Messi takes break from football: ପିତାଙ୍କ ମୃତ୍ୟୁ ପରେ ଫୁଟ୍‌ବଲ୍‌ରୁ ବିରତି ନେଲେ ମେସି

3 days ago 5
ARTICLE AD BOX

ରୋଜାରିଓ: ପିତା ଜର୍ଜ ମେସିଙ୍କ ମୃତ୍ୟୁ ପରେ ଫୁଟବଲ୍‌ରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବିରତି ନେଇଛନ୍ତି ଆର୍ଜେଣ୍ଟିନାର ମହାନ କ୍ରୀଡ଼ା ତାରକା ଲିଓନେଲ୍ ମେସି। ଜର୍ଜଙ୍କ ବିୟୋଗରେ ଗଭୀର ଭାବେ ଭାଙ୍ଗିପଡ଼ିଥିବା ମେସି ଏବେ ପରିବାର ସହ ସମୟ ବିତାଇବାକୁ ଫୁଟବଲ୍‌ରୁ ଦୂରେଇ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସର ଫୁଟବଲ୍‌ ୱେବସାଇଟ୍ ‘ଫୁଟ୍ ମର୍କାଟୋ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୮ ଥରର ବାଲନ୍ ଡି’ଅର୍ ବିଜେତା ମେସି ତାଙ୍କ ପେସାଦାର ଦାୟିତ୍ୱରୁ ଦୂରେଇ ରହିଛନ୍ତି। ଜାତୀୟ ଦଳ ସହ ଇଣ୍ଟର ମିଆମି କ୍ଲବ୍‌କୁ ସେ କେବେ ଫେରିବେ, ତାହାର କୌଣସି ତାରିଖ ମଧ୍ୟ ଧାର୍ଯ୍ୟ ହୋଇନାହିଁ। ୬୮ ବର୍ଷୀୟ ଜର୍ଜ ମେସି ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ନିକଟରେ ରୋସାରିଓର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। 

Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ

ମେସିଙ୍କ ଜୀବନ ଓ ଫୁଟବଲ୍‌ କ୍ୟାରିୟରରେ ଜର୍ଜଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ମେସିଙ୍କ କ୍ୟାରିୟର ଆଗକୁ ବଢ଼ିବା ପରେ ଜର୍ଜ ତାଙ୍କ ଏଜେଣ୍ଟ ଓ ରଣନୈତିକ ପରାମର୍ଶଦାତା ଭାବେ କାମ କରିଥିଲେ। ଛୋଟବେଳେ ମଧ୍ୟ ସେ ପୁଅର ଫୁଟବଲ୍‌ ଯାତ୍ରାରେ ଦୃଢ଼ ସମର୍ଥନ ଦେଇଥିଲେ। ୧୩ ବର୍ଷ ବୟସରେ ମେସିଙ୍କୁ ସ୍ପେନ୍‌ ନେଇ ବାର୍ସିଲୋନାର ଯୁବ ଏକାଡେମୀରେ ଯୋଗଦେବାରେ ଜର୍ଜଙ୍କ ଭୂମିକା ଥିଲା ମହତ୍ତ୍ବପୂର୍ଣ୍ଣ ଓ ସାହସିକ। ସେତେବେଳେ ମେସିଙ୍କ ଗ୍ରୋଥ୍ ହର୍ମୋନ୍‌ ଅଭାବର ଚିକିତ୍ସା ଖର୍ଚ୍ଚ ମଧ୍ୟ ବାର୍ସିଲୋନା ବହନ କରିଥିଲା। ସେତେବେଳେ ମେସିଙ୍କୁ ପ୍ରତିଦିନ ଇଞ୍ଜେକ୍ସନ୍‌ ନେବାକୁ ପଡ଼ୁଥିଲା। ଚିକିତ୍ସା ପରେ ତାଙ୍କ ଶାରୀରିକ ବିକାଶରେ ଉନ୍ନତି ହୋଇଥିଲା। ସୂଚନାଯୋଗ୍ୟ ଯେ ଜର୍ଜ ମେସିଙ୍କ ପତ୍ନୀଙ୍କ ନାମ ହେଉଛି ସେଲିଆ କୁଚିତ୍ତିନି। ସେମାନଙ୍କର ଚାରିଟି ସନ୍ତାନ, ଲିଓନେଲ୍, ରୋଡ୍ରିଗୋ, ମାତିଆସ୍ ଓ ମାରିଆ ସୋଲ୍ ଅଛନ୍ତି। ସମସ୍ତଙ୍କ ମଧ୍ୟରୁ ମେସି ହେଉଛନ୍ତି ସଫଳତମ ଓ ଚର୍ଚ୍ଚିତ। ପିତାଙ୍କ ମୃତ୍ୟୁ ମେସିଙ୍କ ପାଇଁ କେବଳ ପାରିବାରିକ ନୁହେଁ, ତାଙ୍କ ଫୁଟବଲ୍‌ ଜୀବନର ଏକ ଗଭୀର ବ୍ୟକ୍ତିଗତ ଅଧ୍ୟାୟର ମଧ୍ୟ ଅବସାନ ଘଟାଇଥିବା ଚର୍ଚ୍ଚା ହେଉଛି।

Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.