Marisas: ମରିସସ୍‌କୁ ୫ ବର୍ଷ ତେଲ ଯୋଗାଇବ ଆଇଓସିଏଲ୍‌

1 month ago 12
ARTICLE AD BOX

ନୂଆଦିଲ୍ଲୀ: ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଓ ମରିସସ୍‌ ସମ୍ପର୍କ ଗଭୀର ହୋଇଛି। ଏହି ଦେଶର ସଂପୂର୍ଣ୍ଣ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଆବଶ୍ୟକତା ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ୍‌) ପୂରଣ କରିବ। ଏ ନେଇ ଏକ ୫ ବର୍ଷିଆ ରାଜିନାମା ହୋଇଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହଙ୍କ ଦୁଇ ଦିନିଆ ମରିସସ୍‌ ଗସ୍ତ ଅବସରରେ ଏ ନେଇ ରାଜିନାମା ସ୍ବାକ୍ଷର ହୋଇଛି। ଏହି କାର୍ଯ୍ୟକ୍ରମରେ ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ: Delhi University: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୫,୮୫୭ ଏକବର୍ଷିଆ ପିଜି ସିଟ୍: ଛାତ୍ରଛାତ୍ରୀଙ୍କ ପାଇଁ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ...

ଏହି ଦୀର୍ଘମିଆଦୀ ରାଜିନାମା ଦ୍ବାରା ମରିସସ୍‌କୁ ପେଟ୍ରୋଲୟିମ ସାମଗ୍ରୀ ଯୋଗାଣରେ ସ୍ଥିରତା ମିଳିବ। ଏଥିସହ ମୂଲ୍ୟ ଅସ୍ଥିରତାରୁ ବି ସୁରକ୍ଷା ମିଳିବ। ଭାରତରେ ମୋଟ ୨୩ଟି ତୈଳ ବିଶୋଧନାଗାର ରହିଛି। ସେଗୁଡ଼ିକରୁ ମୋଟ ପ୍ରାୟ ୨୬୭ ନିୟୁତ ଟନ ପେଟ୍ରୋଲିୟମ ସାମଗ୍ରୀ ଉତ୍ପାଦନ ହେଉଛି। ବିଶୋଧନାଗାରଗୁଡ଼ିକ ଦେଶର ଚାହିଦା ପୂରଣ କରିବା ସହ ଅନ୍ୟାନ୍ୟ ଦେଶକୁ ମଧ୍ୟ ରପ୍ତାନି କରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.