Mobile Tower Battery Theft Gang ଧରାପଡ଼ିଲା ମୋବାଇଲ୍‌ ଟାୱାର ବ୍ୟାଟେରି ଚୋରି ଗ୍ୟାଙ୍ଗ, ଉଦ୍ଧାର ହେଲା ବ୍ୟାଟେରି

1 hour ago 2
ARTICLE AD BOX

ଚିତ୍ରଡା (ବିଶ୍ବବନ୍ଦନ ବେହେରା):  ବିଭିନ୍ନ ସମୟରେ ମୟୂରଭଞ୍ଜ ଜିଲ୍ଲାର  ମୋବାଇଲ ଟାୱାରଗୁଡ଼ିକରୁ ଦାମୀ ବ୍ୟାଟେରିଗୁଡ଼ିକୁ ଦୁର୍ବୃତ୍ତମାନେ ଚୋରି କରି ନେଉଥିଲେ। ଏହା ପୁଲିସ ନିମନ୍ତେ ଏକ ବଡ଼ ଚାଲେଞ୍ଜ ଥିଲା। ଆଜି ଅନେକ ଅନୁସନ୍ଧାନ ପରେ ମୋରଡ଼ା ପୁଲିକୁ ଏକ ବଡ଼ ସଫଳତା ମିଳିଛି। ଚୋରିକରୁଥିବା ଦୁର୍ବୃତ୍ତଙ୍କ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି। ଏହା ସହ ଚୋରି ହୋଇଥିବା ବ୍ୟାଟେରିଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି। 

Rourkela Battery Theft Gang ରାତି ଅଧିଆ ଟ୍ରକ୍‌, ହାଇୱାରୁ ଚୋରି କରୁଥିଲେ ବ୍ୟାଟେରି, ଧରାପଡ଼ିଲେ ଗ୍ୟାଙ୍ଗ୍‌ର ୬ ସଦସ୍ୟ
ଚଳିତ ମାସ ୨୧ ତାରିଖରେ ମୋରଡା ଥାନା ଅଧୀନ ଖୁରୁଣ୍ଟିଆ ଗ୍ରାମରେ ଥିବା ଏକ ମୋବାଇଲ ଟାୱାରରୁ ୨୪ ଗୋଟି ବ୍ଯାଟାରି ଚୋରି ହୋଇଥିଲା।  ଅଭିଯୋଗ ଭିତ୍ତିରେ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସରେନଙ୍କ ନେତୃତ୍ବରେ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଥିଲା।  ଶେଷରେ ବାଲେଶ୍ଵରଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରୁ ଚୋରି ହୋଇଥିବା ୨୪ ଟି ବ୍ୟାଟେରୀ କୁ ଉଦ୍ଧାର କରାଯାଇଥିଲା। ଏହାସହ ଚୋରିରେ ବ୍ୟବହୃତ ଗୋଟିଏ ଦାମୀ କାର ( ଓଡି-୦୧-ଏୱାଇ-୩୨୮୭) କାର କୁ ଜବତ କରାଯାଇଛି।  ଉକ୍ତ ଗ୍ୟାଙ୍ଗ  ରସଗୋବିନ୍ଦପୁର ଅଞ୍ଚଳର ଏକ ମୋବାଇଲ ଟାୱାର ରୁ ମଧ୍ୟ ବ୍ୟାଟେରି ଚୋରି କରିଥିବା ତଦନ୍ତ ସମୟରେ ଜଣା ପଡିଛି ।

Google Fitbit Air: ଗୁଗୁଲ୍‌ ଫିଟ୍‌ବିଟ୍‌ ଏୟାର୍‌ ଭାରତରେ ଲଞ୍ଚ, ବିନା ସ୍କ୍ରିନ୍‌ରେ କରିବ ସ୍ୱାସ୍ଥ୍ୟ ଟ୍ରାକ୍‌, ୭ ଦିନ ଚାଲିବ ବ୍ୟାଟେରି...
ଗିରଫ ଦୁର୍ବୃତ୍ତମାନେ ହେଲେ, ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧୀନ ମହାଦେବସାରାଇର ସେକ ଏହେସାନଙ୍କ ପୁଅ ସେକ ଗେୟାସୁଦ୍ଦିନ (ରାଜୁ)(୩୬), ବସ୍ତା ଥାନା ଅଧିନ ପୁରୁଷୋତ୍ତମପୁରର ଗଦାଧର ପରିଡାଙ୍କ ପୁଅ ଗଙ୍ଗାଧର ପରିଡା(୨୬) ଏବଂ ବସ୍ତା ଥାନା ଅଧୀନ ମାଛିଆ ଅଞ୍ଚଳର ହାସନ ଖାଁଙ୍କ ପୁଅ ଆନୱର ଖାଁ(ଝଣ୍ଟୁ)(୩୪) । ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଅଭିଯୁକ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.