ARTICLE AD BOX
ରାଇରଙ୍ଗପୁର: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭାଲୁପାହାଡ଼ି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଦେଢ଼ବର୍ଷର ଏକ ଶିଶୁପୁତ୍ର ଘରେ ଥିବା ବାଲଟି ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।
Rescued Newborn Girl ଉଦ୍ଧାର ନବଜାତ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ ଜିଲ୍ଲାପାଳ
ଶ୍ରବଣ ଗିରିଙ୍କ ଦେଢ଼ ବର୍ଷର ପୁଅ ଘର ବାଡ଼ିପଟେ ଥିବା କୂଅ ନିକଟରେ ଖେଳୁଥିଲା। ଏହି ସମୟରେ ଉତ୍ସୁକତା ବଶତଃ ନିକଟରେ ଏକ ପାଣିଭର୍ତ୍ତି ବଡ଼ ବାଲଟିରେ ହାତ ବୁଡ଼ାଇବା ସମୟରେ ବାଲ୍ଟି ଭିତରେ ଗଳିପଡ଼ିଥିଲା। ତେବେ ନିକଟରେ କେହି ନଥିବାରୁ ଅନେକ ସମୟ ପରେ ଶିଶୁଟିକୁ ପରିବାର ଲୋକେ ଉଦ୍ଧାର କରିଥିଲେ। ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Accident: ଦୁର୍ଗାପୂଜା ଦେଖି ଯିବା ବେଳେ ଅଟୋକୁ ଧକ୍କା ଦେଲା କଣ୍ଟେନର; ଶିଶୁ ମୃତ, ୪ ଗୁରୁତର
ପୁଲିସ ଶବକୁ ଜବତ କରିବା ସହିତ ଏକ ଅପମୃତ୍ ମାମଲା ରୁଜୁ କରିଛି।

1 hour ago
2


