Horoscope 2026 September 05: ଜାଣନ୍ତୁ ଆଜିର ରାଶିଫଳ...

49 minutes ago 2
ARTICLE AD BOX

ମେଷ: ଅଫିସ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ଯୋଗ ଅଛି। ପରିବାରକୁ ନୂଆ ବନ୍ଧୁଙ୍କ ଆଗମନ ହେବ। ଛାତ୍ରଙ୍କ ମନ କିଛି ନୂଆ ଶିଖିବାରେ ଆଗ୍ରହ ହେବ। ‌

ବୃଷ: କୌଣସି ପାରିବାରିକ ଦାୟିତ୍ବ ଆପଣଙ୍କୁ ପ୍ରଦାନ କରାଯାଇପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିପାରନ୍ତି। ବିରୋଧୀଙ୍କ ସହ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

ମିଥୁନ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଷ୍ଟିଲ୍ ସାମଗ୍ରୀ କିଣିପାରନ୍ତି। ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ‌

କର୍କଟ: ପେସାଦାର ବ୍ୟବସାୟଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ। ମହିଳାମାନଙ୍କ ଲାଗି ଭଲ ଦିନଟିଏ। ‌

ସିଂହ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ପ୍ରସିଦ୍ଧି ବଢ଼ିବ। ବେପାରରେ ବକେୟା ଅର୍ଥ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ। ‌

କନ୍ୟା: ଯେଉଁ କାମ କରିବାକୁ ଭାବିବେ ତାହା ମନୋଯୋଗରେ କରିବେ। କୋର୍ଟ ମାମଲାରେ ଆପଣଙ୍କର ଜୟଲାଭ ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ‌

ଆହୁରି ପଢ଼ନ୍ତୁ- Tata Chemicals: କେନିଆରେ ଟାଟା କେମିକାଲ୍ସକୁ ବିରୋଧ: ‘୧୦୦ ବର୍ଷ ବହୁତ ହେଲା, ଏବେ ଏଠାରୁ ଯାଅ’

ତୁଳା: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ସମ୍ବନ୍ଧ ଭଲ ହେବ। ପ୍ରେମ ଜୀବନ ମଧୁର ରହିବ। ‌

ବିଛା: ପୂଜାପାଠରେ ସମୟ ବିତିବ। ଆପଣଙ୍କର ସବୁ ମନୋକାମନା ପୂରଣ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଶୁଭଫଳ ପାଇବେ।

ଧନୁ: ଅନୁଭବୀ ବ୍ୟକ୍ତିଙ୍କ ସହିତ ରହି ବହୁତ କିଛି ଶିଖିବାକୁ ପାଇବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବେପାର କାମରେ ଅନ୍ୟ ସହରକୁ ଯିବେ। ଛାତ୍ରଛାତ୍ରୀ ପଢ଼ିବା ପ୍ରତି ଗମ୍ଭୀର ରହିବେ।

ମକର: ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ଅଧୁରା କାମ ପୂରା ହେବ। ଖେଳାଳୀମାନେ ନିଜର ହୃତଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କୁମ୍ଭ: ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। କର୍ମକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ଲାଗି ଦିନଟି ଭଲ। ପ୍ରେମୀଯୁଗଳ ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। 

ମୀନ: ଭାବିଥିବା ସବୁ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବାଇକ୍ ଚଳାଇବା ସମୟରେ ଅନ୍ୟମନସ୍କ ହୁଅନ୍ତୁନାହିଁ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.