MPESB: ମଧ୍ୟପ୍ରଦେଶ: ୧,୭୦୦ଟି ଗ୍ରୁପ୍-୩ ସବ୍-ଇଞ୍ଜିନିୟର ପଦବି ପାଇଁ ଆବେଦନ ପ୍ରକ୍ରିୟା ପୁନର୍ବାର ଆରମ୍ଭ

41 minutes ago 2
ARTICLE AD BOX

ନୂଆଦିଲ୍ଲୀ: ମଧ୍ୟପ୍ରଦେଶକର୍ମଚାରୀ ଚୟନ ମଣ୍ଡଳ ପକ୍ଷରୁ ଗ୍ରୁପ୍‌-୩ ସବ୍‌ ଇଞ୍ଜିନିୟର ପଦବିରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ପୁଣିଥରେ ଆରମ୍ଭ କରାଯାଇଛି। କୌଣସି କାରଣରୁ ପୂର୍ବରୁ ଆବେଦନ କରିପାରି ନଥିବା ଆଶାୟୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।

ଏମ୍‌ପିଇଏସ୍‌ବି ପକ୍ଷରୁ ଜାରି ଅଧିକାରିକ ବିଜ୍ଞପ୍ତି ଅନୁଯାୟୀ, ଗ୍ରୁପ୍‌-୩ ସବ୍‌ ଇଞ୍ଜିନିୟର ପଦବି ପାଇଁ ଅକ୍ଟୋବର ୧୩ରୁ ଆବେଦନ ଆରମ୍ଭ ହେବ। ଆଶାୟୀମାନେ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେହିପରି ଆବେଦନ ଫର୍ମରେ ସଂଶୋଧନ କରିବାର ଶେଷ ତାରିଖ ଅକ୍ଟୋବର ୨୮ ରହିଛି।

କେତେ ପଦବିରେ ହେବ ନିଯୁକ୍ତି?

ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୭୦୦ ଜଣ ଆଶାୟୀଙ୍କୁ ଚୟନ କରାଯିବ। ଏଥିରେ ସାଧାରଣ ବର୍ଗ ପାଇଁ ୬୨୮ଟି, ଓବିସି ପାଇଁ ୪୨୬ଟି, ଇଡବ୍ଲ୍ୟୁଏସ୍‌ ପାଇଁ ୧୪୬ଟି, ଏସ୍‌ସି ପାଇଁ ୨୪୬ଟି ଏବଂ ଏସ୍‌ଟି ପାଇଁ ୨୫୪ଟି ପଦ ସଂରକ୍ଷିତ ରହିଛି। ଗ୍ରୁପ୍‌-୩ ସବ୍‌ ଇଞ୍ଜିନିୟର ପଦବି ପାଇଁ ଆବେଦନ କରିବାକୁ ଆଶାୟୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅଣସଂରକ୍ଷିତ ବର୍ଗର ଆଶାୟୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଛି। ମଧ୍ୟପ୍ରଦେଶର ଏସ୍‌ସି, ଏସ୍‌ଟି, ଓବିସି, ଇଡବ୍ଲ୍ୟୁଏସ୍‌ ଏବଂ ଦିବ୍ୟାଙ୍ଗ ଆଶାୟୀଙ୍କ ପାଇଁ ଏହି ଶୁଳ୍କ ୨୫୦ ଟଙ୍କା ରହିଛି।

ଯୋଗ୍ୟତା

ଏହି ପଦବି ପାଇଁ ଆଶାୟୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ଏହା ସହିତ ଆବେଦନକାରୀଙ୍କ ପାଖରେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ପର୍କିତ ବିଷୟରେ ସ୍ନାତକ ଡିଗ୍ରି ଥିବା ଆବଶ୍ୟକ। ପରୀକ୍ଷାରେ ସାଧାରଣ ଜ୍ଞାନ, ହିନ୍ଦୀ, ଇଂରାଜୀ, ଗଣିତ, ତାର୍କିକ ଦକ୍ଷତା, ସାଧାରଣ ବିଜ୍ଞାନ, ସାଧାରଣ କମ୍ପ୍ୟୁଟର ଏବଂ ସମ୍ପର୍କିତ ପଦର ବିଷୟ ଉପରେ ପ୍ରଶ୍ନ ପଚରାଯିବ।ପରୀକ୍ଷାରେ ୨୦୦ ମାର୍କର ମୋଟ ୧୦୦ଟି ବହୁବିକଳ୍ପୀୟ ପ୍ରଶ୍ନ ରହିବ।

ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.