଆୟୋଜିତ ‘ଜେସିଆଇ ନାଳନ୍ଦା ୨୦୨୬’ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ପ୍ରେରଣାଦାୟୀ ସମ୍ଭାଷଣରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
Earthquake: ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ ଜାରି
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଏମ୍ବିଏ ଡିଗ୍ରି ନେତା ସୃଷ୍ଟି କରେ ନାହିଁ। ଆମ ଦେଶର ମଧ୍ୟବିତ୍ତ ପରିବାରର ମା’ ହେଉଛନ୍ତି ସବୁଠୁ ବଡ଼ ଏମ୍ବିଏ ଡିଗ୍ରିଧାରୀ। ସେ ଗୋଟିଏ ପରିବାରକୁ ପରିଚାଳନା କରନ୍ତି। ମୋ ମା’ଙ୍କୁ ଦେଖନ୍ତୁ। ୮ ଜଣ ପିଲାଙ୍କୁ ପାଳିବା, ସମସ୍ତଙ୍କୁ ଶିକ୍ଷା ଦେବା, ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଆବଶ୍ୟକତା ବୁଝିବା ଏବଂ ବାପାଙ୍କ ସୀମିତ ଆୟ ଭିତରେ ସବୁ କିଛି ସମ୍ଭାଳିବା କେତେ କଷ୍ଟକର ଥିଲା। ସୀମିତ ସମ୍ବଳରେ ସର୍ବାଧିକ ଫଳ ପ୍ରଦାନ କରିବା ଏବଂ ସମସ୍ତଙ୍କୁ ଖୁସି ରଖିବା ହିଁ ଜଣେ କର୍ପୋରେଟ ନେତାଙ୍କ ପ୍ରକୃତ ଲକ୍ଷ୍ୟ ହେବା ଉଚିତ। କର୍ପୋରେଟ ଦୁନିଆରେ ଆପଣ ଯେତେ ଭଲ କରିଦେଲେ ବି ସବୁ ସହକର୍ମୀ ଖୁସି ହୁଅନ୍ତି ନାହିଁ। ମାଲିକ ଦେଇଥିବା ଟାର୍ଗେଟ୍ ପୂରଣ ହୁଏ ନାହିଁ। କିନ୍ତୁ ମା’ - ସବୁ ଅଭାବ ଓ ଦୁଃଖ, ନିମ୍ନ-ମଧ୍ୟବିତ୍ତ ପରିବାରର ସମସ୍ତ ଯନ୍ତ୍ରଣା ଭିତରେ ବି ଶେଷରେ ସଫଳ।
ଡେରାବିଶ ବିଡିଓଙ୍କୁ ଦୁର୍ବ୍ୟବହାର: ସଂଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ତେଣୁ ମୋର ଯୁବ ବନ୍ଧୁମାନଙ୍କୁ ଅନୁରୋଧ- ଲିଡର୍ ହେବାକୁ ହେଲେ ପ୍ରଥମେ ଜଣେ ଭଲ ମଣିଷ ହୁଅନ୍ତୁ, ନିଜ ଘରୁ ଶିଖନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ୪ଦିନିଆ ସମ୍ମିଳନୀରେ ହେଡ୍ କୋଚ୍ ଜି ସୁବ୍ରମଣ୍ୟମ୍, ନ୍ୟାସନାଲ୍ ଟ୍ରେନର୍ ଜଷ୍ଟିନ୍ ଥୋମାସ୍ ଓ କେଶବ ଜୈନ୍, ଆଇକନିକ୍ ଟ୍ରେନର୍ ବେଦୁଲା ରାମଲକ୍ଷ୍ମୀ ନେତୃତ୍ବ ବିକଶିତ କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ। ନାଳନ୍ଦା ଅର୍ଗାନାଇଜିଂ କମିଟି ୨୦୨୬ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଙ୍କୁର ଝୁନ୍ଝୁନୱାଲା, ଜୋନ୍ ସଭାପତି ପ୍ରଣବ ଲାଠ୍, ପିଜେଡ୍ପି ଅଧ୍ୟକ୍ଷ ଭାଲୁରି ଶ୍ରୀନିବାସ, ଜେସିଆଇ ଭୁବନେଶ୍ବରର ହୋଷ୍ଟ୍ ପ୍ରେସିଡେଣ୍ଟ୍ ଶ୍ରୀନିବାସ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

8 hours ago
5


