MoU: ଏମବିଆର୍ ଓ ଏମଏସସିବି ବିଶ୍ୱବିଦ୍ୟାଳୟ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ

1 hour ago 2
ARTICLE AD BOX

ବାରିପଦା (ବଟକୃଷ୍ଣ ବିହାରୀ): ପ୍ରାକୃତିକ ସମ୍ପଦର ସଂରକ୍ଷଣ, ପରିବେଶ ସୁରକ୍ଷା ତଥା ଶିମିଳିପାଳ ଜୈବମଣ୍ଡଳର ସାମଗ୍ରିକ ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ମୟୂରଭଞ୍ଜ ବାୟୋଲୋଜିକାଲ ରିସର୍ଚ୍ଚ ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ୫ ବର୍ଷିଆ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ଚୁକ୍ତିନାମା ଫଳରେ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଉଚ୍ଚସ୍ତରୀୟ ଗବେଷଣା ସହିତ ଏମବିଆରର କ୍ଷେତ୍ରସ୍ତରୀୟ ଜୈବ ବିବିଧତା ସଂରକ୍ଷଣ ତଥା ସାମାଜିକ କାର୍ଯ୍ୟର ଏକ ସମନ୍ୱୟ ସୃଷ୍ଟି ହେବ। ଏହି ସହଭାଗିତା ମାଧ୍ୟମରେ ଶିମିଳିପାଳର ପରିବେଶ ସନ୍ତୁଳନ, ବନ୍ୟପ୍ରାଣୀ ସଂରକ୍ଷଣ, ଜୈବ ବିବିଧତା ଅଧ୍ୟୟନ, ଜଳବାୟୁ ପରିବର୍ତ୍ତନ ମୁକାବିଲା, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଇକୋସିଷ୍ଟମର ପୁନରୁଦ୍ଧାର ଦିଗରେ ମିଳିତ କାର୍ଯ୍ୟ କରାଯିବ। ଏହା ସହିତ ସ୍ଥାୟୀ କୃଷି, ଟସର ଓ ମଲବେରୀ ରେଶମ ଚାଷ, ସ୍ଥାନୀୟ ଜନଜାତିଙ୍କ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରକୃତି-ଆଧାରିତ ଜୀବିକା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

Tigress Death: ଶିମିଳିପାଳରେ ରହସ୍ୟମୟ ଭାବେ ମାଈ ବାଘର ମୃତ୍ୟୁ

ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍, ଫିଲ୍ଡ ୱାର୍କ, ସର୍ଭେ, ଗବେଷଣା ପ୍ରକଳ୍ପ, ଜିଆଇଏସ ଓ ରିମୋଟ୍ ସେନ୍ସିଂ ପ୍ରଶିକ୍ଷଣ ସହ ସରକାରୀ ଓ ସିଏସଆର ପାଣ୍ଠି ଯୋଗାଡ଼ ଏବଂ ସବୁଜ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ମୟୂରଭଞ୍ଜ ତଥା ସମଗ୍ର ଶିମିଳିପାଳ କ୍ଷେତ୍ରରେ ଏକାଡେମିକ୍ ଅନୁସନ୍ଧାନ ଓ ବାସ୍ତବବାଦୀ କ୍ଷେତ୍ର କାର୍ଯ୍ୟ ମଧ୍ୟରେ ଥିବା ଦୂରତାକୁ ଦୂର କରିବାରେ ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମରେ ଏମଏସସିବି ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ  ସମେତ ଏମବିଆରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଆର୍ଥିକ ନିର୍ଦ୍ଦେଶକ ଏବଂ କାର୍ଯ୍ୟକ୍ରମ ଟିମ୍ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଏମବିଆର୍ ଏକ ‘ବ୍ଲୁ କମ୍ୟୁନିଟି ନେଟ୍ ଓ ଜିଇଏଫ୍ ସିଏସଓ ସଦସ୍ୟ ଭାବେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ତଥା ନୂଆଦିଲ୍ଲୀସ୍ଥିତ ‘ଅଭୟ ଦାନ ଟ୍ରଷ୍ଟ’ର ଏକ ସହଯୋଗୀ ସଂସ୍ଥା ଅଟେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.