Khordha Group Attack: ଖୋର୍ଦ୍ଧାରେ ମଦ ଦୋକାନ ନିକଟରେ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ

1 hour ago 1
ARTICLE AD BOX

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ତୋଟାପଡା ଛକ ନିକଟସ୍ଥ ଏକ ମଦଦୋକାନ ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି। ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। 

Cuttack Bali Yatra Ground Murder Case: କଟକ ବାଲିଯାତ୍ରା ପଡ଼ିଆ ହତ୍ୟାକାଣ୍ଡ: ଧରାପଡ଼ିଲା ଅଭିଯୁକ୍ତ, ଓଗାଳିଲା ଚାଞ୍ଚଲ୍ୟକର ତଥ୍ୟ
ସୂଚନାନୁସାରେ, ସନ୍ଧ୍ୟାରେ ତୋଟାପଡ଼ା ନିକଟ ଏକ ମଦଦୋକାନ ନିକଟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଖୋର୍ଦ୍ଧା ସହର ଅନ୍ତର୍ଗତ ଶିଶୁଆ ବେହେରାକୁ ଅନ୍ୟମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ଧାରୁଆ ଅସ୍ତ୍ର ବ୍ୟବହାର ହୋଇଥିବା ଜଣାଯାଇଛି। ମୁମୂର୍ଷୁ ଅବସ୍ଥାରେ ଶିଶୁଆଙ୍କୁ ସେଠାରେ ଛାଡ଼ି ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ‌ସୂଚନା ପାଇ ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ ପହଞ୍ଚି ତନାଘନା କରିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଆଙ୍କ ମୃତ୍ୟୁ ଘଟିଛି। 

Bollywood Celebrities: ଗୁଲସନ କୁମାରଙ୍କ ହତ୍ୟାଠାରୁ ଆରମ୍ଭ କରି ଟାଇଗର ଶ୍ରଫଙ୍କ ଉପରେ ଗୁଳିଚାଳନା ପର୍ଯ୍ୟନ୍ତ: ବଲିଉଡ୍ ଷ୍ଟାର ହେଉଛନ୍ତି ଆକ୍ରମଣର ଶିକାର
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥବା କୁହାଯାଉଥିବା ବେଳେ ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.