Mineral Industry: ରାଜ୍ୟରେ ଅଧିକ ଖଣିଜ ବ୍ୟବହାର ପାଇଁ ଆହ୍ବାନ: ଶୀଘ୍ର କାର୍ଯ୍ୟକ୍ଷମ ହେବ ୩୦ଟି ଖଣି

2 days ago 5
ARTICLE AD BOX

ଭୁବନେଶ୍ବର:ରାଜ୍ୟରେ ଉତ୍ତୋଜନ କରାଯାଉଥିବା ଖଣିଜ ସମ୍ପଦ କିଭଳି ରାଜ୍ୟ ଭିତରେ ଅଧିକ ବ୍ୟବହାର ହୋଇପାରିବ ଓ ଖଣିଜ ପଦାର୍ଥର ଅଧିକ ମୂଲ୍ୟଯୋଗ କରିବା ଉପରେ ଧ୍ୟାନ ଦେବାକୁ ଖଣି ଓ ଧାତବ ଶିଳ୍ପ ଜଗତକୁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଆହ୍ବାନ ଦେଇଛନ୍ତି। ସିଆଇଆଇ ଓଡ଼ିଶା ଧାତବ ଓ ଖଣି କନ୍‌କ୍ଲେଭ୍‌ ୨୦୨୬କୁ ସମ୍ବୋଧିତ କରି ସେ କହିଲେ, ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଲାଗି ଓଡ଼ିଶାରେ ଖଣି, କାରଖାନା, ଯୋଗାଣକାରୀ, ବନ୍ଦର ଓ ଦକ୍ଷ ମାନବ ସମ୍ବଳ ରହିଛନ୍ତି।

୩୦ଟି ଖଣି ଶୀଘ୍ର କାର୍ଯ୍ୟକ୍ଷମ ହେବାର ବିଭିନ୍ନ ପର୍ଯ୍ୟାୟରେ

ତାହା ବିଚାରକୁ ନେଇ ଆମେ ‌ଯେତିକି ଖଣି ଖୋଳୁଛନ୍ତି, ତାହାକୁ କିଭଳି ଅଧିକରୁ ଅଧିକ ରାଜ୍ୟ ଭିତରେ ବ୍ୟବହାର କରିହେବ, ସେଦିଗରେ କାମ କରିବା ହେଉଛି ଆମର ଦାୟିତ୍ବ। ତାହା ହେଲେ ଏହାର ଲାଭ ସ୍ଥାନୀୟ ଶିଳ୍ପଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପହଞ୍ଚିପାରିବ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଲେ, ଆମେ ଭାରତ ସମେତ ଦକ୍ଷିଣ ଏସିଆର ଖଣି ରାଜଧାନୀ ବୋଲି ଦାବି କରିପାରିବା। ସେ ସୂଚନା ଦେଇଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ ୨୦ଟି ଖଣି ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ଓ ଆଉ ୩୦ଟି ଖଣି ଶୀଘ୍ର କାର୍ଯ୍ୟକ୍ଷମ ହେବାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଓଡ଼ିଶାର ଇସ୍ପାତ ଉତ୍ପାଦନ କ୍ଷମତା ଆସନ୍ତା ୫ ବର୍ଷରେ ୧୮୦ ନିୟୁତ ଟନ୍‌କୁ ବୃଦ୍ଧି ପାଇବା ଆଶା କରାଯାଉଛି ବୋଲି ସେ କହିଥିଲେ।

Woman Dies: ମୟୂରଭଞ୍ଜରେ ପ୍ରବଳ ବର୍ଷାରେ ଅଘଟଣ: ମାଟି କାନ୍ଥ ପଡ଼ି ମହିଳା ମୃତ

କ୍ରିଟିକାଲ୍‌ ମିନେରାଲ୍‌ସ କ୍ଷେତ୍ରରେ ଓଡ଼ିଶାକୁ ସହଯୋଗ କରିବା ପାଇଁ ବ୍ରିଟେନ ପ୍ରସ୍ତୁତ ଥିବା କୋଲକାତାରେ ଅବସ୍ଥାପିତ ବ୍ରିଟିସ ଡେପୁଟି ହାଇ କମିସନର ଡକ୍ଟର ଆଣ୍ଡ୍ର୍ୟୁ ଫ୍ଲେମିଂ କହିଥିଲେ। ଏହି ଅବସରରେ ସିଆଇଆଇ-ଆଇଟିସି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଫର୍‌ ସଷ୍ଟେନେବଲ୍‌ ଡେଭେଲପ୍‌ମେଣ୍ଟ ପକ୍ଷରୁ ‘ସାର୍ଥ’ ଅଭିଯାନକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଅନିଲ କୁମାର ସିଂହ, ଉପାଧ୍ୟକ୍ଷ ଆଲେକ୍ସ ଥୋମାସ୍‌ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.