Mysterious Shiva Temple: ରହସ୍ୟମୟ ଶିବ ମନ୍ଦିର: ଶିବଲିଙ୍ଗ ଉପରେ ପ୍ରାକୃତିକ ଭାବେ ନିରନ୍ତର ଜଳାଭିଷେକ

3 days ago 3
ARTICLE AD BOX

ରାମଗଡ଼: ଭାରତରେ ଏଭଳି ଅନେକ ପ୍ରାଚୀନ ମନ୍ଦିର ରହିଛି, ଯାହା ସହ ଜଡ଼ିତ ରହିଛି ଅନେକ ରହସ୍ୟ ଓ ଧାର୍ମିକ ବିଶ୍ୱାସ। ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଥିବା ଏକ ପ୍ରାଚୀନ ଶିବ ମନ୍ଦିର ମଧ୍ୟ ଏହି କାରଣରୁ ଭକ୍ତଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚିତ। ଏଠାରେ ଶିବଲିଙ୍ଗ ଉପରେ ବର୍ଷର ୧୨ ମାସ ନିରନ୍ତର ଜଳଧାରା ପଡ଼ୁଥିବା ବିଶ୍ୱାସ କରାଯାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜଳଧାରା ପାଇଁ କୌଣସି ଭକ୍ତଙ୍କୁ ଜଳ ଅର୍ପଣ କରିବାକୁ ପଡ଼େ ନାହିଁ। ପ୍ରାକୃତିକ ଭାବେ ଏକ ନିରନ୍ତର ଜଳଧାରା ଶିବଲିଙ୍ଗ ଉପରେ ପଡ଼ିଥାଏ। ଏହି ରହସ୍ୟ ହିଁ ମନ୍ଦିରଟିକୁ ଅନ୍ୟ ଶିବ ମନ୍ଦିରଠାରୁ ସ୍ୱତନ୍ତ୍ର ପରିଚୟ ଦେଇଛି।

୧୯୨୫ରେ ଖନନ ବେଳେ ମିଳିଥିଲା ମନ୍ଦିର

କଥିତ ତଥ୍ୟ ଅନୁସାରେ, ୧୯୨୫ ମସିହାରେ ବ୍ରିଟିଶ ଶାସନ ସମୟରେ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଖନନ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ମାଟି ତଳେ ଏକ ଗମ୍ବୁଜ ଆକୃତିର ଗଠନ ଦେଖିବାକୁ ମିଳିଥିଲା। ପରେ ଅଧିକ ଖନନ କରାଯିବାରୁ ମାଟି ତଳେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ମନ୍ଦିରର ସନ୍ଧାନ ମିଳିଥିବା କୁହାଯାଏ। ମନ୍ଦିର ଭିତରେ ଏକ ଶିବଲିଙ୍ଗ ଥିବା ସହ ତାହାର ଉପରେ ମାତା ଗଙ୍ଗାଙ୍କ ଏକ ଧଳା ପ୍ରତିମା ମଧ୍ୟ ମିଳିଥିବା ଦାବି କରାଯାଏ।
ଗଙ୍ଗାଙ୍କ ପ୍ରତିମାରୁ ଝରୁଛି ଜଳ!
ମନ୍ଦିରର ସବୁଠାରୁ ବଡ଼ ରହସ୍ୟ ହେଉଛି ଏହି ଜଳଧାରା। ଧାର୍ମିକ ବିଶ୍ୱାସ ଅନୁସାରେ, ମାତା ଗଙ୍ଗାଙ୍କ ପ୍ରତିମାରୁ ଜଳ ପ୍ରବାହିତ ହୋଇ ସିଧାସଳଖ ତଳେ ଥିବା ଶିବଲିଙ୍ଗ ଉପରେ ପଡ଼ୁଛି। ଏହି ଜଳଧାରା ଦ୍ୱାରା ବର୍ଷର ସବୁ ସମୟରେ ଶିବଲିଙ୍ଗର ଅଭିଷେକ ହେଉଥିବା ଭକ୍ତମାନେ ବିଶ୍ୱାସ କରନ୍ତି। ତେବେ ଏହି ଜଳ କେଉଁଠାରୁ ଆସୁଛି ଏବଂ ଏହାର ପ୍ରାକୃତିକ ଉତ୍ସ କ’ଣ, ସେନେଇ ଏବେ ବି ରହସ୍ୟ ରହିଛି। ଜଳର ଉତ୍ସ ଜାଣିବା ପାଇଁ ତଦନ୍ତ ହୋଇଥିବା ଦାବି କରାଯାଉଥିଲେ ମଧ୍ୟ ଏହାର ସ୍ପଷ୍ଟ ଉତ୍ତର ମିଳିନାହିଁ।

Farmers: ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବାରୁ ଚାଷୀଙ୍କ ରାସ୍ତାରୋକ

ମନ୍ଦିରର ରହସ୍ୟ କେବଳ ଶିବଲିଙ୍ଗ ଉପରେ ପଡ଼ୁଥିବା ଜଳଧାରାରେ ସୀମିତ ନୁହେଁ। ମନ୍ଦିର ପରିସରରେ ଥିବା ଦୁଇଟି ହ୍ୟାଣ୍ଡପମ୍ପକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଅନେକ ଆଲୋଚନା ହୁଏ। କୁହାଯାଏ, ବର୍ଷା କମିବା କିମ୍ବା ଗରମ ବଢ଼ିବା ସମୟରେ ମଧ୍ୟ ଏହି ହ୍ୟାଣ୍ଡପମ୍ପରୁ ପାଣି ମିଳୁଥାଏ। ଏହି ଜଳଧାରାର ଭୂତଳ ଜଳସ୍ରୋତ ସହ କିପରି ସଂଯୋଗ ରହିଛି, ତାହା ସ୍ପଷ୍ଟ ନୁହେଁ। ଶିବଲିଙ୍ଗ ଉପରେ ନିରନ୍ତର ପଡ଼ୁଥିବା ଜଳକୁ ଭକ୍ତମାନେ ପବିତ୍ର ବୋଲି ମାନନ୍ତି ଏବଂ ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତି। ଭଗବାନ ଶିବଙ୍କ ନିକଟରେ ଶ୍ରଦ୍ଧାର ସହ ପ୍ରାର୍ଥନା କଲେ ମନସ୍କାମନା ପୂରଣ ହୁଏ ବୋଲି ମଧ୍ୟ ସାଧାରଣରେ ବିଶ୍ୱାସ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.