ARTICLE AD BOX
ଅଶଡ଼ ଚଳଚ୍ଚିତ୍ର ଅଭିନେତ୍ରୀରୁ ସାମାଜିକ ଗଣମାଧ୍ୟମ ଇନ୍ଫ୍ଲୁଏନ୍ସର୍ ପାଲଟିଥିବା ଲେବାନିଜ୍ ତାରକା ମିଆ ଖଲିଫା ଫିଫା ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ରେ ଦୁଇଗୁଣା ଖୁସି ପାଇଛନ୍ତି। ପ୍ରଥମେ ତ ସେ ଆମେରିକାର ମେଟ୍ଲାଇଫ୍ ଷ୍ଟାଡିଅମ୍ରେ ବସି ସ୍ପେନ୍ ଓ ଆର୍ଜେଣ୍ଟିନା ମଧ୍ୟରେ ଅନୁଷ୍ଠିତ ରୋମାଞ୍ଚକର ମ୍ୟାଚ୍ ଉପଭୋଗ କରିଥିଲେ। ସ୍ପେନ୍ ଦଳର ତାରକା ଲାମିନ୍ ୟମାଲ୍ଙ୍କ ଜର୍ସି ପିନ୍ଧି ପ୍ରିୟ ଦଳକୁ ସେ ସମର୍ଥନ କରିଥିଲେ। ତା’ ସଙ୍ଗେ ସଙ୍ଗେ ସେ ଏହି ମ୍ୟାଚ୍ରେ ବାଜି ଲଗାଇ ୧୫.୯୨ କୋଟି ଟଙ୍କା ଜିଣିଛନ୍ତି। ସ୍ପେନ୍ ଜିଣିବା ପରେ ସ୍ବାଭାବିକ ଭାବେ ସେ ଉତ୍ଫୁଲ୍ଲିତ ହୋଇ ଷ୍ଟାଡିଅମ୍ରେ ନାଚିବାକୁ ଲାଗିଥିଲେ।
Horoscope 2026 July 22: ଜାଣନ୍ତୁ ଆଜିର ରାଶିଫଳ...
ପ୍ରମାଣ ସ୍ବରୂପ ସେ ଇନ୍ଷ୍ଟାଗ୍ରାମ୍ରେ ଏକ ବେଟିଂ ଆପ୍ର ଚିତ୍ର ଛାଡ଼ିଛନ୍ତି। ସେଥିରୁ ସ୍ପଷ୍ଟ ହେଉଛି ଯେ ସେ ସ୍ପେନ୍ର ବିଜୟ ଉପରେ ୧ ମିଲିଅନ୍ ଡଲାର୍ ମୂଲ୍ୟର ବାଜି ଲଗାଇଥିଲେ। ଭାରତୀୟ ମୁଦ୍ରାରେ ଏହା ୯.୬୫ କୋଟି ଟଙ୍କା ହେବ। ସ୍ପେନ୍ ବିଶ୍ବକପ୍ ଜିଣିବା ପରେ ତାଙ୍କୁ ୧.୬୫ ମିଲିଅନ୍ ଡଲାର୍ ମିଳିଛି। ଅର୍ଥାତ୍ ସେ ପାଖାପାଖି ୬.୨୭ କୋଟି ଟଙ୍କାର ଲାଭ ପାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମିଆ ଖଲିଫା ୨୦୧୪ରେ ପ୍ରାପ୍ତବୟସ୍କ ମନୋରଞ୍ଜନ ଶିଳ୍ପକୁ ପ୍ରବେଶ କରିଥିଲେ। ମାତ୍ର ଏକ ବର୍ଷ ପରେ ସେ ଏହି କାମରୁ ଦୂରେଇଯାଇଥିଲେ ହେଁ ସେ ପୃଥିବୀର ସବୁଠାରୁ ସୁପରିଚିତ ପର୍ନଷ୍ଟାର୍ ଭାବେ ଆଜି ମଧ୍ୟ ପରିଗଣିତ ହେଉଛନ୍ତି। ସେ ଆଜିକାଲି ସାମାଜିକ ଗଣମାଧ୍ୟମରେ କ୍ରୀଡ଼ା, ମନୋରଞ୍ଜନ, ଫ୍ୟାସନ୍ ଆଦି ସମ୍ପର୍କରେ ପୋଷ୍ଟ କରନ୍ତି।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

1 hour ago
3


