ARTICLE AD BOX
ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ମହିଳା ନିକିତା ଗୋଡିଶାଲାଙ୍କୁ ହତ୍ୟାର ୮ ମାସ ପରେ ଆଗ୍ରାରୁ ଧରାପଡ଼ିଛି ଅଭିଯୁକ୍ତ ଅର୍ଜୁନ ଶର୍ମା (୨୬)। ଆମେରିକାରେ ତାଙ୍କ ପୂର୍ବତନ ରୁମ୍ମେଟଙ୍କୁ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଛୁରିରେ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ନିକିତାଙ୍କୁ ହତ୍ୟା କରିବା ପରେ ଅର୍ଜୁନ ଭାରତକୁ ଚାଲି ଆସିଥିଲା ବୋଲି ପୁଲିସ ଅନୁମାନ କରୁଛି। ଅର୍ଜୁନକୁ ପୁଲିିସ ହେପାଜତକୁ ନେଇଛି। ମୃତ ନିକିତାଙ୍କ ବାପା ଆନନ୍ଦ ଗୋଡିଶାଲାଙ୍କ ଅଭିଯୋଗ ଆଧାରରେ ପଞ୍ଜିକୃତ ଏକ ଠକେଇ ମାମଲାର ତଦନ୍ତ ସମୟରେ ହାଇଦ୍ରାବାଦ ପୁଲିସର ଏକ ଦଳ ଅଭିଯୁକ୍ତ ଅର୍ଜୁନକୁ ଆଗ୍ରାର ଏକ ଫ୍ଲାଟରେ ଖୋଜାଖୋଜି କରିଥିଲା।
ଆମେରିକାର ଏଲିକଟ୍ ସିଟିର ବାସିନ୍ଦା ନିକିତା ଜାନୁଆରି ୨ ତାରିଖରେ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଥିଲା। ହାଭାର୍ଡ କାଉଣ୍ଟି ପୁଲିସ ନିକିତାଙ୍କୁ ତାଙ୍କ ପୂର୍ବତନ ରୁମମେଟ୍ ଅର୍ଜୁନ ଶର୍ମାଙ୍କ କଲମ୍ବିଆ, ମେରିଲ୍ୟାଣ୍ଡ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା। ଏହି ଘଟଣା ପରେ ଅର୍ଜୁନ ଭାରତ ଚାଲି ଆସିଥିଲା। ଏବେ ଭାରତରେ ପୁଲିସ ହେପାଜତରେ ଥିବା ଅର୍ଜୁନ ଆମେରିକାକୁ ପ୍ରତ୍ୟର୍ପଣ କରାଯିବ ବୋଲି ଆଶା କରାଯାଉଛି। ପୁଲିସ ଅର୍ଜୁନକୁ ନିକିତାଙ୍କ ପୂର୍ବତନ ପ୍ରେମିକ ଭାବରେ ବର୍ଣ୍ଣନା କରିଥିଲା, କିନ୍ତୁ ତାଙ୍କ ବାପା ଗଣମାଧ୍ୟମକୁ କହିଥିଲେ ଯେ, ସେମାନେ ଦୁଇଜଣ ରୁମମେଟ୍ ଥିଲେ ଓ ସେ ବିଶ୍ୱାସ କରନ୍ତି ଯେ, ନିକିତାଙ୍କ ହତ୍ୟା ଆର୍ଥିକ ଉଦ୍ଦେଶ୍ୟ ପ୍ରଣୋଦିତ।
ପ୍ରଥମ ଏବଂ ଦ୍ୱିତୀୟ ଡିଗ୍ରୀ ହତ୍ୟା ଅଭିଯୋଗରେ ଶର୍ମାକୁ ଆମେରିକା ପୁଲିସ ଗିରଫ କରିପାରେ। ଜାନୁଆରି ୪ ତାରିଖରେ ଭାରତର କର୍ତ୍ତୃପକ୍ଷ ଗୋଡିଶାଲା ପରିବାରକୁ ଆନୁଷ୍ଠାନିକ ଭାବରେ ଜଣାଇଥିଲେ ଯେ, ନିକିତାଙ୍କୁ ୨୦୨୫ ଡିସେମ୍ବର ୩୧ ତାରିଖରେ ଛୁରିଭୁସି ହତ୍ୟା କରାଯାଇଥିବା ବିଶ୍ୱାସ କରାଯାଉଛି।
Bhadrak: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲେ, ନିଜେ ଝୁଲିପଡ଼ିଲେ

56 minutes ago
3


