Missing: ଘର ସାମ୍ନାରୁ ନାବାଳକ ନିଖୋଜ

1 hour ago 1
ARTICLE AD BOX

କାମାକ୍ଷାନଗର:କାମାକ୍ଷାନଗର ସହର ସ୍ଥିତ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଥିବା କଲୋନୀରୁ ଘର ସାମ୍ନାରୁ ଜଣେ ନାବାଳକ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି l ନିଖୋଜ ଛାତ୍ର ଜଣକ ପ୍ରକାଶ ବରାଳଙ୍କ ପୁଅ ବିଷ୍ଣୁ ପ୍ରସାଦ ବରାଳ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନାବାଳକର କୌଣସି ସନ୍ଧାନ ମିଳିପାରୁନାହିଁ l

Sports Award : ବିହାରୀ ଲାଲ ସ୍ପୋର୍ଟସ ଟ୍ରଷ୍ଟ୍‌ ପକ୍ଷରୁ ଯୁବ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

ପୁଲିସ ତଦନ୍ତ ଆରମ୍ଭ

ସୂଚନା ଅନୁସାରେ, ନାବାଳକ ଜଣକ ଆଜି ସକାଳୁ ଟିଉସନ ଯିବାପାଇଁ ଘର ସାମ୍ନାରେ ଛିଡା ହୋଇ ନିଜ ନିତ୍ୟକର୍ମ କରୁଥିଲେ l ପରେ ସେ ସେହିଠାରୁ ନିଖୋଜ ହୋଇ ଯାଇଛନ୍ତି l ଏନେଇ ପରିବାର ଲୋକ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ନାବାଳକ ଛାତ୍ରଙ୍କ କୌଣସି ପତ୍ତା ମିଳିପାରିନାହିଁ l ନାବାଳକ ଜଣକ ପଢ଼ୁଥିବା ସ୍କୁଲରେ କୌଣସି ଭୁଲ କରିଥିବା ବେଳେ ଏହାକୁ ନେଇ ଗୁରୁଜୀଙ୍କୁ ଭୁଲ ମାଗିବା ପାଇଁ ଛାତ୍ର ଜଣକୁ ତାଙ୍କ ମା ତାଗିଦ କରିଥିଲେ l ଯାହାକୁ ନେଇ ନାବାଳକ ଜଣକ ଭୁଲ କରିନାହାନ୍ତି, ତେଣୁ ଗୁରୁଜୀଙ୍କୁ ଭୁଲ ମାଗିବେନି ବୋଲି ମାଙ୍କୁ କହିଥିଲେ l ତେବେ ହଠାତ ଆଜି ସକାଳୁ ନାବାଳକ ଜଣକ ଘର ସାମ୍ନାରୁ ନିଖୋଜ ହୋଇଛନ୍ତି l ଏ ନେଇ ଖବର ପାଇବା ପରେ କାମାକ୍ଷାନଗର ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.