ARTICLE AD BOX
ଲଣ୍ଡନ: ଐତିହାସିକ ଲର୍ଡସ୍ ଷ୍ଟାଡିୟମରେ ଟ୍ରେଣ୍ଟ ରକେଟ୍ସକୁ ୫ ୱିକେଟ୍ରେ ପରାସ୍ତ କରି ‘ଦ ହଣ୍ଡ୍ରେଡ୍’ରେ ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ମାଞ୍ଚେଷ୍ଟର ସୁପର ଜାଏଣ୍ଟସ୍ (ଏମ୍ଏସ୍ଜି)। ୧୫୯ ରନ୍ର ଲକ୍ଷ୍ୟ ପିଛା କରୁଥିବା ସୁପର ଜାଏଣ୍ଟସ୍ ଦୁଇଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା।
ଅଧିନାୟକ ଜୋସ୍ ବଟଲର ୨୩ ରନ୍ କରିଥିଲେ
ଜିତିବା ପାଇଁ ଶେଷ ୯ଟି ବଲ୍ରୁ ମାତ୍ର ୩ ରନ୍ ଆବଶ୍ୟକ ଥିବା ବେଳେ ମହମ୍ମଦ ଆମିର ହେନରିକ୍ କ୍ଲାସେନ୍ ଓ ମାଇକେଲ୍ ବ୍ରେସୱେଲ୍ଙ୍କୁ ଆଉଟ୍ କରି ମ୍ୟାଚ୍ରେ ରୋମାଞ୍ଚ ଭରିଥିଲେ। ଏହାପରେ ବେନ୍ ସାଣ୍ଡରସନ୍ ଲଗାତାର ଦୁଇଟି ଡଟ୍ ବଲ୍ ପକାଇବାରୁ ଶେଷ ୩ଟି ବଲ୍ରୁ ୩ ରନ୍ ଆବଶ୍ୟକ ହୋଇଥିଲା। ତେବେ ଚାପ ମଧ୍ୟରେ ଲିଆମ୍ ଡସନ୍ ନିଜର ସଂଯମ ବଜାୟ ରଖି ମିଡ୍ୱିକେଟ୍ ଉପରେ ଏକ ଛକା ମାରି ଦଳକୁ ବିଜୟ ଦେଇଥିଲେ। ମାଞ୍ଚେଷ୍ଟରର ବିଜୟର ମୂଳଦୁଆ ପକାଇଥିଲେ ନ୍ୟୁଜିଲାଣ୍ଡର ଟିମ୍ ସେଫର୍ଟ। ସେ ମାତ୍ର ୩୮ଟି ବଲ୍ରୁ ୭୨ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ଲିୟୁ ଡୁ ପ୍ଲୁଇ ୨୭ ଓ ଅଧିନାୟକ ଜୋସ୍ ବଟଲର ୨୩ ରନ୍ କରିଥିଲେ। ଏହା ପୂର୍ବରୁ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଣ୍ଟ ରକେଟ୍ସ ନିର୍ଦ୍ଧାରିତ ୧୦୦ ବଲ୍ରେ ୧୫୮ ରନ୍ କରିଥିଲା। ଦଳ ପକ୍ଷରୁ ଆନେରୁଇନ୍ ଡୋନାଲ୍ଡ ୩୮ ଓ ଲୁଇସ୍ ଗ୍ରିଗୋରି ୩୨,ବେନ୍ ଡକେଟ୍ ୩୧ ରନ୍ କରିଥିଲେ। ଏମ୍ଏସ୍ଜି ପକ୍ଷରୁ ନୁର ଅହମ୍ମଦ ୩୩ ରନ୍ ଦେଇ ୩ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଟିମ୍ ସେଫର୍ଟଙ୍କୁ ମ୍ୟାଚ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି।

1 month ago
13


