Mad Dog Menace ପାଗଳ କୁକୁର ଆତଙ୍କରେ ଥରହର ଚନ୍ଦାହାଣ୍ଡି: ୨ ଗୁରୁତର, ୧୦ଜଣ ଆହତ, ଗାଇବଳଦ କ୍ଷତାକ୍ତ

44 minutes ago 1
ARTICLE AD BOX

ଚନ୍ଦାହାଣ୍ଡି (ମହମ୍ମଦ ହୁସେନ ):ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପାଗଳ କୁକୁର ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ସମେତ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପାଗଳାକୁକୁର କାମୁଡ଼ାରେ ଗୋଟିଏ ବଳଦ ମଧ୍ୟ ଆହତ ହୋଇଛି। 

ପାଗଳ କୁକୁର କାମୁଡ଼ାରେ ୨ ଯୁବକ ମୃତ

ମିଳିଥିବା ସୂଚନାନୁସାରେ,  ପାଗଳ କୁକୁର କାମୁଡ଼ାରେ ଆହତଙ୍କ ମଧ୍ୟରେ, ଖପରାଡ଼ିହି ଗ୍ରାମର ତୁକାରାମ ବଡ଼କିଆ(୫୫),  ଧୋଡ଼ିପାଣି ପଞ୍ଚାୟତ ଅଧୀନ ପଲସାପଡ଼ା ଗ୍ରାମର ରାଧେଶ୍ୟାମ ଚଣ୍ଡି(୨୭), ଦଳବେଡା ପଞ୍ଚାୟତ ଅଧୀନ ଅଣ୍ଟିପଡ଼ା ଗ୍ରାମର ଅଧୀରାଜ ମାଝୀ(୨୯), ବନାମହୁଲ ଗ୍ରାମର ହେମନ୍ତ ମାଝୀ(୬), କଛାରପଡ଼ା ଗ୍ରାମର ଚରଣ ମାଝୀ(୩୫), ଗଣେଶ୍ୱର ମାଝୀ(୨୩), ମଜିଦ ମାଝୀ(୩୦), ଭୋଦେବ ରାଉତ(୨୫), କଛାରପଡ଼ା ଗ୍ରାମର ଚମରେନ ମାଝୀ(୪୦), ପ୍ରଫୁଲ୍ଲ ମାଝୀ(୬୦)। ଚମରେନ ଓ ପ୍ରଫୁଲ୍ଲ, ଦୁଇ ମହିଳା ମାନସିକ ବିକାର ଗ୍ରସ୍ତ ଥିବା ଜଣାପଡିଛି। ଏହା ବ୍ୟତୀତ କଛାରପଡ଼ା ଗ୍ରାମର ଭୁବନେଶ୍ୱର ମାଝୀଙ୍କ ବଳଦକୁ ମଧ୍ୟ କୁକୁର କାମୁଡି ଆହତ କରିଛି। 

କମର୍ଦ୍ଦlରେ ପାଗଳ କୁକୁର ଆତଙ୍କ, ୭ ଗୁରୁତର

ବନାମହୁଲ ଗ୍ରାମର ୬ ବର୍ଷର ଶିଶୁ ହେମନ୍ତ ମାଝି ଏବଂ କଛାରପଡା ଗ୍ରାମର ଭୋଦେବ ରାଉତ ଗୁରୁତର ଆହତ ହୋଇଛନ୍ତି। ହେମନ୍ତ ସ୍କୁଲ ଯାଉଥିବା ସମୟରେ ପାଗଳ କୁକୁର ଆକ୍ରମଣ କରିଥିଲା। ଆକ୍ରମଣରେ ହେମନ୍ତଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ  ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଛି l ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯାଇଛି। ସେହିଭଳି ଭୋଦେବ ରାଉତଙ୍କ ମୁଁହରେ ଗଭୀର କ୍ଷତ ହୋଇ ଗୁରୁତର ହୋଇଛନ୍ତି। 

କୋକୁଆ ଭୟ: ପାଗଳ କୁକୁର କାମୁଡ଼ାରେ ୧୪ ଆହତ, ତିନି ଜଣଙ୍କୁ ସୋନପୁର ସ୍ଥାନାନ୍ତରିତ

ଖବର ପାଇ ଚନ୍ଦାହାଣ୍ଡି ବିଡିଓ ଚୈନୁ ଗଣ୍ଡ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ବୁଲାକୁକୁରଙ୍କ ଆତଙ୍କରୁ ରୋକିବା ପାଇଁ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.