Major Banks Issued: ଧର୍ମଘଟ ଆରମ୍ଭ ପୂର୍ବରୁ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ପାଇଁ ଜାରି କଲେ ଜରୁରୀ ସୂଚନା

2 days ago 4
ARTICLE AD BOX

ନୂଆଦିଲ୍ଲୀ: :ଯଦି ଆପଣ ମଧ୍ୟ ବ୍ୟାଙ୍କ ଯାଇ ନିଜର ଆର୍ଥିକ କାର୍ଯ୍ୟ କରାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜାଣିବା ଜରୁରୀ। ସେପ୍ଟେମ୍ବର ୨୮ ରୁ ଦେଶରେ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହେବାକୁ ଯାଉଛି। ଏହି ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ଅନେକ ଆର୍ଥିକ କାର୍ଯ୍ୟ ପ୍ରଭାବିତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଏସବିଆଇ, ଇଣ୍ଡିଆନ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି।

ବ୍ୟାଙ୍କଗୁଡ଼ିକର ଏହି ଧର୍ମଘଟ ସେପ୍ଟେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ୨୬ ସେପ୍ଟେମ୍ବର ମାସର ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୨୭ ସେପ୍ଟେମ୍ବର ରବିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହେ। ଏହି କାରଣରୁ ବ୍ୟାଙ୍କିଂ କାର୍ଯ୍ୟରେ ଲଗାତାର ୫ ଦିନର ପ୍ରଭାବ ପଡ଼ିପାରେ ଏବଂ ଆର୍ଥିକ କାର୍ଯ୍ୟ ପାଇଁ ଗ୍ରାହକ ଓ ସଂସ୍ଥାଗୁଡ଼ିକୁ ଅପେକ୍ଷା କରିବାକୁ ପଡ଼ିପାରେ।

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ମଙ୍ଗଳବାର ଏକ ବିବୃତ୍ତି ଜାରି କରି ଗ୍ରାହକଙ୍କୁ ପରାମର୍ଶ ଦେଇଛି। ଏଥିରେ କୁହାଯାଇଛି ଯେ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ଆପ୍ଲିକେସନ୍ ଓ ୟୁପିଆଇ ସେବା ସାଧାରଣ ଭାବେ ଜାରି ରହିବ। ଏସ୍ବିଆଇ କହିଛି ଯେ ବ୍ୟାଙ୍କ କର୍ମଚାରୀଙ୍କ କିଛି ୟୁନିଅନ୍ ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ତେଣୁ ଗ୍ରାହକମାନେ ନିଜର ଜରୁରୀ କାରବାର ପୂର୍ବରୁ ସମ୍ପୂର୍ଣ୍ଣ କରିନିଅନ୍ତୁ। ଏଟିଏମ୍, କଷ୍ଟମର ସର୍ଭିସ୍ ପଏଣ୍ଟ, ୟୋନୋ, ଇଣ୍ଟରନେଟ୍ ଓ ମୋବାଇଲ୍ ବ୍ୟାଙ୍କିଂ, ୟୁପିଆଇ ଏବଂ ଅନ୍ୟ ଡିଜିଟାଲ୍ ଚ୍ୟାନେଲ୍ ପୂର୍ବଭଳି କାର୍ଯ୍ୟ କରିବ। ତେଣୁ ଗ୍ରାହକମାନେ ଏହାର ବ୍ୟବହାର କରିପାରିବେ।

ଇଣ୍ଡିଆନ୍ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ସତର୍କ କରି କହିଛି ଯେ ପ୍ରସ୍ତାବିତ ୨୮ରୁ ୩୦ ସେପ୍ଟେମ୍ବର ବ୍ୟାଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କିଂ ସେବା ପ୍ରଭାବିତ ହୋଇପାରେ। ତେଣୁ ଗ୍ରାହକମାନେ ମୋବାଇଲ୍ ବ୍ୟାଙ୍କିଂ, ଏଟିଏମ୍ ଓ ଡିଜିଟାଲ୍ ଚ୍ୟାନେଲ୍ ବ୍ୟବହାର କରନ୍ତୁ।

ଜାଣନ୍ତୁ ବ୍ୟାଙ୍କର ମୁଖ୍ୟ ପରାମର୍ଶ

•    ବ୍ୟାଙ୍କ ଧର୍ମଘଟ ପୂର୍ବରୁ ଜରୁରୀ କାରବାର ସମ୍ପୂର୍ଣ୍ଣ କରିନିଅନ୍ତୁ।
•    ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ଆପ୍ଲିକେସନ୍ ଓ ୟୁପିଆଇ ସେବା ଚାଲୁ ରହିବ।
•    ଏସ୍ବିଆଇର ୟୋନୋ ଆପ୍ ମାଧ୍ୟମରେ ପୂର୍ବଭଳି ଆର୍ଥିକ କାର୍ଯ୍ୟ କରାଯାଇପାରିବ।
•    ଏଟିଏମ୍ ଓ ଅନ୍ୟ ଡିଜିଟାଲ୍ ବ୍ୟାଙ୍କିଂ ସେବାର ବ୍ୟବହାର କରିପାରିବେ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫ୍ବିୟୁ) ପକ୍ଷରୁ ଏହି ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ୩ ଦିନିଆ ଦେଶବ୍ୟାପୀ ଧର୍ମଘଟ ମାଧ୍ୟମରେ ବ୍ୟାଙ୍କ ୟୁନିଅନ୍ଗୁଡ଼ିକ ସପ୍ତାହକୁ ୫ ଦିନ କାର୍ଯ୍ୟ ବ୍ୟବସ୍ଥା ଲାଗୁ କରିବା ଏବଂ ପରଫର୍ମାନ୍ସ ଲିଙ୍କଡ୍ ଇନ୍ସେଣ୍ଟିଭ୍ (ପିଏଲ୍ଆଇ) ଯୋଜନା ପ୍ରତ୍ୟାହାର କରିବା ଦାବି କରୁଛନ୍ତି।

ପିଏଲ୍ଆଇ ଯୋଜନା ପ୍ରତ୍ୟାହାର ଦାବି

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ପିଏଲ୍ଆଇ ଯୋଜନା ଲାଗୁ କରାଯିବାକୁ ମଧ୍ୟ ବ୍ୟାଙ୍କ କର୍ମଚାରୀମାନେ ବିରୋଧ କରୁଛନ୍ତି। ବ୍ୟାଙ୍କର ବରିଷ୍ଠ ସ୍ତରର ଅଧିକାରୀ ଓ ନିମ୍ନସ୍ତରର କର୍ମଚାରୀଙ୍କ ମଧ୍ୟରେ ପ୍ରୋତ୍ସାହନ ରାଶିକୁ ନେଇ ବଡ଼ ଅସମାନତା ଥିବା ବ୍ୟାଙ୍କ କର୍ମଚାରୀମାନେ ଦାବି କରୁଛନ୍ତି। ବ୍ୟାଙ୍କ କର୍ମଚାରୀଙ୍କ ବିରୋଧ ପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୨୦୨୬ ସେପ୍ଟେମ୍ବରରେ ଏହି ସଂଶୋଧିତ ଯୋଜନାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛି।

ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ବୁଲୁଛନ୍ତି ଗୋବିନ୍ଦା, ଭାଇରାଲ ହେଲା ଭିଡିଓ

Read Entire Article
LEFT SIDEBAR AD

Hidden in mobile, Best for skyscrapers.