N. Chandrasekaran Resigns: ଟାଟା ସନ୍ସ ଅଧ୍ୟକ୍ଷ ଚନ୍ଦ୍ରଶେଖରନଙ୍କ ଇସ୍ତଫା

3 days ago 4
ARTICLE AD BOX

ମୁମ୍ବାଇ:ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ଆରମ୍ଭ‌ ହେବା ପୂର୍ବରୁ ଏହାର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ଇସ୍ତଫା ଦେଇଛନ୍ତି। ନିଯୁକ୍ତିର ନବୀକରଣ ବିଷୟରେ ବିଚାର ନ କରିବାକୁ ସେ ବୋର୍ଡଙ୍କୁ ଜଣାଇଛନ୍ତି। ଏୟାର ଇଣ୍ଡିଆର ପୁନରୁଦ୍ଧାର କରିବାରେ ବିଫଳତା ଓ ଅନ୍ୟ କେତେକ ବ୍ୟବସାୟର ପ୍ରଦର୍ଶନ ଆଶନୁରୂପ ରହି ନଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ବୋର୍ଡ ସନ୍ତୁଷ୍ଟ ନ ଥିଲା। ସେଥିପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଉନଥିଲା। କୌଣସି ଅପ୍ରୀତିକର ସ୍ଥିତି ସାମନା କରିବା ପୂର୍ବରୁ ଚନ୍ଦ୍ର‌ଶେଖରନ ନିଜ ଆଡୁ ଇସ୍ତଫା ଦେଇଛନ୍ତି। ଏଥି ସହିତ ତାଙ୍କ ଉତ୍ତରାଧିକାରୀ ଚୟନ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ସେ ବୋର୍ଡଙ୍କୁ ଜଣାଇଦେଇଛନ୍ତି।

ଆସନ୍ତା ୨୦୨୭ ଫେବ୍ରୁଆରିରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଅଛି। ବିବାଦୀୟ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀ କମ୍ପାନିରୁ ହଟିବା ପରେ ୨୦୧୬ରେ ଟାଟା ଗ୍ରୁପ୍‌ ପକ୍ଷରୁ ପରିବାରର ବାହାରର ସଦସ୍ୟ ଭାବେ ଚନ୍ଦ୍ରଶେଖରନଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ନିଜ ଇସ୍ତଫା ପଛର କାରଣ ସମ୍ପର୍କରେ ଚନ୍ଦ୍ରଶେଖରନ ଜଣାଇଛନ୍ତି ଯେ ୨୦୨୭ ପରେ ତାଙ୍କ କାର୍ଯ୍ୟକାଳ ବଢ଼ାଇବା ପ୍ରସ୍ତାବକୁ ଟାଟା ଟ୍ରଷ୍ଟସ୍‌ ତରଫରୁ ସମର୍ଥନ କରାଯାଇଥିଲା। ଟାଟା ସନ୍ସର ମନୋନୟନ ଓ ବେତନ କମିଟି ଓ ବୋର୍ଡ ମଧ୍ୟ ସମର୍ଥନ ଜଣାଇଥିଲା। କିନ୍ତୁ ଟାଟା ସନ୍ସ ବୋର୍ଡରେ ଉକ୍ତ ପ୍ରସ୍ତାବ ଆଗତ କରିବା ପରେ ତାହାକୁ ଯେଉଁଭଳି ସମର୍ଥନ ଆଶା କରାଯାଉଛି ତାହା ମିଳିନଥିଲା। ବୋର୍ଡ ବୈଠକ ଶେଷ ହେବାର ଛଅ ମାସ ବିତିଯାଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଉନାହିଁ। ଟାଟା ସନ୍ସ ଏକ ବହୁତ ବଡ଼ ଅନୁଷ୍ଠାନ। ଏହାର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଜାରି ରହିଛି। ତେଣୁ କମ୍ପାନିର କର୍ମଚାରୀ, ନିବେଶକ, ସହଯୋଗୀ ଓ ଅନ୍ୟ ଅଂଶୀଦାରମାନଙ୍କ ସ୍ବାର୍ଥ ଦୃଷ୍ଟି କିଏ ପରବର୍ତ୍ତୀ ନେତୃତ୍ବ ନେବ ତାହା ସ୍ପଷ୍ଟ ହେବା ଦରକାର। ଟାଟା ଗ୍ରୁପ୍‌ରେ ୪୦ ବର୍ଷ ଧରି ଜଡ଼ିତ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ମୁଁ ପୁନଃ ନିଯୁକ୍ତି ଚାହୁନାହିଁ ବୋଲି ଚନ୍ଦ୍ରଶେଖରନ ଜଣାଇଛନ୍ତି।

Tamil Nadu CM: ବିଜୟ ସରକାର ବିଧାନସଭାରେ ଆଗତ କଲେ ସୀମା ନିର୍ଦ୍ଧାରଣ ବିରୋଧରେ ପ୍ରସ୍ତାବ

ଚଳିତ ମାସ ୧୮ରେ ଟାଟା ସନ୍ସର ବୋର୍ଡ ବୈଠକ ହେବା ପୂର୍ବରୁ ଚନ୍ଦ୍ରଶେଖରନ ଏହି ଇସ୍ତଫା ପଠାଇ ବୋର୍ଡର କାମ ସହଜ କରିଦେଇଛନ୍ତି। ଟାଟା ଗ୍ରୁପ୍‌ର କିିଛି କମ୍ପାନିର ଆର୍ଥିକ ପ୍ରଦର୍ଶନକୁ ନେଇ ତାଙ୍କ ଉପରେ ବର୍ତ୍ତମାନ ଟାଟା ଗ୍ରୁପ୍‌ର ମୁଖ୍ୟ ନୋଏଲ ଟାଟା ସନ୍ତୁଷ୍ଟ ନଥିଲେ। ସେ ହିଁ ତାଙ୍କ ପୁନଃ ନିଯୁକ୍ତିକୁ ଅଟାଇଥିଲେ। ଚନ୍ଦ୍ରଶେଖରନଙ୍କୁ ରତନ ଟାଟାଙ୍କ ଜଣେ ଘନିଷ୍ଠ ସହଯୋଗୀ କୁହାଯାଉଥିଲା। ରତନ ଟାଟାଙ୍କ ଦେହାନ୍ତ ପରେ କମ୍ପାନିରେ ଅନେକ କିଛି ବଦଳିଯାଇଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପାଇଁ ଟାଟା ଉପରେ ଚାପ ରହିଛି। ଏଭଳି ଏକ ସମୟରେ ତାଙ୍କ ଇସ୍ତଫା ନିଶ୍ଚିତ ରୂପେ ଟାଟା ଗ୍ରୁପ୍‌, ସରକାର ଓ ନିବେଶକମାନଙ୍କ ପାଇଁ ଚିନ୍ତାର କାରଣ ହେବ ବୋଲି କୁହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.