Mayurbhanj Attack: ଢାବାରେ ବଚସାରୁ ରକ୍ତାକ୍ତ ସଂଘର୍ଷ ସନ୍ଦେହ, ଜଣେ ଗୁରୁତର

1 hour ago 1
ARTICLE AD BOX

ବେତନଟୀ (ଦୀପକ କୁମାର ସିଂହ):ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗପୁରା-ବୈଶିଙ୍ଗା ରାସ୍ତାରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକଙ୍କ ମୁଣ୍ଡ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ଦୁଇ ଜଣକୁ ଖଣ୍ଡାରେ ଆକ୍ରମଣ: ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି
ସୂଚନା ଅନୁଯାୟୀ, ଆହତ ଯୁବକ ଜଣକ ହେଉଛନ୍ତି ସନ୍ତରା ଗ୍ରାମର ପୁଅ ଅମିତ କୁମାର ସାହୁ (୩୫)।  ଗତକାଲି (ରବିବାର) ରାତିରେ ଜାତୀୟ ରାଜପଥ ନିକଟସ୍ଥ ଏକ ଢାବାରେ ଖାଉଥିଲେ। ଏହି ସମୟରେ କିଛି ଯୁବକଙ୍କ ସହ ଅମିତଙ୍କର ବଚସା ହୋଇଥିଲା। ପରେ ସ୍ଥାନୀୟ‌ ଲୋକଙ୍କ ହସ୍ତକ୍ଷେପ ପରେ ଯେଝା ଘରକୁ ଚାଲିଯାଇଥିଲେ। 

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ମାମଲା: ଜେଲ୍‌ ଫେରନ୍ତା କନେଷ୍ଟବଳ ସମେତ ୩ ଗିରଫ
ଆଜି (ସୋମବାର) ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅମିତ ନିଜ ସ୍କୁଟି ଯୋଗେ ଯୁଗପୁରାରୁ ବୈଶିଙ୍ଗା ଅଭିମୁଖେ ଯାଉଥିବା ବେଳେ ଏକାଧିକ ବାଇକ୍‌ରେ ଆସିଥିବା କିଛି ଯୁବକ ତାଙ୍କୁ ରାସ୍ତାରେ ଅଟକାଇ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଅମିତଙ୍କୁ ଉଦ୍ଧାର କରିଥିଲା।  ପ୍ରଥମେ ବୈଶିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ବାଲେଶ୍ୱର ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି।

ଭୁବନେଶ୍ବର ରସୁଲଗଡ଼ ପୂଜା ମଣ୍ଡପର ଭସାଣି ଶୋଭାଯାତ୍ରାରେ ହିଂସାକାଣ୍ଡ। ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଗୋଟିଏ ଗୋଷ୍ଠୀର ଖଣ୍ଡାରେ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୨ ଜଣ ଆହତ। ମଞ୍ଚେଶ୍ୱର ଥାନାରେ ତାଲା ପକେଇଲେ ସ୍ଥାନୀୟ ଲୋକେ।
ତେବେ ଢାବାରେ ବଚସାକୁ ନେଇ ଏହି ଆକ୍ରମଣ ହୋଇଛି ନା ଏହା ପଛରେ ରହିଛି ଅନ୍ୟ କୌଣସି କାରଣ? ଘଟଣାର ପ୍ରକୃତ କାରଣ ଏବଂ ଆକ୍ରମଣକାରୀଙ୍କ ପରିଚୟ ଜଣାପଡ଼ିନାହିଁ। ବୈଶିଙ୍ଗା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.