Maharashtra Politics: ସିନ୍ଦେ ଗୋଷ୍ଠୀରେ ୬ ସାଂସଦଙ୍କ ମିଶ୍ରଣକୁ ବାଚସ୍ପତିଙ୍କ ଅନୁମୋଦନକୁ ବିରୋଧ

3 weeks ago 11
ARTICLE AD BOX

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ‌ନେତୃତ୍ବାଧୀନ ଶିବସେନା (ୟୁବିଟି) ଗୋଷ୍ଠୀ ଆଜି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀରେ ୬ ସାଂସଦଙ୍କ ମିଶ୍ରଣକୁ ବାଚସ୍ପତି ଓମ୍‌ ବିର୍ଲା ସ୍ବୀକୃତି ପ୍ରଦାନ କରିବା ପରେ ଏହାକୁ ଉଦ୍ଧବ ସେନା ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଛି।

ଶିବସେନା (ୟୁବିଟି) ସଂସଦୀୟ ଦଳ ନେତା ଅରବିନ୍ଦ ସାୱନ୍ତଙ୍କୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମାତ କୋର୍ଟରେ ପ୍ରତିନିଧିତ୍ବ କରିଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କ ନିକଟରେ ରିଟ୍‌ ପିଟିସନ୍‌ ଦାଖଲ କରି ସେ ଏହା ଉପରେ ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। କୋର୍ଟ ମଧ୍ୟ ଏହି ଆବେଦନ ଉପରେ ଶୁଣାଣି ପାଇଁ ରାଜି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଉଦ୍ଧବ ସେନା ଗୋଷ୍ଠୀର ୬ ସାଂସଦ ସିନ୍ଦେ ଗୋଷ୍ଠୀରେ ଯୋଗ ଦେବାକୁ ଜୁଲାଇ ୧୮ ତାରିଖରେ ଲୋକସଭା ବାଚସ୍ପତି ସ୍ବୀକୃତି ପ୍ରଦାନ କରିଥିଲେ।

CBSE: ଦ୍ବାଦଶ ମାର୍କବୃଦ୍ଧି ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ: ସିବିଏସ୍ଇକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍

ସିନ୍ଦେ ଗୋଷ୍ଠୀରେ ଉଦ୍ଧବ ସେନାର ୬ ସାଂସଦଙ୍କ ମିଶ୍ରଣକୁ ବାଚସ୍ପତି ଅନୁମୋଦନ କରିବା ପରେ ଲୋକସଭାରେ ଶିବସେନା ୟୁବିଟିର ସାଂସଦ ସଂଖ୍ୟା ୩କୁ ଖସି ଆସିଛି ଏବଂ ସିନ୍ଦେ ଗୋଷ୍ଠୀର ସଂଖ୍ୟା ୭ରୁ ୧୩କୁ ବୃଦ୍ଧି ପାଇଛି। ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଏବେ ଏନ୍‌ଡିଏର ତୃତୀୟ ବୃହତ୍ତମ ଅଂଶୀଦାର ହୋଇଛି। ଏନ୍‌ଡିଏରେ ବିଜେପିର ୨୩୯ ସାଂସଦ ଥିବାବେଳେ ଟିଡିପିର ୧୬ ସାଂସଦ ରହିଛନ୍ତି। ନୀତୀଶ କୁମାରଙ୍କ ଜେଡିୟୁ (୧୨ ସାଂସଦ) ସଂଖ୍ୟାକୁ ମଧ୍ୟ ସିନ୍ଦେ ଗୋଷ୍ଠୀ ଟପିଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.