ARTICLE AD BOX
ଘୁ.ଉଦୟଗିରି(ସମୀର ପାଢ଼ୀ):କନ୍ଧମାଳ ଜିଲ୍ଲାରୁ ଜୀବିକା ସନ୍ଧାନରେ ବାହାର ରାଜ୍ୟକୁ ଯାଇ ଦୁଃଖଦ ମୃତ୍ୟୁବରଣ କରିଥିବା ୬ ଜଣ ଦାଦନ ଶ୍ରମିକଙ୍କ ପରିବାରକୁ ତୁରନ୍ତ ସରକାରୀ ଆର୍ଥିକ ସହାୟତା, ଥଇଥାନ, ପିଲାଙ୍କ ଶିକ୍ଷା ଓ ସ୍ଥାୟୀ ଜୀବିକାର ସୁଯୋଗ ପ୍ରଦାନ ସହ କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବିପଦସଙ୍କୁଳ ସାରାଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୂତନ ଗୃହ ନିର୍ମାଣ ପାଇଁ ଦାବି ହୋଇଛି। ଏନେଇ ସୋସିଆଲ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (ସ୍ୱାକ) ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ବକେୟା ଟଙ୍କା ପାଇଁ ଭବିଷ୍ୟନିଧି ଓ ଯୁଗ୍ମ ଶ୍ରମକମିଶନରଙ୍କ କାର୍ଯ୍ୟାଳୟକୁ ଘେରାଉ କଲେ ମୃତ ଶ୍ରମିକଙ୍କ ପରିବାର
ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକ, ସହ-ସମ୍ପାଦକ ସଞ୍ଜୀବ ଦିଗାଲ ଓ ସଦସ୍ୟ ସନ୍ତୋଷ ଦିଗାଲ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ସମ୍ପର୍କରେ ସ୍ୱାକ ପକ୍ଷରୁ କୁହାଯାଇଛି, କନ୍ଧମାଳ ଜିଲ୍ଲାରେ ପର୍ଯ୍ୟାପ୍ତ ରୋଜଗାର ଓ ସ୍ଥାୟୀ ଜୀବିକାର ସୁଯୋଗର ଅଭାବ ଯୋଗୁଁ ଅନେକ ଗରିବ ପରିବାର ଜୀବିକା ସନ୍ଧାନରେ ନିଜ ଜନ୍ମମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଉଛନ୍ତି। ଏପରି ପ୍ରବାସ ସମୟରେ ଶ୍ରମିକଙ୍କ ସୁରକ୍ଷା ଓ ପରିବାରର ଭବିଷ୍ୟତ ନେଇ ଗୁରୁତର ପ୍ରଶ୍ନ ଉଠୁଛି। ନିକଟରେ ବାହାର ରାଜ୍ୟରେ କାମ କରୁଥିବା ବେଳେ କନ୍ଧମାଳର ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଘୁ.ଉଦୟଗିରି ବ୍ଲକ୍ କଲିନାଜୁର ସାଗର ପ୍ରଧାନ (୩୪), କତିଙ୍ଗିଆ ପଞ୍ଚାୟତ ରିଶୁଗୁଡ଼ାର ତରୁଣ ପ୍ରଧାନ (୪୮), କ.ନୂଆଗାଁ ବ୍ଲକ୍ ଥାନାସାହି/ସିର୍ତିଗୁଡ଼ାର କସ୍ତୁରୀ ପ୍ରଧାନ (୩୯), ଦାରିଙ୍ଗବାଡ଼ି ବ୍ଲକ୍ ମାଣ୍ଡିପାଙ୍ଗାର ସୀମାଞ୍ଚଳ ନାୟକ (୧୯), ଦାରିଙ୍ଗବାଡ଼ି ବ୍ଲକ୍ ଗୁମିକିଆ ପଞ୍ଚାୟତ ପଟାମାହାର ବିଶୋପ ଦିଗାଲ (୪୫) ଏବଂ ଟିକାବାଲି ବ୍ଲକ୍ ଗଦଗୁଡ଼ା ଗ୍ରାମର ଶୁଭଦେବ ପ୍ରଧାନ (୩୫)।
ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା: ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପରିବାରର ମୁଖ୍ୟ ଉପାର୍ଜନକ୍ଷମ ସଦସ୍ୟଙ୍କୁ ହରାଇବା ପରେ ଏହି ପରିବାରଗୁଡ଼ିକ ହଠାତ୍ ଗଭୀର ଆର୍ଥିକ ଓ ସାମାଜିକ ସଙ୍କଟରେ ପଡ଼ିଛନ୍ତି। ତେଣୁ କେବଳ ସମବେଦନା ନୁହେଁ, ସରକାରଙ୍କ ପକ୍ଷରୁ ତୁରନ୍ତ ଓ ଦୀର୍ଘମିଆଦୀ ସହାୟତା ଆବଶ୍ୟକ। ସ୍ୱାକ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ନିୟମାନୁସାରେ ଅନୁଗ୍ରହ ରାଶି ଓ ଆର୍ଥିକ ସହାୟତା ପ୍ରଦାନ, ଯୋଗ୍ୟ ସରକାରୀ ଯୋଜନାରେ ସାମିଲ, ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଜୀବିକା କିମ୍ବା ସ୍ୱରୋଜଗାର ସୁଯୋଗ, ମୃତ ଶ୍ରମିକଙ୍କ ପିଲାଙ୍କ ଶିକ୍ଷା ପାଇଁ ସହାୟତା ଓ ଛାତ୍ରବୃତ୍ତି, ଆବାସ, ରାସନ୍ ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଛି।
Death: ତାମିଲନାଡୁରେ ଅଘଟଣ: ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ
ଏହି ଦାବି ସହ କନ୍ଧମାଳରେ ଯୁବକ-ଯୁବତୀ ଓ ଶ୍ରମିକଙ୍କ ପାଇଁ ସମ୍ମାନଜନକ ରୋଜଗାର ଓ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି, ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ଓ ନିରୀକ୍ଷଣ ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ଜିଲ୍ଲାସ୍ତରରେ ଦାଦନ ଶ୍ରମିକଙ୍କ ପାଇଁ ସକ୍ରିୟ ସହାୟତା ଓ ଅଭିଯୋଗ ନିରାକରଣ ବ୍ୟବସ୍ଥା, କ.ନୂଆଗାଁ ବ୍ଲକ୍ର ସାରାଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି ଆଦି ଦାବି ରହିଛି।

1 hour ago
1


