Mohan Bhagwat: ପୂର୍ବେ ବାଣ ଫୁଟାଇଲେ ବାୟୁ ଶୁଦ୍ଧ ହେଉଥିଲା, ପ୍ରଦୂଷଣ ନୁହେଁ: ମୋହନ ଭାଗବତ

52 minutes ago 1
ARTICLE AD BOX

ନାଗପୁର: ପୂର୍ବ କାଳରେ ବାଣ ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷିତ ହେଉନଥିଲା, ବରଂ ପରିବେଶ ଶୁଦ୍ଧ ହେଉଥିଲା। ସେତେବେଳେ ବାଣ ତିଆରିରେ କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର ହେଉନଥିଲା। ବାଣ ଧୂଆଁ ଫସଲ ନଷ୍ଟ କରୁଥିବା କୀଟପତଙ୍ଗଙ୍କୁ ମାରିବା ସହ ବାୟୁମଣ୍ଡଳକୁ ଶୁଦ୍ଧ କରିବାରେ ସହାୟକ ହେଉଥିଲା ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଛନ୍ତି।

ନାଗପୁରରେ ମଙ୍ଗଳବାର ମହେଶ୍ୱରୀ ପଞ୍ଚାୟତ ପକ୍ଷରୁ ଆୟୋଜିତ ଦୀପାବଳି କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ ଏହା କହିଥିଲେ। ପୂର୍ବରୁ ଘିଅ ଓ ତେଲରେ ଦୀପ ଜଳାଇବା ଦ୍ୱାରା ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି ହେଉଥିଲା। ଏହି ପରମ୍ପରା ପଛରେ ବିଜ୍ଞାନସମ୍ମତ କାରଣ ରହିଛି। ତେଣୁ ପରମ୍ପରାଗୁଡ଼ିକୁ ତାହାର ମୂଳ ଉଦ୍ଦେଶ୍ୟ ବୁଝି ପାଳନ କରିବା ଉଚିତ ବୋଲି ସେ କହିଥିଲେ।

ଦାନଧର୍ମ କରିବା ଭାରତୀୟ ପରମ୍ପରାର ଅଂଶ 
ପର୍ବପର୍ବାଣି ସମାଜକୁ ଜୀବନ୍ତ ରଖେ ଓ କେହି ଚାହିଁଲେ ମଧ୍ୟ ଏହାକୁ ବନ୍ଦ କରିପାରିବେ ନାହିଁ ବୋଲି ଭାଗବତ ମତ ଦେଇଥିଲେ। ଏବେ ଭାରତ ସହ ଆମେରିକା ଓ ବ୍ରିଟେନ୍‌ର ସଂସଦରେ ମଧ୍ୟ ଦୀପାବଳି ପାଳନ ହେଉଛି। ପର୍ବପର୍ବାଣିରେ ଦାନଧର୍ମ କରିବା ଭାରତୀୟ ପରମ୍ପରାର ଅଂଶ ବୋଲି ସେ କହିଥିଲେ। ଏଥିସହ ଘର, ସମାଜ ଓ ସହରର ନିୟମକାନୁନ ମାନିବା ସହ ନିଜ ଭୁଲ ସୁଧାରିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଥିଲେ।

Fake Certificate: ଉପରାଷ୍ଟ୍ରପତିଙ୍କ ସ୍କୁଲ ସାର୍ଟିଫିକେଟ୍ ଜାଲ୍: କୋର୍ଟଙ୍କ ଭର୍ତ୍ସନା ପରେ ଦେଲେ ଇସ୍ତଫା

Read Entire Article
LEFT SIDEBAR AD

Hidden in mobile, Best for skyscrapers.