Minister Pulls Up Officials ଉଦ୍ୟାନ ବିଭାଗ ଅଧିକାରୀଙ୍କ ନିଷ୍କ୍ରିୟତା ଓ କାର୍ଯ୍ୟନ୍ବୟନରେ ମନ୍ଥରତା ନେଇ କୃଷିମନ୍ତ୍ରୀ କ୍ଷୁବ୍ଧ

3 hours ago 1
ARTICLE AD BOX

୫୮ ଶୀତଳଭଣ୍ଡାରରୁ ଗୋଟିଏ ନିର୍ମାଣକୁ ନେଇ ମନ୍ତ୍ରୀଙ୍କ ଉଦ୍‌ବେଗ

ସରକାରଙ୍କୁ ଅନ୍ଧାରରେ ରଖନ୍ତୁନି, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ

ବାହାରକୁ ଯାଇଥିବା ଚାଷୀ କଣ ଶିଖିଲେ ୭ଦିନରେ ରିପୋର୍ଟ ଦିଅ

ଭୁବନେଶ୍ବର:  ରାଜ୍ୟ ସରକାର ରବର ଷ୍ଟାମ୍ପ୍‌ ନୁହଁନ୍ତି। ମୁଁ ମଧ୍ୟ ରବର ଷ୍ଟାମ୍ପ୍‌ ନୁହେଁ। ଅଧିକାରୀମାନେ ସରକାର ଚଳାଉନାହାନ୍ତି, ଆମେ ଚଳାଉଛୁ। ତେଣୁ ସରକାରଙ୍କୁ ଅନ୍ଧାରରେ ରଖନ୍ତୁ ନାହିଁ, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ। ଯିଏ ନିୟମ ମାନିବ ନାହିଁ, ସେମାନେ ଘରକୁ ପଳାନ୍ତୁ। ପ୍ରଶିକ୍ଷଣ ପାଇଁ ଚାଷୀମାନେ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି। ସେମାନଙ୍କ ତାଲିକା ସରକାରଙ୍କ ନିକଟକୁ ଆସୁଛି, ହେଲେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଚାଷୀମାନେ କ’ଣ ଶିଖିଲେ ବିଭାଗକୁ ତା’ର ରିପୋର୍ଟ ଆସୁନାହିଁ।

Horticulture- Deputy CM kanak

ଆସନ୍ତା ୭ଦିନ ଭିତରେ ଜିଲ୍ଲା ଅଧିକାରୀମାନେ ଏହାର ରିପୋର୍ଟ ଦିଅନ୍ତୁ। ଚାଷୀମାନେ କ’ଣ ଶିଖିଲେ ତାହାର ଭିଡିଓ ମଧ୍ୟ ପ୍ରଦାନ କରିବା ଲାଗି ଉଦ୍ୟାନକୃଷି ଅଧିକାରୀଙ୍କୁ କଡ଼ା ଭାଷାରେ ତାଗିଦ୍‌ କରିଛନ୍ତି ରାଜ୍ୟ କୃଷି ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। 

Odisha Govt 58 Cold Stores ସବ୍ ଡିଭିଜନ୍ ସ୍ତରରେ ୫୮ ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ, ୨୫୨ କୋଟି ଟଙ୍କା ବ୍ୟୟବରାଦ

କୃଷି ଭବନରେ ଆଜି (ଗୁରୁବାର) ଉଦ୍ୟାନକୃଷି ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ସିଂହଦେଓ ଉଦ୍ୟାନକୃଷି ଅଧିକାରୀଙ୍କ ବେପରୁଆ ମନୋଭବ ଓ କାର୍ଯ୍ୟପ୍ରଣାଳୀକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଥିଲେ, ଜିଲ୍ଲାଗସ୍ତରେ ଯାଉଥିବା ବେଳେ କୌଣସି ଅଧିକାରୀ କେଉଁ ଭଲ କାମ କରିଛନ୍ତି, ତାହା ସଂପର୍କରେ ଦେଖିବା ପାଇଁ କେହି କେବେ ଡାକୁ ନାହାନ୍ତି। ଫୁଲତୋଡ଼ା ଆଣିବା ପାଇଁ ସେ ଜିଲ୍ଲାକୁ ଯାଉନାହିଁ, କ୍ଷେତ୍ରସ୍ତରରେ କ’ଣ କାମ ଚାଲିଛି ତାହାକୁ ଦେଖିବାକୁ ଯାଉଛନ୍ତି।

Horticulture- Deputy CM kanak1

ଅଧିକାରୀଙ୍କ ମନୋରଂଜନ ପାଇଁ ବିଭାଗରେ ବସେଇ ନାହୁଁ। କୌଣସି ନିର୍ଦ୍ଦେଶକ-ଅଫିସର ଅଫିସରେ ବସିପାରିବେ ନାହିଁ। ପ୍ରତିମାସରେ ଜିଲ୍ଲା ଗସ୍ତରେ ଯିବେ। ତାଙ୍କର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ମନ୍ତ୍ରୀ ହିଁ ଅନୁମୋଦନ କରିବେ। କୌଣସି ଅଧିକାରୀ ସରକାରଙ୍କୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। ଅଧିକାରୀଙ୍କ ପଦୋନ୍ନତି ସଂପୂର୍ଣ୍ଣଭାବେ ସରକାରଙ୍କ ଉପରେ ନିର୍ଭର କରୁଛି ଏକଥା ଭୁଲିଯିବା ଉଚିତ୍‌ ନୁହେଁ। ଏଭଳି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ସେମାନେ ଯେକୌଣସି କୋର୍ଟର ଦ୍ବାରସ୍ଥ ହେବା କଥା ହୁଅନ୍ତୁ। ସରକାର ଧମକକୁ ଡରୁ ନାହାନ୍ତି।

Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର

ସେ ଆହୁରିମଧ୍ୟ କହିଥିଲେ, ସରକାରକୁ ଆସିବା ସମୟରେ ବିଭାଗର ବଜେଟ୍‌ ଥିଲା ୭ହଜାର କୋଟି। ଏବେ ତାହା ୧୫ହଜାର କୋଟିରେ ପହଞ୍ଚିଲାଣି। ଏହାଭିତିରେ ସରକାରଙ୍କ କାର୍ଯ୍ୟକାଳ ୨ବର୍ଷ ପୂରି ଗଲାଣି। ଯେଉଁ ଯେଉଁ କାମ କରିବା ଲାଗି ସରକାର ଘୋଷଣା କରିଥିଲେ, ଅଧିକାରୀମାନେ ତାହାକୁ କରୁନାହାନ୍ତି କି ତା’ର ରିପୋର୍ଟ ସରକାରଙ୍କ ନିକଟକୁ ଆସୁନାହିଁ। ସରକାର ୫୮ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏହାଭିତରେ କେବଳ ପୁରୀରେ ଗୋଟିଏ ଶୀତଳଭଣ୍ଡାର ନିର୍ମାଣ ହେଉଥିବା ସୂଚନା ମିଳିଛି। କ’ଣ ପାଇଁ ଏହା କାର୍ଯ୍ୟକାରୀ ହୋଇନାହିଁ ? ଅନ୍‌ଲାଇନ୍‌ ପୋର୍ଟାଲ ଗୋ-ସୁଗମ ଜରିଆରେ ଯେଉଁ ପ୍ରସ୍ତାବ ଆସିଛି, ତାହାର ପ୍ରକ୍ରିୟା କେଉଁଠି ଅଟକିଛି ତାହାର ଉତ୍ତର ଦରକାର ବୋଲି ଶ୍ରୀ ସିଂହଦେଓ କହିଥିଲେ।

Horticulture: ବଦଳିଲା ଉଦ୍ୟାନ ବିଭାଗ ଉଜୁଡ଼ା କ୍ଷେତର ରୂପ

ଅନ୍ୟମାନଙ୍କ ମଧ୍ୟରେ ସଚିବ ସଚିନ ରାମଚନ୍ଦ୍ର ଜାଧବ, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ ଉପସ୍ଥିତ ଥିଲେ। ଏହି ଅବସରରେ ‘ଖେତୀ ଆଗ୍ରୋ ପ୍ରାଇଭେଟ ଲିମିଟେଡ୍‌’ ଓ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ମଧ୍ୟରେ ଜଳବାୟୁ ସହନଶୀଳ କୃଷି ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉଦ୍ୟାନକୃଷି ଅତିରିକ୍ତ ନିର୍ଦ୍ଦେଶକ ରୀତାଶ୍ରୀ ପାଢ଼ୀ ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.