ARTICLE AD BOX
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ପତ୍ନୀଙ୍କ ସମ୍ମୁଖରେ ଜଣେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁଇ ଦୁର୍ବୃତ୍ତ। ମୃତକ ହେଉଛନ୍ତି ୩୯ ବର୍ଷୀୟ ଚରଣ ଗୌଡ଼ା। ସେ ଚନ୍ନପଟଣା ତାଲୁକର ମୂଳ ବାସିନ୍ଦା ହୋଇଥିବା ବେଳେ ୟେଲହଙ୍କାର କୋଗିଲୁ ଅଞ୍ଚଳରେ ପରିବାର ସହ ରହୁଥିଲେ। ତାଙ୍କର ‘ଧନୀ ପ୍ରପର୍ଟିଜ୍’ ନାମରେ ଏକ ରିଅଲ୍ ଇଷ୍ଟେଟ୍ ସଂସ୍ଥା ରହିଛି।
ଗତ ଶୁକ୍ରବାର ସକାଳ ପ୍ରାୟ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଚରଣ ପତ୍ନୀଙ୍କ ସହ କାର୍ରେ ୟେଲହଙ୍କା ନ୍ୟୁ ଟାଉନ୍ସ୍ଥିତ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପତ୍ନୀ କାର୍ରୁ ଓହ୍ଲାଇ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଚରଣ କାର୍ ପାର୍କିଂ କରୁଥିଲେ ଏବଂ ମୋବାଇଲ୍ରେ କଥା ହେଉଥିଲେ। ଏହି ସମୟରେ ଏକ ମୋଟରସାଇକେଲ୍ରେ ଆସିଥିବା ଦୁଇ ଆକ୍ରମଣକାରୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଧାରୁଆ ଅସ୍ତ୍ରରେ ଚରଣଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ଅଂଶକୁ ବାରମ୍ବାର ଆଘାତ କରିଥିଲା। ଆକ୍ରମଣରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ପତ୍ନୀ ତାଙ୍କୁ ବଞ୍ଚାଇବା ପାଇଁ ଚିତ୍କାର କରିବା ସହ ଲୋକଙ୍କ ସହାୟତା ଲୋଡ଼ିଥିଲେ। ତେବେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।
Bengaluru: ବେଙ୍ଗାଲୁରୁରେ ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ
ଖବର ପାଇ ୟେଲହଙ୍କା ନ୍ୟୁ ଟାଉନ୍ ଥାନା ପୁଲିସ ପହଞ୍ଚି ଚରଣଙ୍କୁ ହସ୍ପିଟାଲ୍ ପଠାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳ ଓ ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ଦଳ ଗଠନ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜମି ଓ ସମ୍ପତ୍ତି କାରବାରକୁ ନେଇ ଥିବା ବିବାଦ ହତ୍ୟାର କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

18 minutes ago
1


