ARTICLE AD BOX
କଣ୍ଟାବାଞ୍ଜି: ମୋବାଇଲ୍ର ଅତ୍ୟଧିକ ବ୍ୟବହାର ମସ୍ତିଷ୍କର ବିଚାରଶକ୍ତିକୁ କ୍ଷୀଣ କରିଦିଏ। ଏହି କଥାର ପ୍ରମାଣ ପୁଣିଥରେ ପ୍ରମାଣିତ ହୋଇଛି। ବାପାଙ୍କୁ ମୋବାଇଲ୍ ରିଚାର୍ଜ କରିବାକୁ ୩ଶହ ଟଙ୍କା ମାଗିଲେ। ବାପା ମନା କରିବାରୁ ନାବାଳକ ପୁଅ ଗଛରେ ଝୁଲି ଆତ୍ମହତ୍ୟା କରିଛି। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ଥାନା କୁଲିଆଦରୋ ଗାଁରେ।
mobile phone dispute ମୋବାଇଲ୍ ଧରିବାକୁ ମନା କରିବାରୁ ଘର ଛାଡ଼ିଥିଲେ ଛାତ୍ର, ମିଳିଲା ଝୁଲନ୍ତା ଶବ
ମୃତ ନାବାଳକ ଜଣକ ଦେବେନ୍ଦ୍ର ବନଛୋର (୧୪)। ସେ ସ୍ଥାନୀୟ ସରକାରୀ ସ୍କୁଲ୍ରେ ଦଶମ ଶ୍ରେଣୀ ପାଠ ପଢ଼ୁଥିଲେ। ସୋମବାର ସକାଳୁ ସେ ବାପା ରୁଦ୍ରାକ୍ଷ ବନଛୋରଙ୍କୁ ମୋବାଇଲ୍ ରିଚାର୍ଜ ବାବଦକୁ ୩ଶହ ଟଙ୍କା ମାଗିଥିଲେ। ହେଲେ ରୁଦ୍ରାକ୍ଷ ପଢ଼ାପଢ଼ିରେ ମନ ଦେବାକୁ ପୁଅକୁ କହିଥିଲେ। ରିଚାର୍ଜ କରିବାକୁ ଟଙ୍କା ପାଇଁ ମନା କରି ଦେଇଥିଲେ। ଘଟଣାରେ ଦେବେନ୍ଦ୍ର କୋପର ଆବେଗରେ ଘରୁ ପଳାଇଥିଲେ।
Child Mobile Phone Effects:କଥା କଥାରେ ପିଲାଙ୍କୁ ଫୋନ୍ ଧରାଉଛନ୍ତି କି? ଆଣିବ ଗମ୍ଭୀର ସମସ୍ୟା
ଖୋଜାଖୋଜି କରିବା ପରେ ଘର ପାଖ ଏକ ଗଛରେ ଦେବେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା। ଦେବେନ୍ଦ୍ରଙ୍କୁ ତୁରନ୍ତ ପରିବାରଲୋକେ କଣ୍ଟାବାଞ୍ଜି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

48 minutes ago
2


