Medicine Price: କ୍ୟାନସର୍‌ ଔଷଧ: ରୋଗୀଙ୍କ ହାତରୁ ହ୍ରାସ ପାଇବ ଖର୍ଚ୍ଚ!

54 minutes ago 1
ARTICLE AD BOX

ନୂଆଦିଲ୍ଲୀ:କ୍ୟାନସର୍‌ ଔଷଧର ରିଟେଲର୍‌ ଦର ଓ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍‌ପି) ମଧ୍ୟରେ ରହିଥିବା ବଡ଼ ବ୍ୟବଧାନକୁ ସୁପ୍ରିମକୋର୍ଟ ଧରିବା ପରେ ଦର ହ୍ରାସ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅଣ-ସିଡ୍ୟୁଲ୍‌ କ୍ୟାନସର୍‌ ଔଷଧର ଟ୍ରେଡ୍‌ ମାର୍ଜିନକୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ ରଖାଯାଇଛି। ଏହାର ପ୍ରଭାବରେ କିଛି ଔଷଧର ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସରକାର ଗ୍ରହଣ କରିଥିବା ପଦକ୍ଷେପରେ ଉଭୟ ବ୍ରାଣ୍ଡେଡ୍‌ ଓ ଜେନେରିକ୍‌ ଔଷଧ, ଘ‌ରୋଇ ଓ ଆମଦାନି ହେଉଥିବା ଔଷଧ, ପ୍ୟାଟେଣ୍ଟ ଓ ପ୍ୟାଟେଣ୍ଟ ନଥିବା ଔଷଧକୁ ସାମିଲ କରାଯାଇଛି।

୨୫୦୦ କୋଟି ଟଙ୍କା ସଞ୍ଚୟ ହେବ

ଏକ ଆକଳନ ଅନୁସାରେ ସରକାରୀ ପଦକ୍ଷେପ ପରେ କିଛି କ୍ୟାନସର୍‌ ଔଷଧ ଦର ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଏହା ଲାଗୁ ହେଲେ ରୋଗୀଙ୍କ ବାର୍ଷିକ ୨୫୦୦ କୋଟି ଟଙ୍କା ସଞ୍ଚୟ ହେବ। ରୋଗୀଙ୍କ ହାତରୁ ହେଉଥିବା ଖର୍ଚ୍ଚ ହ୍ରାସ ପାଇବ। କେତେକ କ୍ୟାନସର୍‌ ରୋଗର ଔଷଧର ରିଟେଲରଙ୍କୁ ବିକ୍ରି ଦାମ୍‌ ୨୭୦୦ ଟଙ୍କା ଥିଲା ଓ ରୋଗୀଙ୍କ ପାଇଁ ତାହାର ଏମ୍ଆର୍‌ପି ୨୭ ହଜାର ଟଙ୍କା ରହିଥିଲା। ଦରରେ ସେହି ବଡ଼ ତାରତମ୍ୟକୁ ନେଇ ନିକଟରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଜୀବନ ରକ୍ଷାକାରୀ ଔଷଧ ଦରରେ ଏଭଳି ତାରତମ୍ୟ କାହିଁକି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ଯେତେବେଳେ ସରକାରୀ ଯୋଜନାରେ ମହଙ୍ଗା ଔଷଧ ବ୍ୟବହାର କରାଯାଏ, ତାହାର ପରୋକ୍ଷ ଚାପ ଟିକସଦାତାଙ୍କ ଉପରେ ପଡ଼ିଥାଏ ବୋଲି କୋର୍ଟ କହିଥିଲେ।

PM Modi: ବ୍ୟାଙ୍କ, ହସ୍ପିଟାଲ୍‌ ଏବେ ଫୋନ୍‌ରେ: ପ୍ରଧାନମନ୍ତ୍ରୀ ମୋଦୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.