Maoists: ସୀମାନ୍ତରୁ ମାଓ ଡମ୍ପ ଉଦ୍ଧାର; ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ

3 hours ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଂକେର ଓ ନାରାୟଣପୁର ଜିଲ୍ଲା ସୀମାନ୍ତ ଜଂଗଲରୁ ପୁଲିସ ମାଓ ଡମ୍ପକୁ ଉଦ୍ଧାର କରିଛି। ଏହି ଡମ୍ପରୁ ବନ୍ଧୁକ, ବିସ୍ଫୋରକ, ଲଞ୍ଚର, ଟିଫିନ ବୋମା ଇତ୍ୟାଦି ଜବତ କରିଛି। ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ହିଁ ବୋମାକୁ ନିଷ୍କ୍ରିୟ କରିଥିଲେ। 

କାଂକେର ଏସପି ନିଖିଲ ରାଖେଚାଙ୍କ କହିବା ଅନୁଯାୟୀ ଆତ୍ମସମର୍ପଣ କରିଥିବା ନକ୍ସଲ ଜଂଗଲର ଲୁଚାଇଥିବା ଡମ୍ପ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପରେ ଏହି ଚଢାଉ କରାଯାଇ ଡମ୍ପଗୁଡିକକୁ ଉଦ୍ଧାର କରାଯାଇଛି। 

Maoists: ସୁନ୍ଦରଗଡ଼ କୁଲବାରେ ପୁଣି ସଶସ୍ତ୍ର ସନ୍ଦିଗ୍ଧ, ମାଓବାଦୀ ସନ୍ଦେହ

ସୂଚନାଯୋଗ୍ୟ ଯେ ଏହି ଜଂଗଲରେ ନକ୍ସଲ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଲୁଚାଇ ରଖିଛନ୍ତି। ଡମ୍ପରୁ ୩୦୩ ରାଇଫଲ ମେଗାଜିନ, ଏକେ ୪୭ର ୩୦ ରାଉଣ୍ଡ ଗୁଳି, ଏସଏଲଆର ବନ୍ଧୁକର ୪ ରାଉଣ୍ଡ,୧୦ ବିଜିଏଲ ଲଞ୍ଜର, ପାଇପ ବୋମା, ୩ କିଲୋର ଟିଫିନ ବୋମା ଇତ୍ୟାଦି ଜବତ କରାଯାଇଛି। ଯାହା ନକ୍ସଲ ପୁଲିସକୁ ଟାର୍ଗେଟ କରିବା ପାଇଁ ଡମ୍ପ କରି ରଖିଥିବା ପୁଲିସ କହିଛି। ତେବେ ଜଂଗଲରେ ଏବେ ବି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.