Congress meeting: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର କଂଗ୍ରେସ-ସମାଜବାଦୀ ପାର୍ଟିର ଆସନ ବୁଝାମଣା?

1 hour ago 2
ARTICLE AD BOX

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟ ଖୁବ ଶୀଘ୍ର ଆସନ ବୁଝାମଣାକୁ ନେଇ କଥାବାର୍ତ୍ତା ହୋଇପାରେ। ଏହାକୁ ନେଇ ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଆଜି ଦଳୀୟ ନେତାମାନଙ୍କ ସହିତ ବୈଠକ କରିଛନ୍ତି। ଏଥିରେ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ, ରାଜ୍ୟ ସଭାପତି ଆରାଧନା ମିଶ୍ରା ମୋନା ଏବଂ କାର୍ଯ୍ୟକାରୀ ସଭାପତି ଇମରାନ ମସୁଦ ଉପସ୍ଥିତ ଥିଲେ। 
ପାର୍ଟି ସୂତ୍ର ଅନୁସାରେ ପ୍ରିୟଙ୍କା ଗାନ୍ଧୀ ସର୍ଭେ ଟିମ୍‌ ସହିତ ବୈଠକ କରିଛନ୍ତି, ଯେଉଁଥିରେ କଂଗ୍ରେସର ସବୁଠାରୁ ମଜବୁତ ଏବଂ ସମ୍ଭାବିତ ଆସନ ଉପରେ ଆଲୋଚନା ହୋଇଛି। କିନ୍ତୁ ଏହା କେଉଁ ସିଟ ଏବଂ କେତେ ସେ ସଂପର୍କରେ ଚିତ୍ର ସ୍ପଷ୍ଟ ହୋଇ ନାହିଁ। କୁହାଯାଉଛି ଯେ, ନିଜସ୍ତରରେ ସଂପୂର୍ଣ୍ଣ ପ୍ରସ୍ତୁତ କରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସ ଆଲୋଚନା କରିବ। 

ଆଗାମୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ମନ୍ଥନ କରୁଛି। ପଂଜାବ ଏବଂ ଉତ୍ତରାଖଣ୍ଡ ସହିତ ଉତ୍ତରପ୍ରଦେଶ ପାଇଁ ରଣନୀତି କରିଛି। ଏଥର ସମାଜବାଦୀ ପାର୍ଟି ସହିତ କଂଗ୍ରେସ ଲଢ଼େଇ କରିବାକୁ ଉଦ୍ୟମ କରୁଛି। କଂଗ୍ରେସର ରାଜ୍ୟ ପ୍ରଭାରୀ ଏବଂ ଇମରାନ ମସୁଦ ସମେତ ଅନେକ ନେତା ଆସନ ଭାଗବଣ୍ଟାକୁ ନେଇ ଆଲୋଚନା କରିଛନ୍ତି। ଏଥିରେ କିଛି ଲୋକ ୨୦୦ ଆସନ ଦାବି କରୁଛନ୍ତି। ସେହିପରି ଆଉ କିଛି ଲୋକ ୧୫୦ ଆସନ ଦାବି କରୁଛନ୍ତି। ତେବେ ଆସନ ଭାଗବଣ୍ଟା ନେଇ ଉଭୟ ପକ୍ଷର ଶୀର୍ଷ ନେତୃତ୍ବ ଏଭଳି‌ କୌଣସି ସଂକେତ ଦେଇ ନାହାନ୍ତି। 

Ankita Bhandari: ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ଦାବି: ଦିଲ୍ଲୀ ଓ ଡେରାଡୁନ୍‌ରେ କଂଗ୍ରେସର ପ୍ରତିବାଦ

ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସଭାପତି ବଦଳିବା ସହିତ ପାର୍ଟି ଏବେ ‌ଅନେକ ପଦାଧିକାରୀଙ୍କୁ ମଧ୍ୟ ବଦଳାଇପାରେ। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସର ଭୋଟ ପ୍ରତିଶତ ମଧ୍ୟ ବଢ଼ିଥିଲା। ନିଜର ବେସ ଭୋଟ ବ୍ୟାଙ୍କ ଦଳିତ, ମୁସଲିମ ଏବଂ ବ୍ରାହ୍ମଣ ରଣନୀତି ଉପରେ ନିଜର ପ୍ରଦେଶ ସଂଗଠନର ରୂପରେଖ ନିର୍ଦ୍ଧାରଣ କରିଛି। କିନ୍ତୁ ସମାଜବାଦୀ ପାର୍ଟି ସହିତ ମେଣ୍ଟ ପରେ ସ୍ଥିତି ଜଣାପଡ଼ିବ। ଏହି ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.