Morocco vs Canada: ଆୟୋଜକ କାନାଡ଼ା ବିଦା: ମରକ୍କୋ ପ୍ରଥମେ କ୍ବାର୍ଟରଫାଇନାଲ୍‌ରେ

1 month ago 21
ARTICLE AD BOX

ହ୍ୟୁଷ୍ଟନ୍‌: ପ୍ରଥମ ଦଳ ଭାବେ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ ଚଳିତ ଫିଫା ବିଶ୍ବକପ୍‌ର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ଶନିବାର ରାତିରେ ଖେଳାଯାଇଥିବା ପ୍ରଥମ ପ୍ରିକ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ମର‌କ୍କୋ ଏକତରଫା ଭାବେ ୩-୦ ଗୋଲ୍‌ରେ ଅନ୍ୟତମ ଆୟୋଜକ ଦେଶ କାନାଡ଼ାକୁ ପରାସ୍ତ କରିଛି। ଖେଳାଳିଙ୍କ ଗଣ୍ଡଗୋଳ ଓ ହାତାହାତି ପରିସ୍ଥିତି ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କାନାଡ଼ା ଖେଳାଳି କିନ୍ତୁ ବଲ୍‌ ନିୟନ୍ତ୍ରଣ, ସମନ୍ବୟ, ଆକ୍ରମଣ ଆଦିରେ ବହୁ ପଛରେ ପଡ଼ିଯାଇଥିଲା। ଆଜେଡିନ୍‌ ଓନାହିଙ୍କ ଡବଲ୍‌ ଗୋଲ୍‌ ଶେଷକୁ ମରକ୍କୋ ପାଇଁ ସ୍ମରଣୀୟ ଅଗ୍ରଗତି ଆଣି ଦେଇଥିଲା।

ନିଜ ଇତିହାସରେ ଦ୍ବିତୀୟ ଥର କ୍ବାର୍ଟରଫାଇନାଲ୍‌ରେ

ବହୁ ବର୍ଷ ପରେ ପ୍ରଥମ ମରକ୍କୋ ଖେଳାଳି ଭାବେ ସେ ଗୋଟିଏ ସଂସ୍କରଣରେ ଦୁଇଟି ଗୋଲ୍‌ ଦେଇଥିଲେ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ବିତିବା ପରେ ଉଭୟ ଦଳ ଦ୍ବିତୀୟାର୍ଦ୍ଧରେ ବିପଜ୍ଜନକ ଖେଳ ଦେଖାଇଥିଲେ। ଫଳରେ ଉଭୟ ଦଳରୁ ୪ ଜଣ ଲେଖାଏଁ ହଳଦିଆ କାର୍ଡ ପାଇଥିଲେ। ତେବେ ଆଜେଡିନ୍‌ ଓନାହି ୫୦ ଓ ୮୨ ମିନିଟ୍‌ରେ କ୍ରମାଗତ ଗୋଲ୍‌ ଦେଇ ମରକ୍କୋ ବିଜୟକୁ ନିଶ୍ଚିତ କରିଥିଲେ। ଶେଷକୁ ଷ୍ଟପେଜ୍‌ ଟାଇମ୍‌ରେ ସୌଫିଆନ୍‌ ରହିମ୍‌ (୯୦+୮ ମିନିଟ୍‌)ଙ୍କ ଗୋଲ୍‌ କାନାଡ଼ାର କଟା ଘା’ରେ ଚୂନ ଲେପିବା ଭଳି ହୋଇଥିଲା। ଅନ୍ୟତମ ସହଆୟୋଜକ କାନାଡ଼ାକୁ ପ୍ରଥମେ ବିଦାୟ ନେବାକୁ ପଡ଼ିଲା। ନିଜ ଇତିହାସରେ ଦ୍ବିତୀୟ ଥର ପାଇଁ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଯାଇଛି ମରକ୍କୋ।

Mukund Baral Memorial: ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବେ ୬ ପ୍ରତିଭା

Read Entire Article
LEFT SIDEBAR AD

Hidden in mobile, Best for skyscrapers.