Murder: କେରଳ ଛାତ୍ରୀଙ୍କୁ ଉଜ୍‌ବେକିସ୍ତାନରେ ହତ୍ୟା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଜଣେ ୨୨ ବର୍ଷୀୟା ଭାରତୀୟ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ ହେବାର ସପ୍ତାହକ ପରେ କେରଳ ପୁଲିସ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରିଛି। ଛାତ୍ରୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଛାତ୍ରୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଉପରେ ଅତି ବର୍ବର ଆକ୍ରମଣ ହୋଇଥିଲା। ପୀଡ଼ିତାଙ୍କ ବାପା ମା’ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ଭେଟିବାପରେ ଏହି ଘଟଣାରେ ହରିପଦ ଥାନାରେ ଏକ ଏତଲା ରୁଜୁ ହୋଇଛି। ତଦନ୍ତ ଅନ୍ତର୍ଗତ ଆଲାପ୍ପୁଝା ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ କରାଯାଇଛି। 

କୟାମକୁଲମ ଡେପୁଟି ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ବିନୁକୁମାର କହିଛନ୍ତି, ଏହି ଅପରାଧ ଭାରତ ବାହାରେ ଘଟିଥିବାରୁ କେରଳ ପୁଲିସ ଏହି ଘଟଣାରେ ଏକ ନ୍ୟାୟିକ ମାମଲା ରୁଜୁ କରିପାରିବ। ସେ କହିଛନ୍ତି,ଅପରାଧ ଉଜ୍‌ବେକିସ୍ତାନରେ ହୋଇଥିଲେ ସୁଦ୍ଧା ଏଠାରେ ମାମଲା ରୁଜୁ କରିବାପାଇଁ ପ୍ରାବଧାନ ରହିଛି। ଯଦି ପୁଲିସ ସେଠାରେ ଅଭିଯୁକ୍ତ ବିରୋଧରେ ବିଚାରଣ କରି ଦଣ୍ଡିତ କରିବ ତେବେ ଆମେ ଏଠାରେ ମାମଲା ଶେଷ କରିଦେବୁ। ଯଦି ସେଠାରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ ତେବେ ଆମେ ଏହି ମାମଲାକୁ ଆଗକୁ ବଢ଼ାଇବୁ ବୋଲି ସେ କହିଛନ୍ତି। 

ପ୍ରବଚକ ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ବିବାହ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଲେ ମେଡିକାଲ ଛାତ୍ରୀ ଶିବରଞ୍ଜନୀ

କେରଳ ପୁଲିସ କହିଛି ଆମେ ଭାରତୀୟ ଦୂତାବାସ ଏବଂ ବିଦେଶ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଉଜବେକିସ୍ତାନରେ ଏହି ମାମଲାର ତଦନ୍ତ ପାଇଁ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବୁ। ବିନୁକୁମାରଙ୍କ ଅନୁଯାୟୀ ଅଭିଯୁକ୍ତକୁ ଏହି ମାମଲାରେ ପୁଲିସ ହାଜତକୁ ନେଇଥିବା ଜଣାପଡ଼ିଛି। ‌ତେବେ ପୀଡ଼ିତା ଛାତ୍ରୀଙ୍କ ପରିବାର ସଦସ୍ୟ ଚାହୁଛନ୍ତି ଯେ କେବଳ କେରଳ ପୁଲିସ ଏହି ମାମଲାର ନିର‌ପେକ୍ଷ ତଦନ୍ତ କରୁ ଏବଂ ଅଭିଯୁକ୍ତକୁ ଭାରତକୁ ଅଣାଯାଉ। ‌କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନି। 

ଉଲ୍ଲେଖଯୋଗ୍ୟ ଅଭିଯୁକ୍ତ ମଧ୍ୟ ମଲପ୍ପୁରମର ଜଣେ ମେଡିକାଲ ଛାତ୍ର। ସେ ପୀଡ଼ିତାଙ୍କ ସହ ଏକାଠି ପଢ଼ୁଥିଲେ। କୌଣସି କାରଣ ବସତଃ ତାଙ୍କର ପୀଡ଼ିତାଙ୍କ ସହ ବଚସା ହେବାରୁ ସେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ପୀଡ଼ିତା ଛାତ୍ରୀଙ୍କ ମର ଶରୀର ଆଣିବାପାଇଁ ଉଜବେକିସ୍ତାନ ଯାଇଥିବା ପରିବାର ସଦସ୍ୟ ଦାବି କରିଥିଲେ ଯେ ମୃତ୍ୟୁ ପୂର୍ବରୁ ତାଙ୍କୁ ଅତି ନିର୍ମମ ନିର୍ଯାତନା ଦିଆଯାଇଥିଲା। ଅଭିଯୁକ୍ତ ମଧ୍ୟ ପୀଡ଼ିତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ପରିବାର ସଦସ୍ୟଙ୍କ ଅନୁଯାୟୀ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତା ଗୋଟିଏ ହଷ୍ଟେଲରେ ରହୁଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.