ARTICLE AD BOX
ଦୀର୍ଘ ୧୫ ବର୍ଷ ଧରି ସମ୍ବାଦ ଖବର କାଗଜ ବାଣ୍ଟୁଥିଲେ
ରାଇରଙ୍ଗପୁର/ବିଜାତଳା: ଗତ ଦୁଇଦିନ ଧରି ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷାରେ ଜୀବନଯାତ୍ରା ବ୍ୟାଘାତ ହୋଇଛି। କିନ୍ତୁ ଗତ ୨୫ ବର୍ଷ ଧରି ନିରନ୍ତର ଗ୍ରାହକଙ୍କ ନିକଟରେ ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜକୁ ପହଞ୍ଚାଉଥିବା ଖବରକାଗଜ ବିକ୍ରେତା ସୃଷ୍ଟିଧର ଗିରିଙ୍କ କର୍ତ୍ତବ୍ୟ ଅଟକିନଥିଲା। ଉଛୁଳା ନାଳ ଓ ଲଗାଣ ବର୍ଷାକୁ ଖାତିର ନକରି ସେ ଖବରକାଗଜ ବାଣ୍ଟୁଥିଲେ। ଏହି ସମୟରେ ଅଘଟଣା ଘଟିଥିଲା ଆମଦାବେଡା-ନୂଆଗାଁ ନଦୀ ପୋଲ ପାରହେବା ସମୟରେ ନଦୀ ଜଳରେ ଭାସିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ।
Guinness world record: ଗିନିଜ୍ ୱ।ର୍ଲ୍ଡ ରେକର୍ଡସ୍ରେ ସ୍ଥାନ ପାଇଲେ ରାଇରଙ୍ଗପୁରର କୌଶିକ
ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ବିଜାତଳା ବ୍ଲକ ଅନ୍ତର୍ଗତ ଆମ୍ବଡିହା ଗ୍ରାମର ସୃଷ୍ଟିଧର ଗିରି(୬୫) ପ୍ରତିଦିନ ଭଳି ଆଜି (ସୋମବାର) ପୂର୍ବାହ୍ଣରେ ମଧ୍ୟ ଖବରକାଗଜ ବିକ୍ରି କରିବା ପାଇଁ ଘରୁ ବାହାରିଥିଲେ। ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା-ନୂଆଗାଁ ନଦୀ ପୋଲ ଉପରେ ପାର ହେଉଥିବା ସମୟରେ ହଠାତ୍ ବନ୍ୟା ଜଳ ବୃଦ୍ଧି ପାରିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
drowning incident ରାଇରଙ୍ଗପୁରରେ ପାଣିରେ ବୁଡ଼ି ଯୁବକ ମୃତ, ନଦୀରେ ଭାସି ଆଉ ଜଣେ ନିଖୋଜ
ଘଟଣାର ଖବର ପାଇ ପରିବାର ଲୋକ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ନଦୀରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ସୁଦ୍ଧା ସୃଷ୍ଟିଧରଙ୍କ କୌଣସି ସନ୍ଧାନ ମିଳିନଥିବା ସୂଚନା ମିଳିଛି। ତେବେ ଭାସିଯାଇଥିବା ସ୍ଥାନର କିଛି ଦୂରରେ ତାଙ୍କ ସାଇକେଲକୁ ଉଦ୍ଧାର କରାଯାଇଛି।ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ପୋଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରଖିଛନ୍ତି।

59 minutes ago
1


