Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା

1 hour ago 2
ARTICLE AD BOX

ପାଟନା: ବିହାରରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। ଗଙ୍ଗା, ଗଣ୍ଡକ, ପୁନପୁନ୍‌, ଦରଧା, କୋଶୀ ସମେତ ଅନେକ ନଦୀର ଜଳସ୍ତର ବଢ଼ୁଥିବାରୁ ନୂଆ ଅଞ୍ଚଳକୁ ପାଣି ମାଡ଼ିଛି। ପାଟନା, ଭୋଜପୁର, ସାରନ, ବୈଶାଳୀ, ନାଳନ୍ଦା, ବେଗୁସରାଇ, ଲଖିସରାଇ ଓ ଜେହନାବାଦରେ ହାଇଆଲର୍ଟ ଜାରି କରାଯାଇଛି। ନଦୀକୂଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ପାଟନାରେ ଗଙ୍ଗାର ଜଳସ୍ତର ବଢ଼ି ଘାଟ ପରେ ଏବେ ଶ୍ମଶାନରେ ମଧ୍ୟ ବନ୍ୟାଜଳ ପଶିଛି। ଏଥିଯୋଗୁଁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ଲୋକେ ଅସୁବିଧାରେ ପଡ଼ିଛନ୍ତି। ମାଲସଲାମି, ଦିଦାରଗଞ୍ଜ, ଚୌକ, ଗାୟଘାଟ ଓ ବିଭିନ୍ନ ଘାଟ ଅଞ୍ଚଳ ରାସ୍ତାରେ ମଧ୍ୟ ପାଣି ପଶିଛି। ନେପାଳରେ ବନ୍ୟା ପରେ କୋଶୀ ଓ ବରଣ୍ଡୀ ନଦୀର ଜଳସ୍ତର ବଢ଼ିବାରୁ ପ୍ରତାପଗଞ୍ଜର ଏକ ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଡଙ୍ଗାରେ ଯାତାୟାତ କରୁଛନ୍ତି।

ଅନ୍ୟପକ୍ଷେ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଶୁକ୍ରବାରଠାରୁ ସାରା ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଛି। ଜମ୍ମୁ-କାଶ୍ମୀର, ଲଦାଖ, ଗିଲଗିଟ୍‌-ବଲ୍ଟିସ୍ତାନ ଓ ମୁଜାଫରାବାଦରେ ଦିନସାରା ବର୍ଷା, ପଞ୍ଜାବ, ପୂର୍ବ ଉତ୍ତରପ୍ରଦେଶ ଓ ପଶ୍ଚିମ ରାଜସ୍ଥାନରେ କେତେକ ସ୍ଥାନରେ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡୀଗଡ଼, ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। 

ଉତ୍ତରାଖଣ୍ଡରେ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ଜାରି ରହିପାରେ। ଉତ୍ତର-ପୂର୍ବାଞ୍ଚଳର ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ମିଜୋରାମ ଓ ମଣିପୁରରେ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଦର୍ଭ, ବିହାର, ପୂର୍ବ ଓ ପଶ୍ଚିମ ମଧ୍ୟପ୍ରଦେଶରେ ମଧ୍ୟ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ଛତିଶଗଡ଼ରେ ସୋମବାର ପର୍ଯ୍ୟନ୍ତ ଝଡ଼ବର୍ଷା ଏବଂ ଝାଡ଼ଖଣ୍ଡ ଓ ଓଡ଼ିଶାରେ ମଧ୍ୟ ବର୍ଷା ଜାରି ରହିପାରେ ବୋଲି ଆଇଏମ୍‌ଡି କହିଛି।

Gangadhar Meher: ଆଜି ଜନ୍ମତିଥି: ଗଙ୍ଗାଧର ମେହେର

Read Entire Article
LEFT SIDEBAR AD

Hidden in mobile, Best for skyscrapers.