Mahua Moitra’s plea: ‘ସ୍ୱାଧୀନତା ସଂଗ୍ରାମୀ ଗୁଳି ଖାଇଥିଲେ, ଆପଣ ଅଣ୍ଡାକୁ ଡରୁଛନ୍ତି କାହିଁକି?’

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଏକ ମାମଲାର ତଦନ୍ତ ପାଇଁ ପୁଲିସ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପରିବର୍ତ୍ତେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେବାକୁ ଅନୁମତି ଲୋଡ଼ିଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଶୁକ୍ରବାର ସୁପ୍ରିମ୍‌କୋର୍ଟରୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ଆବେଦନ ଉପରେ ଶୁଣାଣି ବେଳେ ଅଣ୍ଡାମାଡ଼ ଆଶଙ୍କାକୁ ନେଇ ସୁପ୍ରିମ୍‌କୋର୍ଟ କଡ଼ା ମନ୍ତବ୍ୟ କରିବା ପରେ ମହୁଆଙ୍କ ଓକିଲ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି।

ବିଚାରପତି ଦୀପଙ୍କର ଦତ୍ତ ଓ ଶୀଲ ନାଗୁଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ମହୁଆଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ହାଜର ହୋଇ କହିଥିଲେ ଯେ, ତଦନ୍ତରେ ସହଯୋଗ କରିବା କିମ୍ବା ପୁଲିସ ନିକଟରେ ହାଜର ହେବାକୁ ନେଇ ତାଙ୍କ ମହକିଲଙ୍କର କୌଣସି ଆପତ୍ତି ନାହିଁ। କିନ୍ତୁ ଏହା ଭର୍ଚୁଆଲ୍‌ ମାଧ୍ୟମରେ କରାଯାଇପାରିବ। ପୂର୍ବରୁ ମହୁଆ ନିଜ ନିର୍ବାଚନମଣ୍ଡଳୀକୁ ଯିବା ସମୟରେ ତାଙ୍କୁ ଅଣ୍ଡାମାଡ଼ କରାଯାଇଥିବାରୁ ପୁଣି ସେଭଳି ଘଟଣା ଘଟିବାର ଆଶଙ୍କା ରହିଛି ବୋଲି ସେ ଯୁକ୍ତି ଦର୍ଶାଇଥିଲେ।

ଗ୍ରାହକଙ୍କୁ ଦେବାକୁ ପଡ଼ିବନି ୟୁପିଆଇ ଶୁଳ୍କ: ଅର୍ଥମନ୍ତ୍ରୀ

ଏହା ଉପରେ ବିଚାରପତି ଦତ୍ତ ପ୍ରଶ୍ନ କରିଥିଲେ, ସାଂସଦ ହୋଇଥିବାରୁ କ’ଣ ଏଭଳି ସୁବିଧା ମିଳିବ? ରାଜନୀତିରେ ପ୍ରବେଶ କରିବା ପରେ ଅଣ୍ଡାମାଡ଼କୁ କାହିଁକି ଭୟ କରୁଛନ୍ତି? ସ୍ୱାଧୀନତା ସଂଗ୍ରାମୀମାନେ ଛାତିରେ ଗୁଳି ଖାଇଥିଲେ ବୋଲି ଖଣ୍ଡପୀଠ ମୌଖିକ ମନ୍ତବ୍ୟ ଦେଇଥିଲେ। ଏଭଳି ଆବେଦନ ସୁପ୍ରିମ୍‌କୋର୍ଟକୁ ଆସିବା ଉଚିତ ନୁହେଁ ବୋଲି ମଧ୍ୟ ଖଣ୍ଡପୀଠ କହିଥିଲେ। ଏହାପରେ ମହୁଆଙ୍କ ପକ୍ଷରୁ ଆବେଦନ ପ୍ରତ୍ୟାହାର ପାଇଁ ଅନୁମତି ମଗାଯାଇଥିଲା ଏବଂ ଅଦାଲତ ତାହାକୁ ଅନୁମତି ଦେଇଥିଲେ।

ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ନଦିଆ ଜିଲ୍ଲାରେ ମହୁଆଙ୍କ ବିରୋଧରେ ରୁଜୁ ମାମଲାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ମହୁଆ ଏହି ଅଭିଯୋଗକୁ ମନଗଢ଼ା ବୋଲି ଦାବି କରିଛନ୍ତି। ଜୁଲାଇ ୨୧ରେ କଲିକତା ହାଇକୋର୍ଟର ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟ ତାଙ୍କୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଦଣ୍ଡମୂଳକ ପଦକ୍ଷେପରୁ ମଧ୍ୟବର୍ତ୍ତିକାଳୀନ ସୁରକ୍ଷା ଦେଇଥିଲେ। ଏହା ସହ ତଦନ୍ତରେ ସହଯୋଗ କରି ଅଗଷ୍ଟ ୧୪ରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କହିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମହୁଆ ସୁପ୍ରିମ୍‌କୋର୍ଟ ଯାଇଥିଲେ। ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ରେ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.