Miscreants Loot 4 Kg Silver ଫାଙ୍କା ଗୁଳି ଚଳାଇ ଲୁଟିନେଲେ ୪ କେଜି ରୁପା

5 days ago 5
ARTICLE AD BOX

ଯାଜପୁର: ସଦର ଥାନା ଅନ୍ତର୍ଗତ ଶିବା ଛକରେ ଆଜି (ସୋମବାର) ରାତିରେ ଫାଙ୍କା ଗୁଳି କରି ଜନୈକ ରୁପା ଦୋକାନିଙ୍କ ଠାରୁ ପ୍ରାୟ ୧୦ଲକ୍ଷ ଟଙ୍କା ମୂଲ୍ୟର ରୁପା ନେଇ ଦୃର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।  

Loot: ବ୍ୟବସାୟୀଙ୍କ ଘରୁ ଲୁଟ୍: ୪ ଲକ୍ଷ ୫୦ ହଜାର ଟଙ୍କା ଓ ସୁନା ରୁପା ଲୁଟିନେଲେ ଦୁର୍ବୃତ୍ତ

ସୂଚନାନୁସାରେ, ସବୁଦିନ ଭଳି ଆଜି ରାତି ପ୍ରାୟ ୧୦ଟା ବେଳେ ମା’ ମଙ୍ଗଳା ଜୁଏଲରୀର ମାଲିକ ବିଜୟ ସାହୁ ଓ ପତ୍ନୀ ଦୋକାନ ବନ୍ଦ କରି ରୁପା ଓ ନଗଦ ଟଙ୍କା ଆଦି ନେଇ ଘର ବନ୍ଧଢିହକୁ ଫେରୁଥିଲେ। 

bullet

ଇନ୍ଦାରାଇ ଠାରେ ଦୁର୍ବୃତ୍ତମାନେ ମୋଟରସାଇକଲ୍‌ରେ ସେମାନଙ୍କୁ ପିଛା କରି ଅଟକାଇଥିଲେ। ଫାଙ୍କା ଗୁଳି ଚଳାଇ ସୁନା ଓ ରୁପା ଗହଣା ଥିବା ବ୍ୟାଗ୍‌ଟି ଛଡ଼ାଇ ନେଇଥିଲେ। ଏହି ବ୍ୟାଗ୍‌ରେ ପ୍ରାୟ ୪ କେଜି ରୁପା ଓ ଅନ୍ୟ ଅଳଙ୍କାର ଥିଲା। 

ATM looting: ପୁରୁଣା ଜଗନ୍ନାଥ ସଡ଼କରେ ଲୁଟେରା ଆତଙ୍କ: ଲୁଟିପାରିଲେନି ଏଟିଏମ୍‌, ବାଇକ୍‌ ଚୋରିକରି ଛୁ’

ସୂଚନା ପାଇ ସଦର ପୋଲିସ ଓ ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ଏକ ଗୁଳି ଜବତ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.